ଗୋରୁପଲଙ୍କୁ ବଞ୍ଚେଇବାକୁ ଯାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌

ଜି ଉଦୟଗିରି ୧।୯(ଶିଶିର ପଟ୍ଟନାୟକ ): କନ୍ଧମାଳ ଜିଲା ଜି ଉଦୟଗିରି ବ୍ଲକ ଅଧୀନ ଲିଙ୍ଗାଗଡ଼ ଗ୍ରାମ ନିକଟ ବୁଲାଣୀ ରାସ୍ତାରେ ରବିବାର ମଧ୍ୟାହ୍ନରେ ମାଳତୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ମୁତାବକ, ମାଳତୀ ବସ୍‌(ନଂ.ଓଆର୍‌୧୨ସି୨୧୪୨) ଆସିକାରୁ ମୁଖିଗୁଡ଼ା ଅଭିମୁଖେ ଯାଉଥିଲା। ହେଲେ ଲିଙ୍ଗାଗଡ଼ ଗ୍ରାମ ନିକଟ ବୁଲାଣୀ ରାସ୍ତାରେ ହଠାତ୍‌ ଦୁଇଟି ଗୋରୁ ଲଢ଼େଇ କରି ରାସ୍ତା ଉପରକୁ ଉଠିଆସିଥିଲେ। ବସ୍‌ ଡ୍ରାଇଭର ଗୋରୁଙ୍କୁ ବଞ୍ଚେଇବାକୁ […] The post ଗୋରୁପଲଙ୍କୁ ବଞ୍ଚେଇବାକୁ ଯାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌ appeared first on Dharitri Odia News.

ଗୋରୁପଲଙ୍କୁ ବଞ୍ଚେଇବାକୁ ଯାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌

ଜି ଉଦୟଗିରି ୧।୯(ଶିଶିର ପଟ୍ଟନାୟକ ): କନ୍ଧମାଳ ଜିଲା ଜି ଉଦୟଗିରି ବ୍ଲକ ଅଧୀନ ଲିଙ୍ଗାଗଡ଼ ଗ୍ରାମ ନିକଟ ବୁଲାଣୀ ରାସ୍ତାରେ ରବିବାର ମଧ୍ୟାହ୍ନରେ ମାଳତୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି ।

ମିଳିଥିବା ସୂଚନା ମୁତାବକ, ମାଳତୀ ବସ୍‌(ନଂ.ଓଆର୍‌୧୨ସି୨୧୪୨) ଆସିକାରୁ ମୁଖିଗୁଡ଼ା ଅଭିମୁଖେ ଯାଉଥିଲା। ହେଲେ ଲିଙ୍ଗାଗଡ଼ ଗ୍ରାମ ନିକଟ ବୁଲାଣୀ ରାସ୍ତାରେ ହଠାତ୍‌ ଦୁଇଟି ଗୋରୁ ଲଢ଼େଇ କରି ରାସ୍ତା ଉପରକୁ ଉଠିଆସିଥିଲେ। ବସ୍‌ ଡ୍ରାଇଭର ଗୋରୁଙ୍କୁ ବଞ୍ଚେଇବାକୁ ଚେଷ୍ଟା କରିଥିଲେ। ହେଲେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।

ଦୁର୍ଘଟଣାରେ ଗୋଟିଏ ଗାଈର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଯାତ୍ରୀଙ୍କୁ ଜି ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନେ ସୁସ୍ଥ ଥିବା ଜଣାପଡିଛି। ଦୁର୍ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚିବା ସହ ସ୍ଥାନୀୟ ଏସ୍‌ଡିପିଓ ବିଜୟ କୁମାର ବିଶି, ଆଇଆଇସି ଭଗବାନ ପୂଜାରୀ, ଏସ୍‌ଆଇ ଅନନ୍ତ କୁମାର ପ୍ରଧାନ ପ୍ରମୁଖ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ କରିଛନ୍ତି।

 

The post ଗୋରୁପଲଙ୍କୁ ବଞ୍ଚେଇବାକୁ ଯାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌ appeared first on Dharitri Odia News.