ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କ୍ୱାଟର କାମ ସରିବା ସତ୍ତ୍ବେ ପାଣି ବ୍ୟବସ୍ଥା ନାହିଁ , ଭୁଶୁଡି ପଡିଛି ବୋରୱେଲ 

ପାଟଣା : ସାହାରପଡା ବ୍ଲକର ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଏବଂ ଅନ୍ୟ କର୍ମଚାରୀଙ୍କ ପାଇଁ ଏକ ଷ୍ଟାଫ କ୍ୱାଟର ନିର୍ମାଣ ସରିଛି ମାତ୍ର ପାନୀୟ ଜଳ ଯୋଗାଣ ପାଇଁ ଉଦ୍ଦିଷ୍ଟ ବୋରୱେଲଟି ଭୁଶୁଡି ପଡିବାରୁ ପାନୀୟ ଜଳ ବ୍ୟବସ୍ଥା ପାଇଁ କ୍ୱାଟରରେ ରହିବା ସମ୍ଭବ ହୋଇ ପାରୁନାହିଁ । ଯାହା ଫଳରେ ୪ ଜଣ ଡାକ୍ତର କେନ୍ଦୁଝରରେ ରହି ଦୈନିକ ଜଣେ ଜଣେ ଡାକ୍ତର ପାଳି କରି ଆସି ରୋଗୀ ଦେଖୁଛନ୍ତି । ଶନିବାର ଓ […]

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କ୍ୱାଟର କାମ ସରିବା ସତ୍ତ୍ବେ ପାଣି ବ୍ୟବସ୍ଥା ନାହିଁ , ଭୁଶୁଡି ପଡିଛି ବୋରୱେଲ 

ପାଟଣା : ସାହାରପଡା ବ୍ଲକର ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଏବଂ ଅନ୍ୟ କର୍ମଚାରୀଙ୍କ ପାଇଁ ଏକ ଷ୍ଟାଫ କ୍ୱାଟର ନିର୍ମାଣ ସରିଛି ମାତ୍ର ପାନୀୟ ଜଳ ଯୋଗାଣ ପାଇଁ ଉଦ୍ଦିଷ୍ଟ ବୋରୱେଲଟି ଭୁଶୁଡି ପଡିବାରୁ ପାନୀୟ ଜଳ ବ୍ୟବସ୍ଥା ପାଇଁ କ୍ୱାଟରରେ ରହିବା ସମ୍ଭବ ହୋଇ ପାରୁନାହିଁ । ଯାହା ଫଳରେ ୪ ଜଣ ଡାକ୍ତର କେନ୍ଦୁଝରରେ ରହି ଦୈନିକ ଜଣେ ଜଣେ ଡାକ୍ତର ପାଳି କରି ଆସି ରୋଗୀ ଦେଖୁଛନ୍ତି । ଶନିବାର ଓ ରବିବାର ଅଧା ଓଳି ଡାକ୍ତରଖାନା ଖୋଲାଯାଉଛି । ଫଳରେ ରୋଗୀ ମାନେ ବହୁତ ହଇରାଣ ହେଉଛନ୍ତି । ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ୱତନ୍ତ୍ର ନଜର ଦେବାକୁ ଜିଲ୍ଲାପାଳଙ୍କ ନିକଟରେ ଅଞ୍ଚଳ ବାସି ଦାବି କରୁଛନ୍ତି । ଅନ୍ତତଃ ପକ୍ଷେ ଡାକ୍ତରଖାନାରେ ଜଣେ ଲେଖାଏଁ ଡାକ୍ତର ୨୪ ଘଣ୍ଟା ଡ୍ୟୁଟି କରିବାକୁ ସାଧାରଣ ଲୋକେ ଦାବି ରଖିଛନ୍ତି।