ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନାନା ଅବ୍ୟବସ୍ଥା, ସମସ୍ୟା ସମାଧାନ ପ୍ରତିଶ୍ରୁତି ଦେଲେ ବିଧାୟକ
କେସିଙ୍ଗା,୧୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ସାଗର ଚରଣ ଦାଶ ଶନିବାର ପରିଦର୍ଶନ କରିଥିଲେ। ଉକ୍ତ ଗୋଷ୍ଠୀ କେନ୍ଦ୍ରର ଆନ୍ତଃ ବିଭାଗ, ପ୍ରସୂତି କାଳୀନ ଓ ଶିଶୁ ସ୍ବାସ୍ଥ୍ୟ ବିଭାଗକୁ ପରିଦର୍ଶନ କରିଥିଲେ। ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ପ୍ରକୋଷ୍ଠରେ ଏକ ଆଲୋଚନା କରାଯାଇଥିଲା। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଯକ୍ଷ୍ମା ରୋଗୀଙ୍କ ଟିବି ଔଷଧ, ଫିନାଇଲ, ବିଭିନ୍ନ ପ୍ରକାର ଔଷଧ ସହ ସିରିଞ୍ଜ ମିଳୁ ନ ଥିବାର ଜାଣି […] The post ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନାନା ଅବ୍ୟବସ୍ଥା, ସମସ୍ୟା ସମାଧାନ ପ୍ରତିଶ୍ରୁତି ଦେଲେ ବିଧାୟକ appeared first on Dharitri Odia News.
କେସିଙ୍ଗା,୧୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ସାଗର ଚରଣ ଦାଶ ଶନିବାର ପରିଦର୍ଶନ କରିଥିଲେ। ଉକ୍ତ ଗୋଷ୍ଠୀ କେନ୍ଦ୍ରର ଆନ୍ତଃ ବିଭାଗ, ପ୍ରସୂତି କାଳୀନ ଓ ଶିଶୁ ସ୍ବାସ୍ଥ୍ୟ ବିଭାଗକୁ ପରିଦର୍ଶନ କରିଥିଲେ। ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ପ୍ରକୋଷ୍ଠରେ ଏକ ଆଲୋଚନା କରାଯାଇଥିଲା। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଯକ୍ଷ୍ମା ରୋଗୀଙ୍କ ଟିବି ଔଷଧ, ଫିନାଇଲ, ବିଭିନ୍ନ ପ୍ରକାର ଔଷଧ ସହ ସିରିଞ୍ଜ ମିଳୁ ନ ଥିବାର ଜାଣି ବିଧାୟକ କ୍ଷୋଭ ପ୍ରକାଶ କରିଥିଲେ। ରୋଗୀଙ୍କୁ ଉତ୍ତମ ଚିକିତ୍ସା କରିବା ପାଇଁ ଡାକ୍ତରମାନଙ୍କୁ ଉପଦେଶ ଦେଇଥିଲେ। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ଉପରେ ମୁଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରି ଜଣାଇବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୦ଟି ପୁରୁଣା ପ୍ରକୋଷ୍ଠ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ଡ୍ରେନେଜ୍ର ସୁବିଧା ନାହିଁ। ରୋଗୀଙ୍କ ଅପେକ୍ଷା କରିବା ପାଇଁ ଓ୍ବେଟିଂ ହଲ୍ ନାହିଁ। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପାଷ୍ଟିକୁଡ଼ି ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରୁ ଅଲଗା କରିବା ପାଇଁ ବିଧାୟକଙ୍କୁ ଅଧ୍ୟକ୍ଷା ଦାବି ଜଣାଇଥିଲେ। ଏହି କେନ୍ଦ୍ରରେ ଏକ ଶବ ବାହକ ଗାଡ଼ି ନ ଥିବାରୁ ବହୁ ଅସୁବିଧା ହେଉଛି। ସେହିପରି ୮ଜଣ ଡାକ୍ତର ରହିବା ବଦଳରେ ୪ଜଣ ଡାକ୍ତର ଥିବାରୁ ରୋଗୀ ଚିକିତ୍ସା କ୍ଷେତ୍ରରେ ଘୋର ଅସୁବିଧା ହେଉଛି। ୮ଜଣ ଷ୍ଟାଫ୍ନର୍ସ ବଦଳରେ ୪ଜଣ ଷ୍ଟାଫ୍ନର୍ସ ଥିବାରୁ ଦିନ ରାତି ଡ୍ୟୁଟି କରିବାରେ ଘୋର ଅସୁବିଧା ହେଉଛି। ତେଣୁ ଆବଶ୍ୟକତା ଅନୁସାରେ ଡାକ୍ତର , ଆଉ ୪ଜଣ ଷ୍ଟାଫ୍ନର୍ସ ଦେବା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧ୍ୟକ୍ଷା ଡା.ପ୍ରଜ୍ଞା ପ୍ରତିଶ୍ରୁତି ମାଝୀି, ବିଧାୟକଙ୍କୁ ଦାବି ଜଣାଇଥିଲେ।
ଏହି ପରିଦର୍ଶନ ସମୟରେ ଡାକ୍ତର, ହିସାବ ରକ୍ଷକ ବି.ପ୍ରଧାନୀଙ୍କ ସମେତ ଷ୍ଟାଫ୍ନର୍ସ, କର୍ମଚାରୀ ଏବଂ କାଉନସିଲର ରୋହିତ ଜୈନ, ପୂର୍ବତନ କାଉନସିଲର ବିଜୟ ଦୀପ ପ୍ରମୁଖଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।
The post ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନାନା ଅବ୍ୟବସ୍ଥା, ସମସ୍ୟା ସମାଧାନ ପ୍ରତିଶ୍ରୁତି ଦେଲେ ବିଧାୟକ appeared first on Dharitri Odia News.