ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛି ପାଗଳା କୁକୁର, ୬ ଗୁରୁତର

ପାଗଳ କୁକୁର କାମୁଡ଼ାରେ ୬ଜଣ ଗୁରୁତର ହୋଇଛନ୍ତି। ସେମାନେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛି ପାଗଳା କୁକୁର, ୬ ଗୁରୁତର

ବାଲେଶ୍ୱର ଜିଲ୍ଲା ସୋର ଥାନା ବାଗୁଡ଼ି ବଜାରରେ ଆତଙ୍କ ଖେଳାଇଛି ପାଗଳ କୁକୁର । ପାଗଳ କୁକୁର କାମୁଡ଼ାରେ ୬ଜଣ ଗୁରୁତର ହୋଇଛନ୍ତି। ସେମାନେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

କୁକୁରଟି ରାସ୍ତାଘାଟରେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛି।  ଆଜି ସକାଳେ ବାଗୁଡି ବଜାରକୁ ଜଣେ ଦୋକାନୀ ଦୋକାନ ଖୋଲିବାକୁ ଆସିଥିବା ବେଳେ ପ୍ରଥମେ ଏହି କୁକୁରର ଶିକାର ହୋଇଥିଲେ । ପରେ ପରେ ପାଗଳା କୁକୁରଟି ଯାହାକୁ ପାଇଲା କାମୁଡ଼ିଲା। ପାଗଳ କୁକୁର କାମୁଡ଼ାରେ ୬ ଜଣ ଗୁରୁତର ହୋଇ ସୋର ମେଡିକାଲରେ ଭର୍ତ୍ତି ହୋଇଛନ୍ତି l  

କୁକୁର କାମୁଡ଼ାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି l ଲୋକେ ଘରୁ ବାହାରିବାକୁ ସୁରକ୍ଷିତ ମଣୁ ନାହାନ୍ତି। ଏଥିସହ ତୁରନ୍ତ କୁକୁରଟିକୁ କାବୁ କରିବାକୁ ଦାବି ଜଣାଇଛନ୍ତି।