ଗୌତମ ଗମ୍ଭୀର ଭାରତର କୋଚ୍ ହେଲେ ଦଳରେ ବିରାଟ-ରୋହିତଙ୍କ ପାଇଁ ଶେଷ ସୁଯୋଗ: ରିପୋର୍ଟ
ମୁମ୍ବାଇ,୨୪।୬: କ୍ରିକେଟ ଦଳର ଭାବି କୋଚ୍ ଗୌତମ ଗମ୍ଭୀର ତାଙ୍କର ସାକ୍ଷାତକାର ସମୟରେ ବିସିସିଆଇର କ୍ରିକେଟ୍ ପରାମର୍ଶଦାତା କମିଟି (ସିଏସି) ଆଗରେ ପାଞ୍ଚ ସର୍ତ୍ତ ରଖିଥିଲେ। ଯାହାକୁ ବିସିସିଆଇ ମାନି ନେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏହି ଦାବି ଗୁଡିକ ହେଉଛି… ବୋର୍ଡର କୌଣସି ହସ୍ତକ୍ଷେପ ନକରି ଦଳର କ୍ରିକେଟ୍ ଅପରେସନ୍ ଉପରେ ତାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ ବୋଲି ଗମ୍ଭୀର ଦାବି କରିଛନ୍ତି। ଦ୍ୱିତୀୟରେ, ଦୁଇଥର ବିଶ୍ୱକପ ବିଜେତା ବ୍ୟାଟିଂ, ଫିଲ୍ଡିଂ ଏବଂ ବୋଲିଂ […] The post ଗୌତମ ଗମ୍ଭୀର ଭାରତର କୋଚ୍ ହେଲେ ଦଳରେ ବିରାଟ-ରୋହିତଙ୍କ ପାଇଁ ଶେଷ ସୁଯୋଗ: ରିପୋର୍ଟ appeared first on Dharitri Odia News.
ମୁମ୍ବାଇ,୨୪।୬: କ୍ରିକେଟ ଦଳର ଭାବି କୋଚ୍ ଗୌତମ ଗମ୍ଭୀର ତାଙ୍କର ସାକ୍ଷାତକାର ସମୟରେ ବିସିସିଆଇର କ୍ରିକେଟ୍ ପରାମର୍ଶଦାତା କମିଟି (ସିଏସି) ଆଗରେ ପାଞ୍ଚ ସର୍ତ୍ତ ରଖିଥିଲେ। ଯାହାକୁ ବିସିସିଆଇ ମାନି ନେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏହି ଦାବି ଗୁଡିକ ହେଉଛି…
ବୋର୍ଡର କୌଣସି ହସ୍ତକ୍ଷେପ ନକରି ଦଳର କ୍ରିକେଟ୍ ଅପରେସନ୍ ଉପରେ ତାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ ବୋଲି ଗମ୍ଭୀର ଦାବି କରିଛନ୍ତି।
ଦ୍ୱିତୀୟରେ, ଦୁଇଥର ବିଶ୍ୱକପ ବିଜେତା ବ୍ୟାଟିଂ, ଫିଲ୍ଡିଂ ଏବଂ ବୋଲିଂ କୋଚ୍ ସମେତ ନିଜର ସହାୟକ କର୍ମଚାରୀ ବାଛିବେ।
ତୃତୀୟତ ,, ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାକିସ୍ତାନରେ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଚାରିଜଣ ବରିଷ୍ଠ ଖେଳାଳିଙ୍କ ପାଇଁ ଶେଷ ସୁଯୋଗ ହୋଇପାରେ – ବିରାଟ କୋହଲି, ରୋହିତ ଶର୍ମା, ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ଶାମି।
ଯଦି ଏହି ଖେଳାଳିମାନେ ଭାରତକୁ ଟୁର୍ନାମେଣ୍ଟ ଜିତିବାରେ ସାହାଯ୍ୟ କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କୁ ଦଳରୁ ଓହରିଯିବାକୁ ହେବ। ତେବେ ସମସ୍ତ ତିନୋଟି ଫର୍ମାଟରୁ ଖେଳାଳିଙ୍କୁ ବାହାର କରାଯିବାର କୌଣସି ଉଲ୍ଲେଖ ନାହିଁ।
ଚତୁର୍ଥ ସର୍ତ୍ତ ହେଉଛି ଟେଷ୍ଟ କ୍ରିକେଟରେ ଏକ ଅଲଗା ଦଳ ରହିବ।
ଶେଷ ତଥା ପଞ୍ଚମରେ ଗମ୍ଭୀର ୨୦୨୭ ବିଶ୍ୱକପ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବେ।
ଚାରିଜଣ ବରିଷ୍ଠ ଖେଳାଳି – ବିରାଟ, ରୋହିତ, ଜାଡେଜା ଏବଂ ଶାମି ଯଦି ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ପ୍ରଦର୍ଶନ ନକରନ୍ତି ତେବେ ଦଳରୁ ଓହରିଯିବେ ଏହା ସ୍ପଷ୍ଟ ହୋଇଛି, ଖେଳାଳିମାନେ ଟେଷ୍ଟ ଖେଳିବା ଜାରି ରଖିବେ କି ନାହିଁ ପ୍ରଶ୍ନ ଉଠିଛି।
ସୂଚନାଯୋଗ୍ୟ ଯେ ଆସନ୍ତା ବର୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଖେଳାଯିବ। ଯଦି ଭାରତ ଜିତିବ ନାହିଁ ତେବେ ସେମାନଙ୍କୁ ଦଳ ଛାଡିବାର ସମ୍ଭାବନା ରହିପାରେ।
The post ଗୌତମ ଗମ୍ଭୀର ଭାରତର କୋଚ୍ ହେଲେ ଦଳରେ ବିରାଟ-ରୋହିତଙ୍କ ପାଇଁ ଶେଷ ସୁଯୋଗ: ରିପୋର୍ଟ appeared first on Dharitri Odia News.