ଗ୍ରାଜୁଏସନ୍ ସେରିମନିରେ କଳା ଗାଉନ୍ ଓ କଳା ରଙ୍ଗ ଟୋପି କାହିଁକି ପିନ୍ଧିଥାନ୍ତି….
ମୁଖ୍ୟତଃ ଡିଗ୍ରୀ ପ୍ରଦାନ ସମୟରେ ବିଦ୍ୟାର୍ଥୀ କଳା ରଙ୍ଗ ଗାଉନ ଓ କଳା ରଙ୍ଗ ବର୍ଗାକାର ଟୋପି ପିନ୍ଧିଥାନ୍ତି। ସମାବର୍ତ୍ତନ ଉତ୍ସବରେ ଏହି ପୋଷାକ ପିନ୍ଧିବା ପାଇଁ ପ୍ରତ୍ୟେକ ବିଦ୍ୟାର୍ଥୀ ଖୁବ୍ ଉତ୍ସାହିତ ଥାନ୍ତି। ଗ୍ରାଜୁଏସନ୍ ସେରିମନିରେ ବିଶ୍ବବିଦ୍ୟାଳୟରେ ନିର୍ଦ୍ଦିଷ୍ଟ କଳା ରଙ୍ଗର ଗାଉନ୍ ଓ ଟୋପି କାହିଁକି ପିନ୍ଧାଯାଏ, ତାହାକୁ ନେଇ ପ୍ରଶ୍ନ ଆସିବା ସ୍ବାଭାବିକ। ଗ୍ରାଜୁଏସନ୍ ଡେ’ରେ ଏହି ପୋଷାକ ପରିଧାନ ସମ୍ପର୍କରେ ସଠିକ୍ ତଥ୍ୟ ପ୍ରଦାନ କରିବା ସହଜ ନୁହେଁ। ଅନ୍ୟପକ୍ଷରେ ଏହି […]

ମୁଖ୍ୟତଃ ଡିଗ୍ରୀ ପ୍ରଦାନ ସମୟରେ ବିଦ୍ୟାର୍ଥୀ କଳା ରଙ୍ଗ ଗାଉନ ଓ କଳା ରଙ୍ଗ ବର୍ଗାକାର ଟୋପି ପିନ୍ଧିଥାନ୍ତି। ସମାବର୍ତ୍ତନ ଉତ୍ସବରେ ଏହି ପୋଷାକ ପିନ୍ଧିବା ପାଇଁ ପ୍ରତ୍ୟେକ ବିଦ୍ୟାର୍ଥୀ ଖୁବ୍ ଉତ୍ସାହିତ ଥାନ୍ତି। ଗ୍ରାଜୁଏସନ୍ ସେରିମନିରେ ବିଶ୍ବବିଦ୍ୟାଳୟରେ ନିର୍ଦ୍ଦିଷ୍ଟ କଳା ରଙ୍ଗର ଗାଉନ୍ ଓ ଟୋପି କାହିଁକି ପିନ୍ଧାଯାଏ, ତାହାକୁ ନେଇ ପ୍ରଶ୍ନ ଆସିବା ସ୍ବାଭାବିକ।
ଗ୍ରାଜୁଏସନ୍ ଡେ’ରେ ଏହି ପୋଷାକ ପରିଧାନ ସମ୍ପର୍କରେ ସଠିକ୍ ତଥ୍ୟ ପ୍ରଦାନ କରିବା ସହଜ ନୁହେଁ। ଅନ୍ୟପକ୍ଷରେ ଏହି ସଂସ୍କୃତି ଭାରତର ନୁହେଁ। ଦ୍ବାଦଶ ତଥା ତ୍ରୟୋଦଶ ଶତାବ୍ଦୀରେ ୟୁରୋପୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବା ପରଠାରୁ ଏହି ପ୍ରଥା ଆରମ୍ଭ ହୋଇଥିବା କୁହାଯାଏ। ସେହି ସମୟରେ ଗାଉନ୍ ଓ ଟୋପି କଳା ତଥା ଧୂସର ରଙ୍ଗର ଥିଲା।
ସେହିପରି ଏହି ଗାଉନ ଏବଂ ଟୋପି ସେମାନଙ୍କୁ ସେଠାରେ ପଢ଼ୁଥିବା ଅନ୍ୟ ଛାତ୍ରଛାତ୍ରୀଙ୍କଠାରୁ ଭିନ୍ନ ପରିଚୟ ପ୍ରଦାନ କରୁଥିଲା। ଏମିତି ବି କୁହାଯାଏ, ଏହି ସେରିମନିର ପ୍ରାରମ୍ଭ ପାଶ୍ଚାତ୍ୟ ଦେଶରୁ ହେଲା। ପରେ ଅନ୍ୟ ଦେଶ ଏହି ପ୍ରଥାକୁ ନକଲ କରିବା ଆରମ୍ଭ କଲେ। ପଶ୍ଚିମ ଏସିଆ ଏବଂ ଉତ୍ତର ଆଫ୍ରିକାର ବିଦ୍ବାନ କଳା ଗାଉନ୍ ପିନ୍ଧୁଥିଲେ ବୋଲି ବିଶ୍ବାସ ଅଛି। ତେବେ ମାସାଚୁସେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଅନୁସାରେ, ସର୍ବପ୍ରଥମେ ବ୍ଲାକ୍ ଗାଉନ୍ର ବ୍ୟବହାର ବିଦ୍ବାନଙ୍କ ମୁଣ୍ଡକୁ ଗରମ ରଖିବା ପାଇଁ କରାଯାଉ ଥିଲା। ସେଥିପାଇଁ ସେମାନଙ୍କୁ କଳା ଗାଉନ୍ ପିନ୍ଧାଯାଉ ଥିଲା।