ଗ୍ରାମବାସୀଙ୍କ ଭରସା ଖୋଲା କୂଅ
କାଏମା,୧୬ା୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ୍ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ବିପୁଳ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁନାହିଁ। ସେହିପରି ଯେଉଁଠାରେ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି ତାହା ମଧ୍ୟ ଗୋଟିଏ ପରେ ଗୋଟିଏ ଅଚଳ ହେବାରେ ଲାଗିଛି। ଅନ୍ୟ କେତେକ ପ୍ରକଳ୍ପର ପାଣି ପିଇବା ଉପଯୋଗୀ ହେଉନାହିଁ। ଫଳରେ ଲୋକେ ପାଣି ଟୋପାଏ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ବ୍ଲକ ଅନ୍ତର୍ଗତ […] The post ଗ୍ରାମବାସୀଙ୍କ ଭରସା ଖୋଲା କୂଅ appeared first on Dharitri Odia News.
କାଏମା,୧୬ା୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ୍ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ବିପୁଳ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁନାହିଁ। ସେହିପରି ଯେଉଁଠାରେ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି ତାହା ମଧ୍ୟ ଗୋଟିଏ ପରେ ଗୋଟିଏ ଅଚଳ ହେବାରେ ଲାଗିଛି। ଅନ୍ୟ କେତେକ ପ୍ରକଳ୍ପର ପାଣି ପିଇବା ଉପଯୋଗୀ ହେଉନାହିଁ। ଫଳରେ ଲୋକେ ପାଣି ଟୋପାଏ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ବ୍ଲକ ଅନ୍ତର୍ଗତ ଦେଓଦା ପଞ୍ଚାୟତର ଖପରାଢ଼ଇ ଗ୍ରାମରେ। ଏଠାରେ ୫୦ରୁ ଊର୍ଦ୍ଧ୍ୱ ପରିବାରରେ ୨୦୦ରୁ ଅଧିକ ଲୋକେ ବସବାସ କରୁଛନ୍ତି। ହେଲେ ସେମାନଙ୍କୁ ପିଇବା ପାଣି ମିଳି ପାରୁନାହିଁ। ଏବେ ଖୋଲା କୂଅ ସେମାନଙ୍କ ଭରସା ପାଲଟିଛି।
ଏଠାରେ ପାନୀୟ ଜଳ ସମସ୍ୟାଥିବାରୁ ୧୦ ବର୍ଷ ପୂର୍ବେ ଏକ ସରକାରୀ ନଳକୂପ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ସେଥିରୁ ବାହାରୁ ଥିବା ପାଣିରେ ଆଇରନ ରହୁଥିବାରୁ ତାହା ପିଇବା ଉପଯୋଗୀ ହେଉନାହିଁ। ନିର୍ବାଚନ ସମୟରେ ନେତାମାନେ ଆସି ପାଣି ସମସ୍ୟା ଦୂର କରିବାକୁ ପ୍ରତିଶ୍ରୁତି ଦିଅନ୍ତି, ହେଲେ ପରେ ସବୁ ଭୁଲି ଯାଆନ୍ତି। ତେଣୁ କିଛି ଉପାୟ ନ ପାଇ ସେହି ଗ୍ରାମର ଶେଷମୁଣ୍ଡରେ ଜଣେ ବ୍ୟକ୍ତିଙ୍କ ଖୋଲା କୂଅ ଉପରେ ସମସ୍ତ ଗ୍ରାମବାସୀ ଭରସା କରୁଛନ୍ତି। ଖୋଲା କୂଅ ପାଣି ପିଇବା ସ୍ବାସ୍ଥ୍ୟପ୍ରତି ହାନିକାରକ ହେଉଥିଲେ ବି ବିଶୁଦ୍ଧ ପାଣି ଅଭାବରୁ ଜୀବନ ବଞ୍ଚାଇବା ପାଇଁ ଲୋକେ ଏହି କୂଅ ପାଣିକୁ ବ୍ୟବହାର କରୁଛନ୍ତି। ଖାଲି ଏତିକି ନୁହେଁ, ଖରାଦିନେ ରାତି ୨ଟାରୁ ଏଠାରେ ଲୋକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥାଏ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗ୍ରାମକୁ ପାଇପ ପାଣି ବ୍ୟବସ୍ଥା କରାଯାଇଛି। କିନ୍ତୁ ସେଥିରୁ ଗୋଳିଆ ପାଣି ବାହାରୁ ଥିବାରୁ ତାହା ପିଇବା ଉପଯୋଗୀ ହେଉନାହିଁ। ତାହାକୁ କିଛି ସମୟ ରଖିଲେ ହଳଦିଆ ରଙ୍ଗର ଏକ ଆବରଣ ପଡ଼ିଯାଉଛି। ରୋଷେଇ ପାଇଁ ମଧ୍ୟ ସେ ପାଣିକୁ ବ୍ୟବହାର କରି ହେଉନାହିଁ। ଆଗକୁ ଖରାଦିନ ଆସୁଥିବାରୁ ଗ୍ରାମବାସୀ ଚିନ୍ତା ପ୍ରକଟ କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଅତୁଲ ମଳିକଙ୍କୁ ପଚାରିବାରେ ସେ କହିଛନ୍ତି, ଗ୍ରାମକୁ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ହେଲେ ଅନେକ ଲୋକେ ଏହାକୁ ଚାଷ ପାଇଁ ବ୍ୟବହାର କରୁଛନ୍ତି। ଫଳରେ ବହୁ ଲୋକ ପିଇବା ପାଣି ପାଉନାହାନ୍ତି। ଏ ଦିଗରେ ବ୍ଲକ୍ ପ୍ରଶାସନ ଦୃଷ୍ଟିଦେଇ ପାନୀୟ ଜଳ ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।
The post ଗ୍ରାମବାସୀଙ୍କ ଭରସା ଖୋଲା କୂଅ appeared first on Dharitri Odia News.