ଗ୍ରାମସଭାର ବିନା ଅନୁମୋଦନରେ ଖଣି ସର୍ଭେ, ବନ୍ଦ ପାଇଁ ଅଡ଼ିବସିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର ବିଜାଲି ଗ୍ରାମରେ ଖଣି ସର୍ଭେକୁ ନେଇ ଅନେକ ଆଶଙ୍କା ସୃଷ୍ଟି ହୋଇଛି। ଗ୍ରାମବାସୀଙ୍କୁ କୌଣସି ସୂଚନା ନ ଦେଇ ଗ୍ରାମରେ କିଛି ଅଜଣା ବ୍ୟକ୍ତି ପହଞ୍ଚି ନିକଟସ୍ଥ ଗାଁର କିଛି ଦିନ ମଜୁରିଆଙ୍କୁ ଧରି ସର୍ଭେ ଚଳାଇଥିବାରୁ ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି । ଗାଁ ଲୋକମାନେ ଏପରି ସର୍ଭେକୁ ବିରୋଧ କରିବାରୁ ସର୍ଭେ ଦଳ ଗାଁରେ ଖଣି ଖୋଳା ହେଲେ ତୁମର […] The post ଗ୍ରାମସଭାର ବିନା ଅନୁମୋଦନରେ ଖଣି ସର୍ଭେ, ବନ୍ଦ ପାଇଁ ଅଡ଼ିବସିଲେ ଗ୍ରାମବାସୀ appeared first on Dharitri Odia News.

ଗ୍ରାମସଭାର ବିନା ଅନୁମୋଦନରେ ଖଣି ସର୍ଭେ, ବନ୍ଦ ପାଇଁ ଅଡ଼ିବସିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର ବିଜାଲି ଗ୍ରାମରେ ଖଣି ସର୍ଭେକୁ ନେଇ ଅନେକ ଆଶଙ୍କା ସୃଷ୍ଟି ହୋଇଛି। ଗ୍ରାମବାସୀଙ୍କୁ କୌଣସି ସୂଚନା ନ ଦେଇ ଗ୍ରାମରେ କିଛି ଅଜଣା ବ୍ୟକ୍ତି ପହଞ୍ଚି ନିକଟସ୍ଥ ଗାଁର କିଛି ଦିନ ମଜୁରିଆଙ୍କୁ ଧରି ସର୍ଭେ ଚଳାଇଥିବାରୁ ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି । ଗାଁ ଲୋକମାନେ ଏପରି ସର୍ଭେକୁ ବିରୋଧ କରିବାରୁ ସର୍ଭେ ଦଳ ଗାଁରେ ଖଣି ଖୋଳା ହେଲେ ତୁମର ଉନ୍ନତି ହେବ ଓ ଗାଁର ପାଠପଢ଼ା ପିଲା ଚାକିରି ପାଇବେ ବୋଲି କହିଥିଲେ। କିନ୍ତୁ ଗାଁ ଲୋକ ସେମାନଙ୍କ କଥାରେ ଅରାଜି ଥିବାରୁ ବ୍ରାହ୍ମଣୀଗାଁ ରାଜସ୍ବ ଅଧିକାରୀ ଏବଂ ଥାନା ଅଧିକାରୀ ଗାଁ ଲୋକଙ୍କୁ ଡାକି ସର୍ଭେ ଦଳକୁ ସହଯୋଗ କରିବାକୁ କହିଥିଲେ। ହେଲେ କନ୍ଧମାଳ ଜିଲା ଏକ ଅନୁସୂଚିତ ଅଞ୍ଚଳ ହୋଇଥିବାରୁ ଗ୍ରାମସଭାର ଅନୁମୋଦନ ବିନା ଏଠି କୌଣସି ବିକାଶମୂଳକ କାମ ହୋଇପାରିବ ନାହିଁ, ସର୍ଭେ ବନ୍ଦ କରାଯାଉ ବୋଲି ଲୋକେ ସର୍ବସମ୍ମତ କ୍ରମେ ବୈଠକ କରି ନିଷ୍ପତ୍ତି ନେଇଛନ୍ତି। ଯାହାର ଏକ ନକଲ ଜିଲାପାଳଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଓ ଜିଲାର ବିଭିନ୍ନ ପ୍ରଶାସକଙ୍କୁ ପ୍ରଦାନ କରାଯାଇଛି ବୋଲି ଓ୍ବାର୍ଡ ସଭ୍ୟା ସସ୍ମିତା ମଳିକ, ଜଙ୍ଗଲ ଅଧିକାର କମିଟିର ସଭାପତି ସନା ମଳିକ, ସମ୍ପାଦକ ପାତ୍ର ମଳିକଙ୍କ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଉକ୍ତ ପଞ୍ଚାୟତ କୁମ୍ଭାରୀପଦର ଗ୍ରାମରେ ତିତିଲି, ହୁଡ଼ହୁଡ଼ ସମେତ ଅନ୍ୟ ବାତ୍ୟା ସମୟରେ ବାରମ୍ବାର ଭୂସ୍ଖଳନ ହୋଇଥିଲା। ପ୍ରତିବର୍ଷ ବାତ୍ୟା ଆସିବା କିମ୍ବା ଲଘୁଚାପ ବର୍ଷା କାରଣରୁ ଜକ୍ତ ଅଞ୍ଚଳରେ ବାରମ୍ବାର ଭୂସ୍ଖଳନ ଜିଲା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଭୂତତ୍ତ୍ୱବିଦ୍‌ ବିଭାଗ ପକ୍ଷରୁ କୁମ୍ଭାରୀପଦର ଗ୍ରାମରେ ମାଟି, ବାଲି, ପଥର ଆଦି ପରୀକ୍ଷଣ ପାଇଁ ପଠାଯାଇଥିଲା। ଯାହାକି ସେଠାରେ ବକ୍ସାଇଟ ଭଳି ଖଣିର ସନ୍ଧାନ ଥିବା ଆଶଙ୍କା କରାଯିବା ସହ ଉକ୍ତ ଅଞ୍ଚଳର କୁମ୍ଭାରୀପଦର ସମେତ ବିଜାଲି ଓ ବିଭିନ୍ନ ଅଞ୍ଚଳକୁ ଭୁତତ୍ତ୍ୱବିଦ୍‌ ବୈଜ୍ଞାନିକମାନେ ବାରମ୍ବାର ପରିଦର୍ଶନ ଜାରି ରଖିଛନ୍ତି। ଫଳରେ ଉକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଥିବା କୁହାଯାଇଛି। ଏବେ ବିନା ଗ୍ରାମସଭାର ଅନୁମୋଦନରେ ଖଣି ସର୍ଭେ ବନ୍ଦ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

The post ଗ୍ରାମସଭାର ବିନା ଅନୁମୋଦନରେ ଖଣି ସର୍ଭେ, ବନ୍ଦ ପାଇଁ ଅଡ଼ିବସିଲେ ଗ୍ରାମବାସୀ appeared first on Dharitri Odia News.