ଗ୍ରାମ୍ୟ ଜଳଯୋଗାଣ କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ଲାଞ୍ଜିଗଡ଼,୧ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳର ଗ୍ରାମାଞ୍ଚଳରେ ସପ୍ତାହେ ହେଲା ଜଳଯୋଗାଣ ବାଧାପ୍ରାପ୍ତ ହୋଇଥିବାବେଳେ ଏହାର ବିକଳ୍ପ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଲେ ବ୍ଲକ ପ୍ରଶାସନ। ଗ୍ରାମ୍ୟ ଜଳ ଯୋଗାଣ କର୍ମଚାରୀ ଦରମା, ଭତ୍ତା, ସ୍ଥାୟୀ ନିଯୁକ୍ତି ଓ ବୀମାଭୁକ୍ତ କରିବା ଦାବିରେ ୨୦ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ନିଜର ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ସେମାନେ କାର୍ଯ୍ୟବନ୍ଦ କରିଛନ୍ତି। ଯାହା ଫଳରେ କଳାହାଣ୍ଡି […] The post ଗ୍ରାମ୍ୟ ଜଳଯୋଗାଣ କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ appeared first on Dharitri Odia News.
ଲାଞ୍ଜିଗଡ଼,୧ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳର ଗ୍ରାମାଞ୍ଚଳରେ ସପ୍ତାହେ ହେଲା ଜଳଯୋଗାଣ ବାଧାପ୍ରାପ୍ତ ହୋଇଥିବାବେଳେ ଏହାର ବିକଳ୍ପ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଲେ ବ୍ଲକ ପ୍ରଶାସନ।
ଗ୍ରାମ୍ୟ ଜଳ ଯୋଗାଣ କର୍ମଚାରୀ ଦରମା, ଭତ୍ତା, ସ୍ଥାୟୀ ନିଯୁକ୍ତି ଓ ବୀମାଭୁକ୍ତ କରିବା ଦାବିରେ ୨୦ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ନିଜର ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ସେମାନେ କାର୍ଯ୍ୟବନ୍ଦ କରିଛନ୍ତି। ଯାହା ଫଳରେ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳର ଗ୍ରାମାଞ୍ଚଳରେ ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି। ବ୍ଲକର ୨୬ଟି ପଞ୍ଚାୟତରେ ସମୁଦାୟ ୫୭ ଗୋଟି ବସୁଧା ପ୍ରକଳ୍ପ ଥିବାବେଳେ ୬୭ ଜଣ ଜଳ ଯୋଗାଣ କର୍ମଚାରୀ ଓ ପମ୍ପ ଡ୍ରାଇଭର ରହିଛନ୍ତି। ତେବେ ଦୀର୍ଘବର୍ଷ ଧରି ସେମାନେ ଦାବି କରୁଥିବା ସତ୍ତ୍ବେ ସେମାନଙ୍କ ଦାବି ପୂରଣ ହେଉନାହିଁ। ଏହାକୁ ନେଇ ରାଜ୍ୟ ସଂଘର ଡାକରାରେ ଜଳ ଯୋଗାଣ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଗ୍ରୀଷ୍ମଋତୁ ପାଖେଇ ଆସୁ ଥିବାବେଳେ ବ୍ଳକର ଗ୍ରାମାଞ୍ଚଳରେ ଜଳକଷ୍ଟ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଏହି ସମୟରେ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ପଞ୍ଚାୟତ ସମିତି ବୈଠକରେ ସଭ୍ୟାସଭ୍ୟମାନେ ଉଦ୍ବେଗ ପ୍ରକାଶ କରିଥିବାବେଳେ ଜଳ ଯୋଗାଣକୁ ଗୁରୁତର ସହିତ ନେଇଛି ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ। ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର ବ୍ଲକର ସମସ୍ତ ପଞ୍ଚାୟତକୁ ଜଳଯୋଗାଣ ପାଇଁ ତୁରନ୍ତ ବିକଳ୍ପ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଦଶମତ ମାଝୀ ବ୍ଲକର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ପାନୀୟ ଜଳଯୋଗାଣ ବ୍ୟବସ୍ଥାକୁ ନିୟମିତ କରିବାକୁ ପଦକ୍ଷେପ ନେଉଥିବା ଜଣାପଡ଼ିଛି। ଆଜି ସୁଦ୍ଧା ବ୍ଲକର କିଛି ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ସ୍ବାଭାବିକ ହୋଇଥିବାବେଳେ ଅନ୍ୟ ସବୁ ପଞ୍ଚାୟତରେ ଆଗାମୀ କିଛି ଦିନରେ ପାନୀୟ ଜଳ ଯୋଗାଣ ସ୍ବାଭାବିକ ହୋଇଯିବ ବୋଲି ବିଡିଓ ପାତ୍ର ପ୍ରକାଶ କରିଛନ୍ତି।
The post ଗ୍ରାମ୍ୟ ଜଳଯୋଗାଣ କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ appeared first on Dharitri Odia News.