ଗ୍ରାମ୍ୟ ବିକାଶର ତଣ୍ଟିି ଚିପିଛି ଶାସକ ବିଜେପି: ଆରମ୍ଭ ହୋଇ ପାରିଲାନି ୧୦୦ କୋଟିର ପ୍ରକଳ୍ପ…

ଯାଜପୁର: ରାଜ୍ୟରେ ବିଜେପି ସରକାର ଆସିବା ପରେ ‘ଆମ ଓଡ଼ିଶା-ନବୀନ ଓଡ଼ିଶା’ ଯୋଜନା ନାମକୁ ବଦଳାଇ ‘ବିକଶିତ ଗାଁ-ବିକଶିତ ଓଡ଼ିଶା’ ନାଁ ଦେଇଛନ୍ତି। ଗାଁ ଗଣ୍ଡାର ଉନ୍ନତି ପାଇଁ ସଂକଳ୍ପବଦ୍ଧ ବୋଲି ଡିଣ୍ଡିମ ପିଟୁଛନ୍ତି। ମାତ୍ର ଗ୍ରାମ୍ୟ ବିକାଶ ପାଇଁ ନବୀନ ସରକାର ଅମଳରେ ମଞ୍ଜୁର କରିଥିବା ‘ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା’ର ୧୦୦ କୋଟି ଟଙ୍କା ପ୍ରକଳ୍ପ ଆରମ୍ଭ ହୋଇନାହିଁ। ଶାସକ ଦଳ ନେତାଙ୍କ ଚାପରେ ପ୍ରଶାସନ କଳ ଗତ ୮ ମାସ ତଳୁ […]

ଗ୍ରାମ୍ୟ ବିକାଶର ତଣ୍ଟିି ଚିପିଛି ଶାସକ ବିଜେପି: ଆରମ୍ଭ ହୋଇ ପାରିଲାନି ୧୦୦ କୋଟିର ପ୍ରକଳ୍ପ…
bjp

ଯାଜପୁର: ରାଜ୍ୟରେ ବିଜେପି ସରକାର ଆସିବା ପରେ ‘ଆମ ଓଡ଼ିଶା-ନବୀନ ଓଡ଼ିଶା’ ଯୋଜନା ନାମକୁ ବଦଳାଇ ‘ବିକଶିତ ଗାଁ-ବିକଶିତ ଓଡ଼ିଶା’ ନାଁ ଦେଇଛନ୍ତି। ଗାଁ ଗଣ୍ଡାର ଉନ୍ନତି ପାଇଁ ସଂକଳ୍ପବଦ୍ଧ ବୋଲି ଡିଣ୍ଡିମ ପିଟୁଛନ୍ତି। ମାତ୍ର ଗ୍ରାମ୍ୟ ବିକାଶ ପାଇଁ ନବୀନ ସରକାର ଅମଳରେ ମଞ୍ଜୁର କରିଥିବା ‘ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା’ର ୧୦୦ କୋଟି ଟଙ୍କା ପ୍ରକଳ୍ପ ଆରମ୍ଭ ହୋଇନାହିଁ। ଶାସକ ଦଳ ନେତାଙ୍କ ଚାପରେ ପ୍ରଶାସନ କଳ ଗତ ୮ ମାସ ତଳୁ ଯାଜପୁର ଜିଲ୍ଲାରେ ‘ଆମ ଓଡ଼ିଶା-ନବୀନ ଓଡ଼ିଶା’ ଯୋଜନାର ଅନୁଦାନ ଖର୍ଚ୍ଚ କରାଇ ଦେଉ ନାହାନ୍ତି। ଯେଉଁ କେତୋଟି ପ୍ରକଳ୍ପ ନିର୍ମାଣ ହୋଇଛି ତାହାର ବିଲ୍‌ ବାବଦକୁ ୫୦ କୋଟି ଟଙ୍କାର ଅନୁଦାନକୁ ଶାସକ ଦଳ ଚାପରେ ବ୍ଲକ୍‌ ପ୍ରଶାସନ ଚାପି ରଖିଥିବା ଅଭିଯୋଗ ହୋଇଛି। ଗ୍ରାମୀଣ ଓଡ଼ିଶାର ଜୀବନଧାରଣ ମାନ ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ୨ ବର୍ଷ ତଳେ ଓଡ଼ିଶା ସରକାର ‘ଆମ ଓଡ଼ିଶା-ନବୀନ ଓଡ଼ିଶା’ ଯୋଜନା ପ୍ରଣୟନ କରିଥିଲେ। ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ପ୍ରତି ପଞ୍ଚାୟତକୁ ଏହି ଯୋଜନାରେ ବାର୍ଷିକ ୫୦ ଲକ୍ଷଟଙ୍କା ଲେଖାଏଁ ଅନୁଦାନ ମଞ୍ଜୁର କରିଥିଲେ। ଯାଜପୁର ଜିଲ୍ଲାର ୩୧୧ ପଞ୍ଚାୟତରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ୪୧୦୯ ଗୋଟି ପ୍ରକଳ୍ପ ପାଇଁ ସରକାର ୧୫୫ କୋଟି ୫୦ ଲକ୍ଷଟଙ୍କା ଅନୁଦାନ ମଞ୍ଜୁର ହୋଇଛି। ମାତ୍ର ଶାସକ ଦଳ ଚାପରେ ଏଯାବତ୍‌ ୧୬୫୦ ଗୋଟି ପ୍ରକଳ୍ପର କାର୍ଯ୍ୟା ଆରମ୍ଭ ହୋଇ ପାରି ନାହିଁ। ଯେଉଁ କେତୋଟି ପ୍ରକଳ୍ପରେ କାର୍ଯ୍ୟ ଆରମ୍ଭ ହୋଇଛି ସେ ସମସ୍ତ ପ୍ରକଳ୍ପରେ ବ୍ଲକ୍‌ ପ୍ରଶାସନ ୫୮ କୋଟି ଟଙ୍କା ବିଲ୍‌ ଠିକାଦାରଙ୍କୁ ମିଳିନାହିଁ। ଶାସକ ଦଳ ନେତାଙ୍କୁ ବଟି ନ ଦେଲେ ବିଲ୍‌ ପାସ୍‌ ହେଉ ନ ଥିବା ଅଭିଯୋଗ ହୋଇଛି।

ଗ୍ରାମବାସୀଙ୍କ ଆବଶ୍ୟକତା ଅନୁଯାୟୀ ଆମ ଓଡ଼ିଶା-ନବୀନ ଓଡ଼ିଶା ଯୋଜନାରେ ସମସ୍ତ ଧର୍ମର ପୂଜାପାଠ ସ୍ଥାନ, ତୀର୍ଥଯାତ୍ରୀଙ୍କ ମୌଳିକ ସୁବିଧା, ଭୋଗ ମଣ୍ଡପ, ସାଂସ୍କୃତିକ କେନ୍ଦ୍ର, ସ୍ୱଚ୍ଛ ଭାରତ ମିଶନ ଭଳି ପ୍ରକଳ୍ପକୁ ତକ୍ରାଳୀନ ସରକାର ଗୁରୁତ୍ୱ ଦେଇଥିଲେ। ସରକାରଙ୍କ ନିୟମାବଳୀ ମୁତାବକ ଯାଜପୁର ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ୨୪୫୯ ଗୋଟି ପ୍ରକଳ୍ପର କାର୍ଯ୍ୟାଦେଶ ଦିଆଯାଇ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସାଧାରଣ ନିର୍ବାଚନ ପରେ ରାଜ୍ୟରେ ବିଜେପି ସରକାର ଶାସନ କ୍ଷମତାକୁ ଆସିଲା। ଗାଁ ଗଣ୍ଡାରେ ଆରମ୍ଭ ହୋଇଥିବା ଉନ୍ନୟନମୂଳକ ପ୍ରକଳ୍ପକୁ ବନ୍ଦ୍‌ କରିବା ପାଇଁ ଶାସକ ଦଳର ଇଙ୍ଗିତରେ ବ୍ଲକ୍‌ ପ୍ରଶାସନ ଆମ ଓଡ଼ିଶା-ନବୀନ ଓଡ଼ିଶା ଯୋଜନା ଫାଇଲ୍‌କୁ ବନ୍ଦ୍‌ କରି ଦେଇଛି।

ଚଳିତ ମାସରେ ମୁଖ୍ୟମନ୍ତ୍ରୀ ବିକଶିତ ଗାଁ-ବିକଶିତ ଓଡ଼ିଶା ଯୋଜନାର ଶୁଭାରମ୍ଭ କର ପୂର୍ବରୁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଗ୍ରହଣ କରାଯାଇଥିବା ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରାଯିବ ବୋଲି କହିଛନ୍ତି। ମାତ୍ର ଗତ ଆର୍ଥିକ ବର୍ଷରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ୧୦୦ କୋଟି ଟଙ୍କା ବର୍ଷକ ପରେ ବି ଖର୍ଚ୍ଚ ନ ହୋଇ ପାରିବା ଘଟଣା ଶାସକ ଦଳର କାର୍ଯଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।