ଗ୍ରାସୀମ୍ କମ୍ପାନୀରେ କ୍ଲୋରିନ୍ ଲିକେଜ୍ ମକ୍ଡ୍ରିଲ
ଗଞ୍ଜାମ,୧୯/୧(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଜରୁରିକାଳୀନ ଅପ୍ସାଇଡ୍ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଗ୍ରାସୀମ୍ କମ୍ପାନୀ ସହଯୋଗରେ ଆୟୋଜିତ ଅପ୍ସାଇଡ୍ ମକଡ୍ରିଲରେ ଜିଲା ପ୍ରଶାସନ ପକ୍ଷରୁ ଆସିଷ୍ଟାଣ୍ଟ ଫାକ୍ଟ୍ରି ଡାଇରେକ୍ଟର ରଞ୍ଜିତ ନାୟକ, ଜିଲା ପ୍ଳାନିଂ ଅଫିସର ଦେବେନ୍ଦ୍ର ନାୟକ, ଏସ୍ଡିଏମ୍ଓ ପ୍ରଫୁଲ୍ଲ ଗୌଡ଼, ଫାୟାର ଅଫିସର, ଏନ୍ଡିଆର୍ଏଫ୍ ଧନଞ୍ଜୟ କୁମାର, ଗ୍ରାସୀମ କମ୍ପାନୀ ପରିଚାଳକ ମୁଖ୍ୟ ଅଜୟ ଗୁପ୍ତାଙ୍କ ସହ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ଜିଲା […] The post ଗ୍ରାସୀମ୍ କମ୍ପାନୀରେ କ୍ଲୋରିନ୍ ଲିକେଜ୍ ମକ୍ଡ୍ରିଲ appeared first on Dharitri Odia News.
ଗଞ୍ଜାମ,୧୯/୧(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଜରୁରିକାଳୀନ ଅପ୍ସାଇଡ୍ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଗ୍ରାସୀମ୍ କମ୍ପାନୀ ସହଯୋଗରେ ଆୟୋଜିତ ଅପ୍ସାଇଡ୍ ମକଡ୍ରିଲରେ ଜିଲା ପ୍ରଶାସନ ପକ୍ଷରୁ ଆସିଷ୍ଟାଣ୍ଟ ଫାକ୍ଟ୍ରି ଡାଇରେକ୍ଟର ରଞ୍ଜିତ ନାୟକ, ଜିଲା ପ୍ଳାନିଂ ଅଫିସର ଦେବେନ୍ଦ୍ର ନାୟକ, ଏସ୍ଡିଏମ୍ଓ ପ୍ରଫୁଲ୍ଲ ଗୌଡ଼, ଫାୟାର ଅଫିସର, ଏନ୍ଡିଆର୍ଏଫ୍ ଧନଞ୍ଜୟ କୁମାର, ଗ୍ରାସୀମ କମ୍ପାନୀ ପରିଚାଳକ ମୁଖ୍ୟ ଅଜୟ ଗୁପ୍ତାଙ୍କ ସହ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ଜିଲା ପ୍ରଶାସନିକ ଅଧିକାରୀ ଓ ଗ୍ରାସୀମ କମ୍ପାନୀ ପରିଚାଳକ ମୁଖ୍ୟ ମକଡ୍ରିଲ ସମ୍ପର୍କରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ l ୪୫ ମିନେଟ ଧରି ମକଡ୍ରିଲ ଚାଲିଥିଲା l କ୍ଲୋରିନ ଲିକେଜ ସମୟରେ କିପରି ନିଜକୁ ସୁରକ୍ଷିତ ରକ୍ଷା କରା ଯାଇପାରିବ ସେ ସମ୍ବନ୍ଧରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସଚେତନ କରାଯାଇଥିଲା l ମକଡ୍ରିଲ କାର୍ଯ୍ୟକ୍ରମରେ ୨୨୫ ଜଣ ଭାଗ ନେଇଥିଲେ l ଲୋକ ସୂଚନା ସମ୍ପର୍କ ଅଧିକାରୀ ସୁସ୍ମିତା ବେହେରା ଉପସ୍ଥିତ ଥିଲେ l
The post ଗ୍ରାସୀମ୍ କମ୍ପାନୀରେ କ୍ଲୋରିନ୍ ଲିକେଜ୍ ମକ୍ଡ୍ରିଲ appeared first on Dharitri Odia News.