ଗ୍ରାହକଙ୍କୁ ବଡ଼ ଝଟ୍କା ଦେଲା ଏସ୍ବିଆଇ
ନୂଆଦିଲ୍ଲୀ,୧୫।୭: ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି। ବିଭିନ୍ନ ଋଣକୁ ମହଙ୍ଗା କରିବାକୁ ସରକାରୀ ବ୍ୟାଙ୍କ ଘୋଷଣା କରିଛି। ବର୍ଦ୍ଧିତ ସୁଧ ହାର ଆଜିଠାରୁ ହିଁ କାର୍ଯ୍ୟକାରୀ ହୋଇଛି। ଏଭଳି ପରିସ୍ଥିତିରେ ଏସବିଆଇ ଗ୍ରାହକଙ୍କୁ ଋଣ ଉପରେ ଅଧିକ ସୁଧ ଦେବାକୁ ପଡିବ। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ବ୍ୟାଙ୍କ ଏହାର MCLR (ମାର୍ଜିନାଲ କଷ୍ଟ ଅଫ ଇନ୍ଟ୍ରେଷ୍ଟ ରେଟ୍) ରେ ପରିବର୍ତ୍ତନ କରିଛି। […] The post ଗ୍ରାହକଙ୍କୁ ବଡ଼ ଝଟ୍କା ଦେଲା ଏସ୍ବିଆଇ appeared first on Dharitri Odia News.
ନୂଆଦିଲ୍ଲୀ,୧୫।୭: ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି। ବିଭିନ୍ନ ଋଣକୁ ମହଙ୍ଗା କରିବାକୁ ସରକାରୀ ବ୍ୟାଙ୍କ ଘୋଷଣା କରିଛି। ବର୍ଦ୍ଧିତ ସୁଧ ହାର ଆଜିଠାରୁ ହିଁ କାର୍ଯ୍ୟକାରୀ ହୋଇଛି। ଏଭଳି ପରିସ୍ଥିତିରେ ଏସବିଆଇ ଗ୍ରାହକଙ୍କୁ ଋଣ ଉପରେ ଅଧିକ ସୁଧ ଦେବାକୁ ପଡିବ।
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ବ୍ୟାଙ୍କ ଏହାର MCLR (ମାର୍ଜିନାଲ କଷ୍ଟ ଅଫ ଇନ୍ଟ୍ରେଷ୍ଟ ରେଟ୍) ରେ ପରିବର୍ତ୍ତନ କରିଛି। ପରିବର୍ତ୍ତନ ଅଧୀନରେ, MCLR କୁ ୫ ରୁ ୧୦ ଆଧାର ପଏଣ୍ଟକୁ ବୃଦ୍ଧି କରାଯାଇଛି। ଏହାର ଅର୍ଥ ହେଉଛି MCLR ୦.୦୫ ପ୍ରତିଶତରୁ ୦.୧୦ ପ୍ରତିଶତକୁ ବୃଦ୍ଧି ପାଇଛି। ବ୍ୟାଙ୍କ ଅନୁଯାୟୀ, ଏହି ପରିବର୍ତ୍ତନ ଆଜି ଜୁଲାଇ ୧୫ରୁ କାର୍ଯ୍ୟକାରୀ ହୋଇଛି।
ଏସବିଆଇ ହେଉଛି ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ। ଗ୍ରାହକଙ୍କ ସଂଖ୍ୟା ଦୃଷ୍ଟିରୁ ଏସବିଆଇ ଅନ୍ୟ ସମସ୍ତ ବ୍ୟାଙ୍କଠାରୁ ବହୁତ ଆଗରେ ଅଛି। ଏସ୍ବିଆଇ ଦ୍ୱାରା MCLR ବୃଦ୍ଧି ହେତୁ ଏହାର ବିଭିନ୍ନ ଋଣ ଉତ୍ପାଦ ମହଙ୍ଗା ହୋଇପାରେ। ଏହି କାରଣରୁ ଲକ୍ଷ ଲକ୍ଷ ଗ୍ରାହକଙ୍କ ଉପରେ ସୁଧ ଭାର ବଢିପାରେ ଏବଂ ସେମାନଙ୍କୁ ଅଧିକ ଇଏମ୍ଆଇ ଦେବାକୁ ପଡିପାରେ।
The post ଗ୍ରାହକଙ୍କୁ ବଡ଼ ଝଟ୍କା ଦେଲା ଏସ୍ବିଆଇ appeared first on Dharitri Odia News.