ଗ୍ରାହକସେବା କେନ୍ଦ୍ରରେ ଚଞ୍ଚକତା ଅଭିଯୋଗ, ଲିଙ୍କ ଆସୁନାହିଁ କହି ୫୦ ହଜାର ଉଠାଇନେଲେ…

ଲାଞ୍ଜିଗଡ଼,୭ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତରେ ଥିବା ଗ୍ରାହକ ସେବାକେନ୍ଦ୍ରରେ ଚଞ୍ଚକତା କରି ଗ୍ରାହକଙ୍କ ଜମାଖାତାରୁ ୫୦ ହଜାର ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ବେନଗାଁ ଷ୍ଟେଟବ୍ୟାଙ୍କ ଶାଖା ଅଧୀନ ବିଜେପୁର ପଞ୍ଚାୟତସ୍ଥିତ ପୁଇଗୁଡ଼ାରେ ଥିବା ଖଜୁରୀଗୁଡା ଗ୍ରାହକସେବା କେନ୍ଦ୍ରରେ। ସୂଚନାନୁସାରେ ବିଜେପୁର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପେଟ ଗାଁର ଲିପା ମାଝୀଙ୍କ ୨୦୧୬ରେ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ତାଙ୍କ ସୁରକ୍ଷାବୀମା ଆବେଦନ କରିଥିଲେ। ହେଲେ ବର୍ତ୍ତମାନ […] The post ଗ୍ରାହକସେବା କେନ୍ଦ୍ରରେ ଚଞ୍ଚକତା ଅଭିଯୋଗ, ଲିଙ୍କ ଆସୁନାହିଁ କହି ୫୦ ହଜାର ଉଠାଇନେଲେ… appeared first on Dharitri Odia News.

ଗ୍ରାହକସେବା କେନ୍ଦ୍ରରେ ଚଞ୍ଚକତା ଅଭିଯୋଗ, ଲିଙ୍କ ଆସୁନାହିଁ କହି ୫୦ ହଜାର ଉଠାଇନେଲେ…

ଲାଞ୍ଜିଗଡ଼,୭ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତରେ ଥିବା ଗ୍ରାହକ ସେବାକେନ୍ଦ୍ରରେ ଚଞ୍ଚକତା କରି ଗ୍ରାହକଙ୍କ ଜମାଖାତାରୁ ୫୦ ହଜାର ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ବେନଗାଁ ଷ୍ଟେଟବ୍ୟାଙ୍କ ଶାଖା ଅଧୀନ ବିଜେପୁର ପଞ୍ଚାୟତସ୍ଥିତ ପୁଇଗୁଡ଼ାରେ ଥିବା ଖଜୁରୀଗୁଡା ଗ୍ରାହକସେବା କେନ୍ଦ୍ରରେ।

ସୂଚନାନୁସାରେ ବିଜେପୁର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପେଟ ଗାଁର ଲିପା ମାଝୀଙ୍କ ୨୦୧୬ରେ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ତାଙ୍କ ସୁରକ୍ଷାବୀମା ଆବେଦନ କରିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ସୁରକ୍ଷାବୀମା ଅର୍ଥରାଶି ମିଳି ନ ଥିଲା। ଚଳିତବର୍ଷ ଫେବୃଆରୀ ୧ ତାରିଖରେ ଉତ୍ତରାଖଣ୍ଡରୁ ଅନ୍ୟ ଜଣେ ଗ୍ରାହକଙ୍କ ଟଙ୍କା ଭୁଲବଶତଃ ସ୍ବର୍ଗତ ଲିପା ମାଝୀଙ୍କ ସ୍ତ୍ରୀ ତେଲ ମାଝୀଙ୍କ ବ୍ୟାଙ୍କ ଜମାଖାତାରେ ୨ଲକ୍ଷ ଟଙ୍କା ଜମା ହୋଇଥିବା ମେସେଜ ତାଙ୍କ ପୁଅଙ୍କ ମୋବାଇଲରେ ଆସିଥିଲା। ମେସେଜ ଦେଖିଲା ପରେ ତେଲ ମାଝୀ ଜମାଖାତା ଧରି ସ୍ଥାନୀୟ ପୁଇଗୁଡ଼ାରେ ନାମିତ ଖଜୁରୀଗୁଡା ଗ୍ରାହକସେବା କେନ୍ଦ୍ରକୁ ଯାଇଥିଲେ ଓ ବ୍ୟାଙ୍କ ଜମାଖାତା ଯାଞ୍ଚ କରିଥିଲେ। ଫେବୃଆରୀ ୫ତାରିଖରେ ଗ୍ରାହକସେବା କେନ୍ଦ୍ର ପରିଚାଳକ ତ୍ରିନାଥ ବାଗ ଜମାଖାତା ଯାଞ୍ଚ କରି ୨ଥର ହାତର ଆଙ୍ଗୁଠି ଛାପ ନେଇଥିଲେ ଏବଂ ଲିଙ୍କ ଆସୁନାହିଁ ବୋଲି କହି ଚଞ୍ଚକତା କରି ଥରେ ୨୦ ହଜାର ଏବଂ ଦ୍ୱିତୀୟ ଥର ୩୦ ହଜାର ମୋଟ ୫୦ ହଜାର ଉଠାଇ ଦେଇଥିବା ଅଭିଯୋଗ ଆଣିଛନ୍ତି ତେଲ ମାଝୀ ସମେତ ପରିବାର ଲୋକେ I ଏହାକୁ ନେଇ ଗ୍ରାହକସେବା କେନ୍ଦ୍ର ପରିଚାଳକ ତ୍ରିନାଥ ବାଗଙ୍କୁ ପଚାରିବାରୁ ଏହାର ଭୁଲ ବୁଝାମଣା ହୋଇଥିଲା ଏବଂ ସେମାନଙ୍କ ଟଙ୍କା ଫେରସ୍ତ କରିଦେଇଥିବା ପ୍ରକାଶ କରିଛନ୍ତି। ଏ ବିଷୟରେ ବେନଗାଁ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଜଗନ୍ନାଥ ଗମାଙ୍ଗଙ୍କୁ ପଚାରିବାରୁ ସେ କହିଲେ, ଉକ୍ତ ଗ୍ରାହକ ସେବାକେନ୍ଦ୍ରରେ ଏଭଳି ଘଟଣା ହୋଇଥିବା ଜାଣି ନ ଥିଲି। ଯଦି ଏଭଳି ହୋଇଛି ତା’ ହେଲେ ତଦନ୍ତ କରି ଗ୍ରାହକଙ୍କ ପଇସା ଫେରାଇବା ପାଇଁ ପଦକ୍ଷେପ ନେବି ବୋଲି ପ୍ରକାଶ କରିଥିଲେ।

The post ଗ୍ରାହକସେବା କେନ୍ଦ୍ରରେ ଚଞ୍ଚକତା ଅଭିଯୋଗ, ଲିଙ୍କ ଆସୁନାହିଁ କହି ୫୦ ହଜାର ଉଠାଇନେଲେ… appeared first on Dharitri Odia News.