ଗ୍ରୀଲ , ଝରକା ଭାଙ୍ଗି ପଶିଲେ, ଘରେ କଳାକନା ବୁଲାଇଲେ

କନକ ବ୍ୟୁରୋ: ରାତିରେ ଆସିଲେ, ଝରକା ଭାଙ୍ଗିଲେ । ଗ୍ରୀଲ୍ ତାଡ଼ି ଘର ଭିତରେ ପଶିଲେ, ଯାହା ପାଇଲେ ସବୁ ନେଇଗଲେ । ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ ଶ୍ରୀଣେଶ ବିହାର ଅଞ୍ଚଳରେ ବିଧାନସଭାର ଅବସରପ୍ରାପ୍ତ କର୍ମଚାରୀ ବଂଶୀଧର ଗୌଡଙ୍କ ଘରେ କଳା କନା ବୁଲାଇଚନ୍ତି ଲୁଟେରା । ଆଲମାରୀ ଭାଙ୍ଗି ପାଖାପାଖି ୨୫ ଲକ୍ଷ ଟଙ୍କାର ସୁନା ଗହଣା ଓ ମୂଲ୍ୟବାନ ସମ୍ପତି ନେଇ ଫେରାର ହୋଇଯାଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମାନ ଅଞ୍ଚଳରେ ୧୫ ଦିନ ତଳେ ସମାନ ଢଙ୍ଗରେ ଚୋରି ହୋଇଥିଲା। ଏବେ ପୁଣି ସେହି ଅଞ୍ଚଳରେ ଚୋରି ହେବା ଅଞ୍ଚଳବାସୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ପାଟ୍ରୋଲିଂ ନହେବା କାରଣରୁ ଏଭଳି ଲୁଟ ହେଉଥିବା କହିଛନ୍ତି ଲୁଟ ଶିକାର ବ୍ୟକ୍ତି।   