ଗ୍ରୀଷ୍ମ ଛୁଟିରେ ବଢୁଛି ପିଲାମାନଙ୍କ କ୍ରିୟାଶୀଳତା: ଅଭିଭାବକଙ୍କ ସହ ବୁଲୁଛନ୍ତି ପର୍ଯ୍ୟଟନ କ୍ଷେତ୍ର
ଦାରିଙ୍ଗବାଡି, ୨୨।୫ (ଅରୁଣ ସାହୁ): ଏବେ ଗ୍ରୀଷ୍ମ ଛୁଟି ଚାଲିଛି। ବିଭିନ୍ନ ବିଦ୍ୟାଳୟ ଓ ଛାତ୍ରାବାସ ଛୁଟି ରହିଥିବାରୁ ପିଲାମାନେ ଏବେ ଅଧିକାଂଶ ଘରେ ରହିଛନ୍ତି। ଏହି ସମୟରେ ପିଲାମାନଙ୍କ ବିଭିନ୍ନ କ୍ରିୟାଶୀଳତା ଦେଖିବାକୁ ମିଳୁଛି। କିଛି ଶିଶୁ ନିଜ ଅଭିଭାବକଙ୍କ ସହ ପର୍ଯ୍ୟଟନକ୍ଷେତ୍ର ବୁଲୁଥିବା ବେଳେ କିଛି ଘରେ ରହି ହୋମୱାର୍କ କରିବା ସହ ଖେଳକୁଦ ଆଦି କରିବାକୁ ପସନ୍ଦ କରୁଛନ୍ତି। ଆଉ କିଛି ଶିଶୁ ବାପାଙ୍କ ସହ ୨ ଚକିଆ ଓ ଟିକେ ଯୁବ […] The post ଗ୍ରୀଷ୍ମ ଛୁଟିରେ ବଢୁଛି ପିଲାମାନଙ୍କ କ୍ରିୟାଶୀଳତା: ଅଭିଭାବକଙ୍କ ସହ ବୁଲୁଛନ୍ତି ପର୍ଯ୍ୟଟନ କ୍ଷେତ୍ର appeared first on Dharitri Odia News.
ଦାରିଙ୍ଗବାଡି, ୨୨।୫ (ଅରୁଣ ସାହୁ): ଏବେ ଗ୍ରୀଷ୍ମ ଛୁଟି ଚାଲିଛି। ବିଭିନ୍ନ ବିଦ୍ୟାଳୟ ଓ ଛାତ୍ରାବାସ ଛୁଟି ରହିଥିବାରୁ ପିଲାମାନେ ଏବେ ଅଧିକାଂଶ ଘରେ ରହିଛନ୍ତି। ଏହି ସମୟରେ ପିଲାମାନଙ୍କ ବିଭିନ୍ନ କ୍ରିୟାଶୀଳତା ଦେଖିବାକୁ ମିଳୁଛି। କିଛି ଶିଶୁ ନିଜ ଅଭିଭାବକଙ୍କ ସହ ପର୍ଯ୍ୟଟନକ୍ଷେତ୍ର ବୁଲୁଥିବା ବେଳେ କିଛି ଘରେ ରହି ହୋମୱାର୍କ କରିବା ସହ ଖେଳକୁଦ ଆଦି କରିବାକୁ ପସନ୍ଦ କରୁଛନ୍ତି। ଆଉ କିଛି ଶିଶୁ ବାପାଙ୍କ ସହ ୨ ଚକିଆ ଓ ଟିକେ ଯୁବ ବୟସର ପିଲାମାନେ ଚାରିଚକିଆ ଗାଡି ଶିଖିବାକୁ ଦାରିଙ୍ଗବାଡିଠାରେ ଥିବା ଖେଳ ପଡିଆରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି। ଯଦିଓ ପିଲାମାନଙ୍କ ୧୮ବର୍ଷ ବୟସ ହୋଇନାହିଁ। ସେମାନଙ୍କୁ ବାହାରେ ବୁଲିବାକୁ ଅଭିଭାବକ ମାନେ ୨ ଚକିଆ କିମ୍ବା ୪ ଚକିଆ ଯାନ ଦେଉନାହାନ୍ତି କିନ୍ତୁ ଗୋଟିଏ ବିଦ୍ୟା ଶିଖିଥାନ୍ତୁ ବୋଲି ଜଣେ ଅଭିଭାବକ ନିଜ ନାମ ଗୋପନ ରଖି କହିଛନ୍ତି। ପିଲାମାନେ ଯାହା ଭଲ କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ତାକୁ ତାହା କରିବା ପାଇଁ ସୁଯୋଗ ଦିଆଯାଉଛି। ଆମେ ନିଜେ ପାଖରେ ରହି ସ୍କୁଟି ଶିଖାଉଛୁ ବୋଲି ଜଣେ ଅଭିଭାବକ କହିଛନ୍ତି।
The post ଗ୍ରୀଷ୍ମ ଛୁଟିରେ ବଢୁଛି ପିଲାମାନଙ୍କ କ୍ରିୟାଶୀଳତା: ଅଭିଭାବକଙ୍କ ସହ ବୁଲୁଛନ୍ତି ପର୍ଯ୍ୟଟନ କ୍ଷେତ୍ର appeared first on Dharitri Odia News.