ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ
ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ ସରକାର ଘୋଷଣା କରିଛନ୍ତି। ତେବେ ଏହି ସମୟରେ ସ୍କୁଲର ସମସ୍ତ କାର୍ଯ୍ୟ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳନା କରାଯିବ। ଅନ୍ୟପକ୍ଷରେ ଗ୍ରୀଷ୍ମ ଛୁଟି ପାଇଁ ଗଣଶିକ୍ଷା ବିଭାଗ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। […] The post ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ appeared first on Dharitri Odia News.
ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ ସରକାର ଘୋଷଣା କରିଛନ୍ତି। ତେବେ ଏହି ସମୟରେ ସ୍କୁଲର ସମସ୍ତ କାର୍ଯ୍ୟ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳନା କରାଯିବ। ଅନ୍ୟପକ୍ଷରେ ଗ୍ରୀଷ୍ମ ଛୁଟି ପାଇଁ ଗଣଶିକ୍ଷା ବିଭାଗ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। ଏ ନେଇ ମଙ୍ଗଳବାର ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି। ଗ୍ରୀଷ୍ମ ଛୁଟିରେ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ବିଷୟଭିତ୍ତିକ କାର୍ଯ୍ୟ ତଥା ନିଜର ଦକ୍ଷତା ଓ କୌଶଳର ଅଭିବୃତ୍ତି ପାଇଁ ଅବକାଶକାଳୀନ ଗୃହକାର୍ଯ୍ୟ (ହଲିଡେ ହୋମ୍ଓ୍ବର୍କ) ଦିଆଯିବ। ଏହି ଅବକାଶକାଳୀନ ଗୃହକାର୍ଯ୍ୟକୁ ରିସୋର୍ସ ଟିଚର ପ୍ରସ୍ତୁତ କରିବେ ଏବଂ ପ୍ରଧାନଶିକ୍ଷକ ସମସ୍ତ ଛାତ୍ରୀଛାତ୍ରଙ୍କୁ ବଣ୍ଟନ କରିବେ। ଛାତ୍ରୀଛାତ୍ରଙ୍କର କୌଣସି ବିଷୟରେ ଦ୍ୱନ୍ଦ୍ୱ ଥିଲେ ସେମାନେ ବିଷୟଭିତ୍ତିକ ଶିକ୍ଷକ ବା ଶ୍ରେଣୀ ଶିକ୍ଷକଙ୍କୁ ଟେଲିଫୋନ ଯୋଗେ ସେମାନଙ୍କର ସନ୍ଦେହ ଦୂର କରିପାରିବେ। ଗ୍ରୀଷ୍ମ ଛୁଟି ସମୟରେ ଛାତ୍ରୀଛାତ୍ର କିପରି ସେଲ୍ଫଷ୍ଟଡି କରିବେ ସେଥିପାଇଁ ବିଷୟଭିତ୍ତିକ ଶିକ୍ଷକ ବା ଶ୍ରେଣୀ ଶିକ୍ଷକମାନେ ଛାତ୍ରୀଛାତ୍ର/ଅଭିଭାବକଙ୍କ ସହ ଆଲୋଚନା କରିବେ। ପୂରା ଗ୍ରୀଷ୍ମ ଛୁଟିରେ ଶିକ୍ଷକ, ଜୁନିଅର ଆସିଷ୍ଟାଣ୍ଟ ଏବଂ ପିଅନମାନେ ରୋଷ୍ଟର ଡ୍ୟୁଟି କରିବେ ଓ ଏଥିପାଇଁ ଏକ ରେଜିଷ୍ଟର କରାଯିବ। ବର୍ତ୍ତମାନ ସ୍କୁଲରେ ନାମଲେଖା ଚାଲିଛି। ଏହି ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଅଫିସ ଖୋଲା ରହିବ। ସ୍କୁଲର ସମ୍ପତ୍ତି ଯେପରିକି ଲାଇବ୍ରେରି, ସ୍ମାର୍ଟ କ୍ଲାସରୁମ ଇତ୍ୟାଦି ଉପରେ ରୋଷ୍ଟର ଡ୍ୟୁଟିରେ ଥିବା କର୍ମଚାରୀମାନେ ନଜର ରଖିଥିବେ। କୌଣସି ପ୍ରାକୃତିକ ବିପତ୍ତି(କାଳବୈଶାଖୀ ଇତ୍ୟାଦି) ହେଲେ ରୋଷ୍ଟର ଡ୍ୟୁଟିରେ ଥିବା କର୍ମଚାରୀ ସ୍କୁଲ ଯାଇ ତଦାରଖ କରିବେ। ସ୍କୁଲ ଖୋଲିବା ପୂର୍ବରୁ ପ୍ରଧାନଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ସ୍କୁଲର ପରିମଳ ଏବଂ ସୁରକ୍ଷା ଦିଗ ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
The post ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ appeared first on Dharitri Odia News.