ଗ୍ଲାମରସ୍‌ ନୋରା

ରିଲିଜ୍‌ ହୋଇଛି ‘ମଣ୍ଡଗାଓଁ ଏକ୍ସପ୍ରେସ୍‌’ର ଟ୍ରେଲର, ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏଥିରେ ନୋରା ଫତେହିଙ୍କୁ ଖୁବ ଗ୍ଲାମରସ ଅନ୍ଦାଜରେ ଦେଖିବାକୁ ମିଳିଛି । ଏହି ଫିଲ୍ମ ଜରିଆରେ କନାଲୁ ଖେମୁ ନିର୍ଦ୍ଦେଶକ ଭାବେ ଡେବୁ୍ୟ କରିଛନ୍ତି । କମେଡିରେ ଭରପୂର ଏହି ଫିଲ୍ମ ଆସନ୍ତା ୨୨ ମାର୍ଚ୍ଚରେ ପରଦାକୁ ଆସିବ । ରିଲିଜ୍‌ ହୋଇଥିବା ୨ ମିନିଟ୍‌ର ଏହି ଟ୍ରେଲରରେ ନୋରାଙ୍କ ଲୁକ୍‌କୁ ସମସ୍ତେ ବେଶ୍‌ ପସନ୍ଦ କରିଛନ୍ତି । ନୋରାଙ୍କ ଛଡା […]

ଗ୍ଲାମରସ୍‌ ନୋରା
ଗ୍ଲାମରସ୍‌ ନୋରା

ରିଲିଜ୍‌ ହୋଇଛି ‘ମଣ୍ଡଗାଓଁ ଏକ୍ସପ୍ରେସ୍‌’ର ଟ୍ରେଲର, ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏଥିରେ ନୋରା ଫତେହିଙ୍କୁ ଖୁବ ଗ୍ଲାମରସ ଅନ୍ଦାଜରେ ଦେଖିବାକୁ ମିଳିଛି । ଏହି ଫିଲ୍ମ ଜରିଆରେ କନାଲୁ ଖେମୁ ନିର୍ଦ୍ଦେଶକ ଭାବେ ଡେବୁ୍ୟ କରିଛନ୍ତି । କମେଡିରେ ଭରପୂର ଏହି ଫିଲ୍ମ ଆସନ୍ତା ୨୨ ମାର୍ଚ୍ଚରେ ପରଦାକୁ ଆସିବ । ରିଲିଜ୍‌ ହୋଇଥିବା ୨ ମିନିଟ୍‌ର ଏହି ଟ୍ରେଲରରେ ନୋରାଙ୍କ ଲୁକ୍‌କୁ ସମସ୍ତେ ବେଶ୍‌ ପସନ୍ଦ କରିଛନ୍ତି । ନୋରାଙ୍କ ଛଡା ଏଥିରେ ଦିବ୍ୟେନ୍ଦୁ ଶର୍ମା, ପ୍ରତୀକ ଗାନ୍ଧୀ ଓ ଅବିନାଶ ତିୱାରି ଆଦି ସାମିଲ ଅଛନ୍ତି । ଏହି ତିନିଜଣ ଗୋଆ ଟ୍ରିପ୍‌ରେ ଯାଉଥିବାର ଦେଖିବାକୁ ମିଳୁଛି । ତିନିଜଣ ସାଙ୍ଗ ସେମାନଙ୍କର ପିଲାଦିନର ଡ୍ରିମ୍‌ ପୂରଣ କରିବାକୁ ଗୋଆ ଟ୍ରିପ୍‌ରେ ଯାଇଥିବା ଟ୍ରେଲରରୁ ଜଣାପଡୁଛି । ଫିଲ୍ମରେ ବେଶ୍‌ ଅଧିକ ପରିମାଣରେ ଟୁଇଷ୍ଟ ରହିଛି ବୋଲି ଟ୍ରେଲରରୁ ଜଣାପଡୁଛି । ନୋରାଙ୍କ ଫ୍ୟାନଙ୍କୁ ଏହି ଟ୍ରେଲର ଖୁବ ପସନ୍ଦ ଆସିଛି । ନୋରାଙ୍କ ଡ୍ୟାନ୍ସର ଆଗରୁ ଦର୍ଶକ ଦିୱାନା ଅଛନ୍ତି । ବର୍ତ୍ତମାନ ତାଙ୍କ ଲୁକ୍‌ର ମଧ୍ୟ ଦିୱାନା ସାଜିଛନ୍ତି । ଫିଲ୍ମଟି ବକ୍ସ ଅଫିସ୍‌ରେ ସଫଳ ହେବ ବୋଲି ଟ୍ରେଲରକୁ ମିଳିଥିବା ରେସପନ୍ସରୁ ଜଣାପଡୁଛି ବୋଲି ସମୀକ୍ଷକ ମତ ଦେଇଛନ୍ତି ।