ଗ୍ୟାଙ୍ଗଓ୍ୱାର ପରେ ଜେଲ୍‌ରେ ରେଡ୍, ସ୍ଥିତି ପରଖିଲେ ଜିଲ୍ଲାପାଳ ଓ ଏସପି

ବଲାଙ୍ଗୀର ୨୩/୦୮: ଗ୍ୟାଙ୍ଗଓ୍ୱାର ପରେ ଜେଲ୍‌ ଭିତରେ ବଡ ଧରଣର ରେଡ । ଜେଲ୍‌ ଭିତରେ ସ୍ଥିତି ପରଖିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଓ ଏସପି। ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଓ ଏସପି ରିସିକେଶ ଖିଲାରୀ ପହଞ୍ଚି କରିଛନ୍ତି ସମସ୍ତ ସ୍ଥିତିର ଅନୁଧ୍ୟାନ । ଗତ ୧୬ ତାରିଖରେ ହୋଇଥିଲା ଜେଲ ଭିତରେ ଗ୍ୟାଙ୍ଗଓ୍ୱାର । ସୂଚନା ଥାଉକି, ଜିଲ୍ଲା କାରାଗାରରେ ବଲାଙ୍ଗୀର ପୋଲିସର ଚଢ଼ାଉ । ବଲାଙ୍ଗୀର ଏସ୍‌ପି ରିଷିକେଶ ଖିଲାରୀଙ୍କ ନିର୍ଦେଶରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ଟାଉନ ଥାନା ପୋଲିସର ଚଢ଼ାଉ କରିଛି । ଭିତରେ ଚାଲିଛି ଛାନଭିନ କଲା ପରେ ବହୁ ନିଶା ଦ୍ରବ୍ୟ ମିଳିଥିଲା । ଭାଙ୍ଗ, ବିଡି, ଗଞ୍ଜେଇ, ଗଞ୍ଜେଇ ଟାଣିବା ଚିଲମ, ପାନ ମସଲା ସହ ବହୁ ସମାଗ୍ରୀ ପୋଲିସ ଜବତ କରିଛି । ଜେଲରେ ବଲାଙ୍ଗୀର ପୋଲିସର ସରପ୍ରାଇଜ ଚେକିଂ କରିଥିଲା । ବଲାଙ୍ଗୀର ଏସ୍‌ପି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଯାଂଚ ଆରମ୍ଭ କରିଥିଲେ । ଯାଂଚ ବେଳେ ନିଶା ଦ୍ରବ୍ୟ ମିଳିଥିଲା । ତେବେ ଜେଲ ଭିତରକୁ କେମିତି ଗଲା ନିଶା ଦ୍ରବ୍ୟ ତାହାର ତଦନ୍ତ କରାଯିବ ବୋଲି ବଲାଙ୍ଗୀର ଏସ୍‌ପି I କିପରି ଜେଲ ଭିତରକୁ ନିଶା ସମାଗ୍ରୀ ଯାଉଥିଲା ତାହାର୍ ତଦନ୍ତ କରାଯିବ ବୋଲି ଜେଲ ସୁପରିଟଣ୍ଡେଣ୍ଟ କହିଛନ୍ତି I ଯଦି କୌଣସି ଜେଲ କର୍ମଚାରିଙ୍କ ହାତ ରହିଛି ତାହାର୍ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜେଲ ପକ୍ଷରୁ କୁହାଯାଇଛି

ଗ୍ୟାଙ୍ଗଓ୍ୱାର ପରେ ଜେଲ୍‌ରେ ରେଡ୍, ସ୍ଥିତି ପରଖିଲେ ଜିଲ୍ଲାପାଳ ଓ ଏସପି

ବଲାଙ୍ଗୀର ୨୩/୦୮: ଗ୍ୟାଙ୍ଗଓ୍ୱାର ପରେ ଜେଲ୍‌ ଭିତରେ ବଡ ଧରଣର ରେଡ । ଜେଲ୍‌ ଭିତରେ ସ୍ଥିତି ପରଖିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଓ ଏସପି। ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଓ ଏସପି ରିସିକେଶ ଖିଲାରୀ ପହଞ୍ଚି କରିଛନ୍ତି ସମସ୍ତ ସ୍ଥିତିର ଅନୁଧ୍ୟାନ । ଗତ ୧୬ ତାରିଖରେ ହୋଇଥିଲା ଜେଲ ଭିତରେ ଗ୍ୟାଙ୍ଗଓ୍ୱାର । 

ସୂଚନା ଥାଉକି, ଜିଲ୍ଲା କାରାଗାରରେ ବଲାଙ୍ଗୀର ପୋଲିସର ଚଢ଼ାଉ । ବଲାଙ୍ଗୀର ଏସ୍‌ପି ରିଷିକେଶ ଖିଲାରୀଙ୍କ ନିର୍ଦେଶରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ଟାଉନ ଥାନା ପୋଲିସର ଚଢ଼ାଉ କରିଛି । ଭିତରେ ଚାଲିଛି ଛାନଭିନ କଲା ପରେ ବହୁ ନିଶା ଦ୍ରବ୍ୟ ମିଳିଥିଲା । ଭାଙ୍ଗ, ବିଡି, ଗଞ୍ଜେଇ, ଗଞ୍ଜେଇ ଟାଣିବା ଚିଲମ, ପାନ ମସଲା ସହ ବହୁ ସମାଗ୍ରୀ ପୋଲିସ ଜବତ କରିଛି । ଜେଲରେ ବଲାଙ୍ଗୀର ପୋଲିସର ସରପ୍ରାଇଜ ଚେକିଂ କରିଥିଲା । 

ବଲାଙ୍ଗୀର ଏସ୍‌ପି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଯାଂଚ ଆରମ୍ଭ କରିଥିଲେ । ଯାଂଚ ବେଳେ ନିଶା ଦ୍ରବ୍ୟ ମିଳିଥିଲା । ତେବେ ଜେଲ ଭିତରକୁ କେମିତି ଗଲା ନିଶା ଦ୍ରବ୍ୟ ତାହାର ତଦନ୍ତ କରାଯିବ ବୋଲି ବଲାଙ୍ଗୀର ଏସ୍‌ପି I କିପରି ଜେଲ ଭିତରକୁ ନିଶା ସମାଗ୍ରୀ ଯାଉଥିଲା ତାହାର୍ ତଦନ୍ତ କରାଯିବ ବୋଲି ଜେଲ ସୁପରିଟଣ୍ଡେଣ୍ଟ କହିଛନ୍ତି I ଯଦି କୌଣସି ଜେଲ କର୍ମଚାରିଙ୍କ ହାତ ରହିଛି ତାହାର୍ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜେଲ ପକ୍ଷରୁ କୁହାଯାଇଛି।