ଗ୍ୟାଙ୍ଗଷ୍ଟର Weds ଲେଡି ଡନ, ତାଜୁବ କଲା ଏହି ଯୋଡି

ନୂଆଦିଲ୍ଲୀ, ୧୨।୩: ଗ୍ୟାଙ୍ଗଷ୍ଟରଙ୍କ ସହ ଲେଡି ଡନଙ୍କ ବିବାହ। ବହୁଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର କାଲା ଜାଠେଡ଼ି ଓରଫ ସନ୍ଦୀପ ନିଜ ଦୀର୍ଘଦିନର ବାନ୍ଧବୀ ଅନୁରାଧା ଚୌଧୁରୀଙ୍କୁ ମଙ୍ଗଳବାର ଦିଲ୍ଲୀର ଦ୍ୱାରକା ସେକ୍ଟର-୩ ନିକଟସ୍ଥ ସନ୍ତୋଷ ଗାର୍ଡେନଠାରେ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ଯୋଗ ଦେବା ପାଇଁ ସନ୍ଦୀପଙ୍କୁ ଦିଲ୍ଲୀର ସ୍ବତନ୍ତ୍ର କୋର୍ଟ ମଙ୍ଗଳବାର ପୁର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ପାରୋଲ ଦେଇଥିଲେ। ଏହି ସମୟସୀମା ଭିତରେ ହିନ୍ଦୁ ରୀତିନୀତି ଅନୁଯାୟୀ ଉଭୟଙ୍କର ବିବାହ […] The post ଗ୍ୟାଙ୍ଗଷ୍ଟର Weds ଲେଡି ଡନ, ତାଜୁବ କଲା ଏହି ଯୋଡି appeared first on Dharitri Odia News.

ଗ୍ୟାଙ୍ଗଷ୍ଟର Weds ଲେଡି ଡନ, ତାଜୁବ କଲା ଏହି ଯୋଡି

ନୂଆଦିଲ୍ଲୀ, ୧୨।୩: ଗ୍ୟାଙ୍ଗଷ୍ଟରଙ୍କ ସହ ଲେଡି ଡନଙ୍କ ବିବାହ। ବହୁଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର କାଲା ଜାଠେଡ଼ି ଓରଫ ସନ୍ଦୀପ ନିଜ ଦୀର୍ଘଦିନର ବାନ୍ଧବୀ ଅନୁରାଧା ଚୌଧୁରୀଙ୍କୁ ମଙ୍ଗଳବାର ଦିଲ୍ଲୀର ଦ୍ୱାରକା ସେକ୍ଟର-୩ ନିକଟସ୍ଥ ସନ୍ତୋଷ ଗାର୍ଡେନଠାରେ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ଯୋଗ ଦେବା ପାଇଁ ସନ୍ଦୀପଙ୍କୁ ଦିଲ୍ଲୀର ସ୍ବତନ୍ତ୍ର କୋର୍ଟ ମଙ୍ଗଳବାର ପୁର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ପାରୋଲ ଦେଇଥିଲେ। ଏହି ସମୟସୀମା ଭିତରେ ହିନ୍ଦୁ ରୀତିନୀତି ଅନୁଯାୟୀ ଉଭୟଙ୍କର ବିବାହ ସମ୍ପର୍ଣ୍ଣ ହୋଇଛି। ତେବେ ଏହି ଚର୍ଚ୍ଚିତ ଯୋଡ଼ିଙ୍କ ବିବାହ ପାଇଁ କାର୍ଯ୍ୟକ୍ରମ ସ୍ଥଳରେ ଦିଲ୍ଲୀ ପୋଲିସ ପକ୍ଷରୁ ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବିବାହ ଉତ୍ସବର ସୁରକ୍ଷାରେ ୟୁନିଫର୍ମ ଏବଂ ସାଦା ପୋଷାକରେ ୨୫୦ ପୋଲିସ ଅଧିକାରୀ ନିୟୋଜିତ ହୋଇଥିଲେ। ଉତ୍ସବରେ ଅତିଥିଙ୍କ ପରିଚୟପତ୍ର ଯାଞ୍ଚ କରାଯାଇ ସେମାନଙ୍କୁ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁମତି ଦିଆଯାଉଥିଲା। ବିବାହରେ ୭୦ରୁ ୮୦ ଅତିଥି ଯୋଗଦେଇଥିଲେ।

ସୂଚନାଯୋଗ୍ୟ, ବିଭିନ୍ନ ହତ୍ୟା ମାମଲା ସହ ସମୁଦାୟ ୭୬ ମାମଲାରେ ଜଡ଼ିତ ଥିବା ଗ୍ୟାଙ୍ଗଷ୍ଟାର କାଲା ଜାଠେଡ଼ି ୨୦୨୧ରେ ଗିରଫ ହୋଇଥିବାବେଳେ ସେ ଏବେ ଦିଲ୍ଲୀର ତିହାର ଜେଲରେ ଦଣ୍ଡ ଭୋଗୁଛନ୍ତି। ସହିପରି ଲେଡି ଡନ୍‌ ମାଡାମ ମିଂଜ ଭାବେ ଜଣାଶୁଣା ଅନୁରାଧା ମଧ୍ୟ ବହୁ ଆପରାଧିକ ମମଲାରେ ଜଡ଼ିତ ରହିଛନ୍ତି।

The post ଗ୍ୟାଙ୍ଗଷ୍ଟର Weds ଲେଡି ଡନ, ତାଜୁବ କଲା ଏହି ଯୋଡି appeared first on Dharitri Odia News.