ଘଉଡ଼ାଇବା ବେଳେ ଚାଷୀଙ୍କୁ ଦଳିଦେଲା ଦନ୍ତା

ଗତକାଲି ରାତିରେ ହାତୀ ପଲ ଚାଷ ଜମିରେ ପଶି ନଷ୍ଟ କରୁଥିଲେ।

ଘଉଡ଼ାଇବା ବେଳେ ଚାଷୀଙ୍କୁ ଦଳିଦେଲା ଦନ୍ତା

ହାତୀ ଘଉଡ଼ାଇବା ବେଳେ ଚାଷୀଙ୍କୁ ଦଳିଦେଲା ହାତୀ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କାନ୍ତୋଲ ପଞ୍ଚାୟତ କୋଟ ଗାଁରେ। ମୃତକ ହେଲେ କୋଟ ଗାଁରେ ନିଧିଆ ଦେହୁରୀ।

ଗତକାଲି ରାତିରେ ହାତୀ ପଲ ଚାଷ ଜମିରେ ପଶି ନଷ୍ଟ କରୁଥିଲେ। ଗ୍ରାମବାସୀ ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଓ ଗ୍ରାମବାସୀ ପହଞ୍ଚି ହାତୀ ପଲକୁ ଘଉଡ଼ାଉଥିଲେ। ଏହି ସମୟରେ ନିଧିଆ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ନିଧିଆଙ୍କୁ ହାତୀଙ୍କୁ ଦଳିଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ନିଧିଆଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।