ଘଟଗାଁ ମା’ ତାରିଣୀଙ୍କ ପୀଠରେ ମହା ଆଡ଼ମ୍ବରରେ ପାଳିତ ହେଉଛି ପଣା ପର୍ବ

ଘଟଗାଁ ୧୪।୪: ରବିବାର ପାଳିତ ହେଉଛି ଓଡ଼ିଆ ନବ ବର୍ଷ ଏବଂ ମହାବିଷୁବ ପଣା ସଂକ୍ରାନ୍ତି । ଏହି ଅବସରରେ ରାଜ୍ୟବ୍ୟାପୀ ଉତ୍ସବ ମୁଖର ହୋଇଉଠିଥିବା ବେଳେ ଘଟଗାଁ ପୀଠରେ ଏହି ମହାବିଷୁବ ପଣା ପର୍ବକୁ ମହାଆଡମ୍ବରରେ ପାଳନ କରାଯାଉଛି । କାରଣ ଆଜିର ଦିନକୁ ମା’ ତାରିଣୀଙ୍କର ଜନ୍ମ ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ମା’ଙ୍କର ସେବାୟତମାନେ ଭୋର୍‌ ୪ଟା ସମୟରୁ ମା’ଙ୍କୁ ପ୍ରଥମେ ମହାସ୍ନାନ, ମାଜଣା, ବଡ ସିଂହାର ବେଶ, ଷୋଡଶ ଉପଚାର ପୂଜା କରିବା ସହିତ ମା’ଙ୍କର ସମସ୍ତ ନୀତିକାନ୍ତି ସମ୍ପନ୍ନ କରି ମା’ଙ୍କ ସେବାୟତ ମାନେ ମା’ଙ୍କୁ ସୁନାବେଶରେ ସୁସଜ୍ଜିତ କରିଛନ୍ତି । ଏହା ସହିତ ମା’ଙ୍କ ପାଖରେ ପ୍ରଥମେ ପଣା ଲାଗି କରାଯାଇଛି । ତେବେ ଏହି ପଣା ପର୍ବରେ ମା’ ତାରିଣୀଙ୍କୁ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ ମାନଙ୍କର ଲମ୍ବା ଲାଇନ୍ ଲାଗିଛି । ଅନ୍ୟପକ୍ଷରେ ଭକ୍ତଙ୍କ ଶ୍ରୁଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।You Can Read :ନିଶାସକ୍ତ ଅବସ୍ଥାରେ ପୁଅକୁ ମାରିଦେଲା ଜନ୍ମକଲା ମା’, ଥାନାରେ ଅଭିଯୋଗ କଲେ ବାପା 

ଘଟଗାଁ ମା’ ତାରିଣୀଙ୍କ ପୀଠରେ ମହା ଆଡ଼ମ୍ବରରେ ପାଳିତ ହେଉଛି ପଣା ପର୍ବ

ଘଟଗାଁ ୧୪।୪: ରବିବାର ପାଳିତ ହେଉଛି ଓଡ଼ିଆ ନବ ବର୍ଷ ଏବଂ ମହାବିଷୁବ ପଣା ସଂକ୍ରାନ୍ତି । ଏହି ଅବସରରେ ରାଜ୍ୟବ୍ୟାପୀ ଉତ୍ସବ ମୁଖର ହୋଇଉଠିଥିବା ବେଳେ ଘଟଗାଁ ପୀଠରେ ଏହି ମହାବିଷୁବ ପଣା ପର୍ବକୁ ମହାଆଡମ୍ବରରେ ପାଳନ କରାଯାଉଛି । କାରଣ ଆଜିର ଦିନକୁ ମା’ ତାରିଣୀଙ୍କର ଜନ୍ମ ଦିବସ ଭାବେ ପାଳନ କରାଯାଏ । 

ଏହି ଅବସରରେ ମା’ଙ୍କର ସେବାୟତମାନେ ଭୋର୍‌ ୪ଟା ସମୟରୁ ମା’ଙ୍କୁ ପ୍ରଥମେ ମହାସ୍ନାନ, ମାଜଣା, ବଡ ସିଂହାର ବେଶ, ଷୋଡଶ ଉପଚାର ପୂଜା କରିବା ସହିତ ମା’ଙ୍କର ସମସ୍ତ ନୀତିକାନ୍ତି ସମ୍ପନ୍ନ କରି ମା’ଙ୍କ ସେବାୟତ ମାନେ ମା’ଙ୍କୁ ସୁନାବେଶରେ ସୁସଜ୍ଜିତ କରିଛନ୍ତି । ଏହା ସହିତ ମା’ଙ୍କ ପାଖରେ ପ୍ରଥମେ ପଣା ଲାଗି କରାଯାଇଛି । ତେବେ ଏହି ପଣା ପର୍ବରେ ମା’ ତାରିଣୀଙ୍କୁ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ ମାନଙ୍କର ଲମ୍ବା ଲାଇନ୍ ଲାଗିଛି । ଅନ୍ୟପକ୍ଷରେ ଭକ୍ତଙ୍କ ଶ୍ରୁଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

You Can Read :

ନିଶାସକ୍ତ ଅବସ୍ଥାରେ ପୁଅକୁ ମାରିଦେଲା ଜନ୍ମକଲା ମା’, ଥାନାରେ ଅଭିଯୋଗ କଲେ ବାପା