ଘଟଣା ଘଟିବାର ମାସେ ପରେ ସରପଞ୍ଚଙ୍କୁ ବାନ୍ଧିଲା ପୁଲିସ

ଘଟଣାଟିର ଭିଡିଓ ଭାଇରାଲ ହୋଇଥିଲା।

ଘଟଣା ଘଟିବାର ମାସେ ପରେ ସରପଞ୍ଚଙ୍କୁ ବାନ୍ଧିଲା ପୁଲିସ

ଭଦ୍ରକ ବ୍ଲକ ଯୁବ ବିଜେଡି ସଭାପତି ତଥା ଗୁଜିଦରଡ଼ା ପଞ୍ଚାୟତ ସରପଞ୍ଚଙ୍କୁ ଗିରଫ କରିଛି ପୁଲିସ। ମାରପିଟ କରିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ତାଙ୍କ ନାଁ ଫରହତ ଆଲାମ। ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ତାଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି।

ଗତ ଅକ୍ଟୋବର ମାସରେ ଗାଁରେ ରାସ୍ତା କାମକୁ ନେଇ ଏକ ମାରପିଟ ଘଟଣାରେ ଅଭିଯୁକ୍ତ ଅଛନ୍ତି ସରପଞ୍ଚ। ତେବେ ଘଟଣା ଘଟିବାର ମାସେ ପରେ ତାଙ୍କୁ ଗିରଫ କରିଛି ପୁଲିସ।

ଏହି ରାସ୍ତା କାମକୁ ନେଇ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହାର ଭିଡିଓ ଭାଇରାଲ ହୋଇଥିଲା। ମାରପିଟ ବେଳେ ଗୁଜିଦରଡ଼ା ପଞ୍ଚାୟତ ସରପଞ୍ଚ ଫରହତ ଆଲାମ ଜଣଙ୍କୁ ଚାପି ଧରିଥିଲେ। ଜଣେ ମହିଳା ତାଙ୍କୁ ଛାଡ଼ି ଦେବାକୁ ସରପଞ୍ଚଙ୍କୁ ନେହୁରା ହେଉଥିଲେ। ହେଲେ ସରପଞ୍ଚ ଛାଡ଼ି ନଥିଲେ। ଏହି ଘଟଣା ନେଇ ଗୁଜିଦରଡ଼ା ଫାଣ୍ଡିରେ ଅଭିଯୋଗ ହୋଇଥିଲା।