ଘଡ଼ଘଡ଼ି ସହ ଛେଚିଲା ବର୍ଷା: ତାତିରୁ ମିଳିଲା ତ୍ରାହି

କୋରାପୁଟ,୧୯ା୩(ଅମିତାଭ ବେହେରା): ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ବୁଧବାର ଅପରାହ୍ନରେ କୋରାପୁଟ ଜିଲାର ସଦରମହକୁମା ସହ ସୁନାବେଡ଼ା, ସେମିଳିଗୁଡ଼ା,  ଦାମନଯୋଡ଼ି ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। କିଛି ଦିନ ହେବ ପ୍ରଚଣ୍ଡ ରୌଦ୍ରତାପରେ ସିଝୁଥିଲେ କୋରାପୁଟବାସୀ। ପାଣିପାଗ ବିଭାଗ ଅନୁଯାୟୀ, ୧୯ ଓ ୨୦ ତାରିଖରେ ଓଡ଼ିଶାର କିଛି ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପୂର୍ବରୁ କୁହାଯାଇଥିବା ବେଳେ ବୁଧବାର ଅପରାହ୍ନ ୩ଟାରୁ ୫ଟା ଯାଏ ହୋଇଥିବା ଏହି ବର୍ଷା ଯୋଗୁ […] The post ଘଡ଼ଘଡ଼ି ସହ ଛେଚିଲା ବର୍ଷା: ତାତିରୁ ମିଳିଲା ତ୍ରାହି appeared first on Dharitri Odia News.

ଘଡ଼ଘଡ଼ି ସହ ଛେଚିଲା ବର୍ଷା: ତାତିରୁ ମିଳିଲା ତ୍ରାହି

କୋରାପୁଟ,୧୯ା୩(ଅମିତାଭ ବେହେରା): ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ବୁଧବାର ଅପରାହ୍ନରେ କୋରାପୁଟ ଜିଲାର ସଦରମହକୁମା ସହ ସୁନାବେଡ଼ା, ସେମିଳିଗୁଡ଼ା,  ଦାମନଯୋଡ଼ି ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। କିଛି ଦିନ ହେବ ପ୍ରଚଣ୍ଡ ରୌଦ୍ରତାପରେ ସିଝୁଥିଲେ କୋରାପୁଟବାସୀ।

ପାଣିପାଗ ବିଭାଗ ଅନୁଯାୟୀ, ୧୯ ଓ ୨୦ ତାରିଖରେ ଓଡ଼ିଶାର କିଛି ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପୂର୍ବରୁ କୁହାଯାଇଥିବା ବେଳେ ବୁଧବାର ଅପରାହ୍ନ ୩ଟାରୁ ୫ଟା ଯାଏ ହୋଇଥିବା ଏହି ବର୍ଷା ଯୋଗୁ ସହରବାସୀ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ କିଛିଟା ଆଶ୍ବସ୍ତି ଅନୁଭବ କରିଛନ୍ତି। ସେହିପରି ଏହି ବର୍ଷା ଆମ୍ବ ଓ କାଜୁ ଚାଷୀଙ୍କ ପାଇଁ ଏକପ୍ରକାର ବରଦାନ ସଦୃଶ ହୋଇଛି।

The post ଘଡ଼ଘଡ଼ି ସହ ଛେଚିଲା ବର୍ଷା: ତାତିରୁ ମିଳିଲା ତ୍ରାହି appeared first on Dharitri Odia News.