ଘଣ୍ଟ ବାଡେଇ ନିଖୋଜ ଯୁବକଙ୍କୁ ଖୋଜା ଚାଲିଛି, ଏତଲା ପରେ ତଦନ୍ତ ଆରମ୍ଭ କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡପଥରା ଗ୍ରାମର ପଠାଣି ନାଇକ ଗତ ବୁଧବାରଠାରୁ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅପରପକ୍ଷେ ଗ୍ରାମବାସୀ ଗ୍ରାମରେ ଘଣ୍ଟ ବାଡେଇ ଏକାଠି ହେବାସହ ନିଖୋଜ ଯୁବକଙ୍କୁ ଖୋଜୁଛନ୍ତି। କିନ୍ତୁ ପଠାଣିଙ୍କ କୌଣସି ଖୋଜଖବର ଆଜି ସୁଦ୍ଧା ମଳିପାରିନାହିଁ। ଘଟଣାରୁ ପ୍ରକାଶ, ଗତ ବୁଧବାର ସକାଳେ ପଠାଣି ବାଇଗଣ ପଦରକୁ ଯାଉଛି କହି […] The post ଘଣ୍ଟ ବାଡେଇ ନିଖୋଜ ଯୁବକଙ୍କୁ ଖୋଜା ଚାଲିଛି, ଏତଲା ପରେ ତଦନ୍ତ ଆରମ୍ଭ କଲା ଭଞ୍ଜନଗର ପୋଲିସ appeared first on Dharitri Odia News.

ଘଣ୍ଟ ବାଡେଇ ନିଖୋଜ ଯୁବକଙ୍କୁ ଖୋଜା ଚାଲିଛି, ଏତଲା ପରେ ତଦନ୍ତ ଆରମ୍ଭ କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡପଥରା ଗ୍ରାମର ପଠାଣି ନାଇକ ଗତ ବୁଧବାରଠାରୁ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅପରପକ୍ଷେ ଗ୍ରାମବାସୀ ଗ୍ରାମରେ ଘଣ୍ଟ ବାଡେଇ ଏକାଠି ହେବାସହ ନିଖୋଜ ଯୁବକଙ୍କୁ ଖୋଜୁଛନ୍ତି। କିନ୍ତୁ ପଠାଣିଙ୍କ କୌଣସି ଖୋଜଖବର ଆଜି ସୁଦ୍ଧା ମଳିପାରିନାହିଁ।

ଘଟଣାରୁ ପ୍ରକାଶ, ଗତ ବୁଧବାର ସକାଳେ ପଠାଣି ବାଇଗଣ ପଦରକୁ ଯାଉଛି କହି ଆଉ ଘରକୁ ଫେରି ନ ଥିଲେ। ବିଳମ୍ବ ହେବାରୁ ଘରଲୋକ ଫୋନ କରିଥିଲେ ସୁଦ୍ଧା ମୋବାଇଲ ଫୋନ ସୁଇଚ୍‌ ଅଫ ଥିବା ଯୋଗୁ ତାଙ୍କ ସହ ଯୋଗାଯୋଗ ହୋଇ ପାରି ନ ଥିଲା । ଏହାପରେ ଘରଲୋକେ ଓ ଗ୍ରାମବାସୀ ଗାଁରେ ଘଣ୍ଟ ବାଡେଇ ଖୋଜିବା ଆରମ୍ଭ କରିଥିଲେ। ଆଖପାଖ ଓ ନିକଟସ୍ଥ ଜଙ୍ଗଲରେ ଖୋଜିଥିଲେ ମଧ୍ୟ କୌଣସି ପ୍ରମାଣ ମିଳିନାହିଁ। ଏହା ପରେ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପୋଲିସ ୨୨/୨୫ ରେ ଏକ ନିଖୋଜ ମାମଲା ରୁଜୁ କରିବା ସହ ଘଟଣାସ୍ଥଳରେ ଏସ୍‌ଡିପିଓ ସୁଜିତ କୁମାର ନାୟକ,ଥାନାଧିକାରୀ ଜୀବନାନନ୍ଦ ଜେନା ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

The post ଘଣ୍ଟ ବାଡେଇ ନିଖୋଜ ଯୁବକଙ୍କୁ ଖୋଜା ଚାଲିଛି, ଏତଲା ପରେ ତଦନ୍ତ ଆରମ୍ଭ କଲା ଭଞ୍ଜନଗର ପୋଲିସ appeared first on Dharitri Odia News.