ଘର ଆଗରେ ଧାରଣା ବସିଛନ୍ତି ପ୍ରେମିକା, ତାଲା ପକାଇ ପରିବାର ସହ ପ୍ରେମିକ ଫେରାର; ନ୍ୟାୟ ନ ମିଳିଲେ…
ଦାରିଙ୍ଗବାଡ଼ି,୨୯।୭(ଅରୁଣ ସାହୁ): ପ୍ରଥମେ କଲେଜରେ ଦେଖା ପରେ ପ୍ରେମ। ଧୀରେ ଧୀରେ ସମ୍ପର୍କ ଆଗକୁ ବଢି ଶାରୀରିକ ସମ୍ପର୍କରେ ପହଞ୍ଚିଥିଲା। ହେଲେ ଏବେ ଧୋକା ପାଇବା ପରେ ପ୍ରେମିକଙ୍କ ଘର ଆଗରେ ଧାରଣା ଦେଇଛନ୍ତି ପ୍ରେମିକା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗୁଡିକିଆ ଗ୍ରାମରେ। ଗଣମାଧ୍ୟମକୁ ପ୍ରେମିକାଙ୍କ କହିବା ପ୍ରକାରେ, ଚଳିତ ମାସ ୨୪ରେ ଗୁଡିକିଆ ଗ୍ରାମର ପ୍ରେମିକ ତାଙ୍କୁ ତାଙ୍କ ଘରକୁ ଯିବା କହି ନେଇ […] The post ଘର ଆଗରେ ଧାରଣା ବସିଛନ୍ତି ପ୍ରେମିକା, ତାଲା ପକାଇ ପରିବାର ସହ ପ୍ରେମିକ ଫେରାର; ନ୍ୟାୟ ନ ମିଳିଲେ… appeared first on Dharitri Odia News.
ଦାରିଙ୍ଗବାଡ଼ି,୨୯।୭(ଅରୁଣ ସାହୁ): ପ୍ରଥମେ କଲେଜରେ ଦେଖା ପରେ ପ୍ରେମ। ଧୀରେ ଧୀରେ ସମ୍ପର୍କ ଆଗକୁ ବଢି ଶାରୀରିକ ସମ୍ପର୍କରେ ପହଞ୍ଚିଥିଲା। ହେଲେ ଏବେ ଧୋକା ପାଇବା ପରେ ପ୍ରେମିକଙ୍କ ଘର ଆଗରେ ଧାରଣା ଦେଇଛନ୍ତି ପ୍ରେମିକା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗୁଡିକିଆ ଗ୍ରାମରେ।
ଗଣମାଧ୍ୟମକୁ ପ୍ରେମିକାଙ୍କ କହିବା ପ୍ରକାରେ, ଚଳିତ ମାସ ୨୪ରେ ଗୁଡିକିଆ ଗ୍ରାମର ପ୍ରେମିକ ତାଙ୍କୁ ତାଙ୍କ ଘରକୁ ଯିବା କହି ନେଇ ଆସିଥିଲେ। କିନ୍ତୁ ଦୁହେଁ ଘରେ ପହଞ୍ଚିବାକ୍ଷଣି ପ୍ରେମିକଙ୍କ ପରିବାର ପ୍ରେମିକାଙ୍କୁ ଗ୍ରହଣ କରି ନ ଥିଲେ। ଫଳରେ ପ୍ରେମିକଜଣଙ୍କ ପ୍ରେମିକାଙ୍କୁ ନିଜ ଘରେ ଛାଡି ଫେରାର ହୋଇଯାଇଥିଲେ। ସେ ସେହି ଦିନଠାରୁ ପ୍ରେମିକଙ୍କୁ ଅପେକ୍ଷା କରି ତାଙ୍କ ଘର ସମ୍ମୁଖରେ ବସିବା ସହ ସେଠାରେ ହିଁ ରାତ୍ରିଯାପନ କରୁଛନ୍ତି। ନିରନ୍ତର ଭାବେ ପ୍ରେମିକା ଜଣକ ନ୍ୟାୟ ଭିକ୍ଷା କରିବା ସହ ତାଙ୍କ ପ୍ରେମିକ ନ ଆସିବା ଯାଏ ତାଙ୍କୁ ସ୍ତ୍ରୀ ଭାବେ ଗ୍ରହଣ ନ କରିବା ପର୍ଯ୍ୟନ୍ତ ସେଠାରେ ବସିରହିବେ ବୋଲି ଜିଦରେ ଅଟଳ ରହିଛନ୍ତି। ତେବେ ବୁଧବାର ସୁଦ୍ଧା ପ୍ରେମିକଙ୍କୁ ପ୍ରେମିକା ନିକଟକୁ ଅଣାଯିବ ବୋଲି କୁଆଡେ ପ୍ରେମିକଙ୍କ ସମ୍ପର୍କୀୟ ମାନେ ପ୍ରତିଶୃତି ଦେଇଛନ୍ତି। ଯଦି ବୁଧବାର ସୁଦ୍ଧା କୌଣସି ନ୍ୟାୟ ନମିଳେ ତେବେ ପ୍ରେମିକା ଜଣକ ବ୍ରାହ୍ମଣୀଗାଁ ଥାନାର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। ଏବେ ପର୍ଯ୍ୟନ୍ତ କୌଣସି ଥାନାରେ ଲିଖିତ ଅଭିଯୋଗ ହୋଇ ନ ଥିବା ଥାନା ଅଧିକାରୀ ବିଜୟ କୁମାର ହାଇବୁରୁ କହିଛନ୍ତି। ଅପରପକ୍ଷେ ପ୍ରେମିକଙ୍କ ସମେତ ତାଙ୍କ ପରିବାର ଘରେ ତାଲା ପକାଇ କୁଆଡେ ଫେରାର ହୋଇଯାଇଥିବା ଜଣାପଡିଛି।
The post ଘର ଆଗରେ ଧାରଣା ବସିଛନ୍ତି ପ୍ରେମିକା, ତାଲା ପକାଇ ପରିବାର ସହ ପ୍ରେମିକ ଫେରାର; ନ୍ୟାୟ ନ ମିଳିଲେ… appeared first on Dharitri Odia News.