ଘର ଆଗରେ ବୁଲୁଥିବାବେଳେ ନାବାଳକଙ୍କୁ ଗୁଳିମାଡ, କାରଣ ଅସ୍ପଷ୍ଟ

ଅନୁଗୁଳ: ଘର ଆଗରେ ବୁଲୁଥିବାବେଳେ ନାବାଳକଙ୍କୁ ଗୁଳିମାଡ। ଅନୁଗୁଳ ନିଶା ଶିଳ୍ପାଞ୍ଚଳ ଥାନା ସାନ କେରଜଙ୍ଗ ଗାଁରେ ଅଭାବନୀୟ ଘଟଣା ଘଟିଛି। ନାବାଳକଙ୍କ ଜଂଘରେ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଉଦ୍ଧାର କରାଯାଇ କଟକ ବଡ ମେଡିକାଲକୁ ପଠାଯାଇଛି। ଗତକାଲି କୌଣସି କଥାକୁ ନେଇ କିଛି ଯୁବକଙ୍କ ସହ ନାବାଳକଙ୍କର ପରିବାର ଲୋକଙ୍କର ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ  ହୋଇ ଜଣେ ଯୁବକ ଗୁଳିମାଡ  କରିଥିବା ବେଳେ ଗୋଟିଏ ଗୁଳି ନାବାଳକଙ୍କ ଜଂଘରେ ବାଜିଛି। […]

ଘର ଆଗରେ ବୁଲୁଥିବାବେଳେ ନାବାଳକଙ୍କୁ ଗୁଳିମାଡ, କାରଣ ଅସ୍ପଷ୍ଟ

ଅନୁଗୁଳ: ଘର ଆଗରେ ବୁଲୁଥିବାବେଳେ ନାବାଳକଙ୍କୁ ଗୁଳିମାଡ। ଅନୁଗୁଳ ନିଶା ଶିଳ୍ପାଞ୍ଚଳ ଥାନା ସାନ କେରଜଙ୍ଗ ଗାଁରେ ଅଭାବନୀୟ ଘଟଣା ଘଟିଛି। ନାବାଳକଙ୍କ ଜଂଘରେ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଉଦ୍ଧାର କରାଯାଇ କଟକ ବଡ ମେଡିକାଲକୁ ପଠାଯାଇଛି। ଗତକାଲି କୌଣସି କଥାକୁ ନେଇ କିଛି ଯୁବକଙ୍କ ସହ ନାବାଳକଙ୍କର ପରିବାର ଲୋକଙ୍କର ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ  ହୋଇ ଜଣେ ଯୁବକ ଗୁଳିମାଡ  କରିଥିବା ବେଳେ ଗୋଟିଏ ଗୁଳି ନାବାଳକଙ୍କ ଜଂଘରେ ବାଜିଛି। ପରିବାର ଲୋକେ ତୁରନ୍ତ ନାବାଳକଙ୍କୁ ଉଦ୍ଧାର କରି ପ୍ରଥମେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ କେଉଁ କାରଣରୁ ଗୁଳିମାଡ ହୋଇଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୁଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।