ଘର ଉପରେ ଚଢ଼ିଗଲା କଣ୍ଟେନର, ଜଣେ ମୃତ

ବରଗଡ଼: ଘର ଉପରେ ଚଢ଼ିଗଲା କଣ୍ଟେନର। କଣ୍ଟେନର ଧକ୍କାରେ ଚୂର୍ ମାର ହୋଇଗଲା ଆଜବେଷ୍ଟସ ଘର। ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ସଦର ଥାନା ତୁରୁଙ୍ଗା ଛକରେ। ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଘର ଭିତରକୁ କଣ୍ଟେନର ମାଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବରଗଡ଼ରୁ ସୋହେଲା-ଛତିଶଗଡ ରାସ୍ତାକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ। ଘଟଣା ସ୍ଥଳରେ ବରଗଡ଼ ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାସ୍ତା ଅବରୋଧରୁ ହଟାଇବା ପାଇଁ ଉତ୍ତ୍ୟକ୍ତ ଲୋକଙ୍କୁ ପୋଲିସ ବୁଝାସୁଝା କରୁଛି। 

ଘର ଉପରେ ଚଢ଼ିଗଲା କଣ୍ଟେନର, ଜଣେ ମୃତ

ବରଗଡ଼: ଘର ଉପରେ ଚଢ଼ିଗଲା କଣ୍ଟେନର। କଣ୍ଟେନର ଧକ୍କାରେ ଚୂର୍ ମାର ହୋଇଗଲା ଆଜବେଷ୍ଟସ ଘର। ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ସଦର ଥାନା ତୁରୁଙ୍ଗା ଛକରେ। ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଘର ଭିତରକୁ କଣ୍ଟେନର ମାଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। 

ବରଗଡ଼ରୁ ସୋହେଲା-ଛତିଶଗଡ ରାସ୍ତାକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ। ଘଟଣା ସ୍ଥଳରେ ବରଗଡ଼ ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାସ୍ତା ଅବରୋଧରୁ ହଟାଇବା ପାଇଁ ଉତ୍ତ୍ୟକ୍ତ ଲୋକଙ୍କୁ ପୋଲିସ ବୁଝାସୁଝା କରୁଛି।