ଘର ଉପରେ ପଡ଼ିଲା ବିଶାଳକାୟ ଗଛ
ଲେଫ୍ରିପଡ଼ା,୩ା୬(ଦେଶରଞ୍ଜନ ପଟେଲ): ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ବ୍ଲକ ଅଞ୍ଚଳରେ ରବିବାର ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବ ଯୋଗୁ ବ୍ୟାପକ ମାତ୍ରାରେ ଧନହାନି ହୋଇଛି। ସରପଗଡ଼ ପଞ୍ଚାୟତର କନିଆଘାଟି ଗ୍ରାମର ଚିନ୍ମୟ ପଟେଲ ଓ ସୁରେଶ ଚନ୍ଦ୍ର ପଟେଲଙ୍କ ଘର ଉପରେ ବିଶାଳକାୟ ଗଛ ଉପୁଡ଼ି ପଡ଼ିବାରୁ ଘର ଭାଙ୍ଗି ବହୁମାତ୍ରାରେ କ୍ଷୟକ୍ଷତି ହୋଇଛି। ଏଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକେ। ଠିକ୍ ସେହିପରି ଭାବେ ବହୁତ ବିଶାଳକାୟ ଗଛ ସବୁ ଉପୁଡ଼ି ପଡିବାରୁ ଗିରିଙ୍ଗକେଲା, ବୈରାଗୀବାହାଲ ଇତ୍ୟାଦି ଗ୍ରାମରେ […] The post ଘର ଉପରେ ପଡ଼ିଲା ବିଶାଳକାୟ ଗଛ appeared first on Dharitri Odia News.
ଲେଫ୍ରିପଡ଼ା,୩ା୬(ଦେଶରଞ୍ଜନ ପଟେଲ): ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ବ୍ଲକ ଅଞ୍ଚଳରେ ରବିବାର ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବ ଯୋଗୁ ବ୍ୟାପକ ମାତ୍ରାରେ ଧନହାନି ହୋଇଛି। ସରପଗଡ଼ ପଞ୍ଚାୟତର କନିଆଘାଟି ଗ୍ରାମର ଚିନ୍ମୟ ପଟେଲ ଓ ସୁରେଶ ଚନ୍ଦ୍ର ପଟେଲଙ୍କ ଘର ଉପରେ ବିଶାଳକାୟ ଗଛ ଉପୁଡ଼ି ପଡ଼ିବାରୁ ଘର ଭାଙ୍ଗି ବହୁମାତ୍ରାରେ କ୍ଷୟକ୍ଷତି ହୋଇଛି। ଏଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକେ। ଠିକ୍ ସେହିପରି ଭାବେ ବହୁତ ବିଶାଳକାୟ ଗଛ ସବୁ ଉପୁଡ଼ି ପଡିବାରୁ ଗିରିଙ୍ଗକେଲା, ବୈରାଗୀବାହାଲ ଇତ୍ୟାଦି ଗ୍ରାମରେ ରାସ୍ତା ଅବରୋଧ ହୋଇଥିଲା। ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗ କ୍ରମେ ଗଛକାଟି ରାସ୍ତା ଅବରୋଧକୁ ଖୋଲିଛନ୍ତି। ଅନ୍ୟପକ୍ଷରେ ବହୁତ ଗଛ ଉପୁଡ଼ିବାରୁ ବିଦ୍ୟୁତତାର ଛିଣ୍ଡିପଡ଼ିଛି। ଅଞ୍ଚଳରେ ରାତ୍ରିରୁ ବିଦ୍ୟୁତସେବା ବିଚ୍ଛିନ୍ନ ହୋଇଛି। ଚାଷ କ୍ଷେତ୍ରରେ ଡାଳୁଅ ଧାନ, ଚିନାବାଦାମ ଓ ପନିପରିବା ଚାଷ ବହୁତ ପ୍ରଭାବିତ ହେବା ନେଇ ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ତେଣୁ କ୍ଷୟକ୍ଷତି ନେଇ ପ୍ରଶାସନ ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀ ପକ୍ଷରୁ ଦାବି ହେଉଛି।
The post ଘର ଉପରେ ପଡ଼ିଲା ବିଶାଳକାୟ ଗଛ appeared first on Dharitri Odia News.