ଘର ଘର ବୁଲି ଭୋଟ୍ ଭିକ୍ଷା କଲେ ବଡ଼ଚଣା ବିଜେପି ପ୍ରାର୍ଥୀ ଅମର ନାୟକ, କହିଲେ ଲୋକେ ଚାହୁଁଛନ୍ତି ପରିବର୍ତ୍ତନ
ଯାଜପୁର14/05 : ଏବେ ନିର୍ବାଚନୀ ମାହୋଲ। ସବୁଠି ଜମୁଛି ପ୍ରଚାର। ଏମିତିରେ ଯାଜପୁର ଜିଲ୍ଲା ବଡ଼ଚଣା କେମିତି ବା ପଛରେ ରହିବ। ବଡ଼ଚଣାରେ ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ପ୍ରାର୍ଥୀ ଚଳାଇଛନ୍ତି ଅହରହ ଉଦ୍ୟମ। ଏହି କ୍ରମରେ ବଡ଼ଚଣା ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଅମର ନାୟକ ପଦଯାତ୍ରା ମାଧ୍ୟମରେ ଘର ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି। Also Read- ସୋର ବିଧାନସଭା ଆସନ ପାଇଁ ବିଜେପିର ଦୁଇ ନେତା କଲେ ନାମାଙ୍କନ, କିନ୍ତୁ ନିର୍ବାଚନ ପ୍ରଭାରୀ ନେଲେ ଜଣଙ୍କ ନାଁନିର୍ବାଚନମଣ୍ଡଳୀର ସୁଙ୍ଗୁଡା ପଞ୍ଚାୟତରେ ଶ୍ରୀ ଅମର ନାୟକ ପହଞ୍ଚିବା ପରେ ଶତାଧିକ କର୍ମୀ ତାଙ୍କୁ କରିଥିଲେ ଜୋରଦାର ସ୍ବାଗତ। ଏହି ଅବସରରେ ଶତାଧିକ କର୍ମୀ ମାନଙ୍କ ସହ ଅମର ଘର ଘର ବୁଲି ଭୋଟ ଭିକ୍ଷା କରିବା ସହ ବୟସ୍କ ବ୍ୟକ୍ତି ମାନଙ୍କ ଆଶୀର୍ବାଦ ଲୋଡୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଆୟୁଧ କରି ସେ ନିର୍ବାଚନ ଲଢ଼ୁଥିବା ବେଳେ ବଡ଼ଚଣା ମାଟିର ସ୍ୱାଭିମାନ ପାଇଁ ସେ ସଂଗ୍ରାମ ଜାରି ରଖିବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସେ ଆହୁରି କହିଛନ୍ତି ବଡ଼ଚଣାବାସୀ ଚାହୁଁଛନ୍ତି ପରିବର୍ତ୍ତନ। ଜୁନ 4ରେ ନିଆରା ଢଙ୍ଗରେ ରାୟ ଦେବାକୁ ଅପେକ୍ଷା କରିଛନ୍ତି ବଡ଼ଚଣାବାସୀ।
ଯାଜପୁର14/05 : ଏବେ ନିର୍ବାଚନୀ ମାହୋଲ। ସବୁଠି ଜମୁଛି ପ୍ରଚାର। ଏମିତିରେ ଯାଜପୁର ଜିଲ୍ଲା ବଡ଼ଚଣା କେମିତି ବା ପଛରେ ରହିବ। ବଡ଼ଚଣାରେ ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ପ୍ରାର୍ଥୀ ଚଳାଇଛନ୍ତି ଅହରହ ଉଦ୍ୟମ। ଏହି କ୍ରମରେ ବଡ଼ଚଣା ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଅମର ନାୟକ ପଦଯାତ୍ରା ମାଧ୍ୟମରେ ଘର ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି।
Also Read- ସୋର ବିଧାନସଭା ଆସନ ପାଇଁ ବିଜେପିର ଦୁଇ ନେତା କଲେ ନାମାଙ୍କନ, କିନ୍ତୁ ନିର୍ବାଚନ ପ୍ରଭାରୀ ନେଲେ ଜଣଙ୍କ ନାଁ
ନିର୍ବାଚନମଣ୍ଡଳୀର ସୁଙ୍ଗୁଡା ପଞ୍ଚାୟତରେ ଶ୍ରୀ ଅମର ନାୟକ ପହଞ୍ଚିବା ପରେ ଶତାଧିକ କର୍ମୀ ତାଙ୍କୁ କରିଥିଲେ ଜୋରଦାର ସ୍ବାଗତ। ଏହି ଅବସରରେ ଶତାଧିକ କର୍ମୀ ମାନଙ୍କ ସହ ଅମର ଘର ଘର ବୁଲି ଭୋଟ ଭିକ୍ଷା କରିବା ସହ ବୟସ୍କ ବ୍ୟକ୍ତି ମାନଙ୍କ ଆଶୀର୍ବାଦ ଲୋଡୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଆୟୁଧ କରି ସେ ନିର୍ବାଚନ ଲଢ଼ୁଥିବା ବେଳେ ବଡ଼ଚଣା ମାଟିର ସ୍ୱାଭିମାନ ପାଇଁ ସେ ସଂଗ୍ରାମ ଜାରି ରଖିବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସେ ଆହୁରି କହିଛନ୍ତି ବଡ଼ଚଣାବାସୀ ଚାହୁଁଛନ୍ତି ପରିବର୍ତ୍ତନ। ଜୁନ 4ରେ ନିଆରା ଢଙ୍ଗରେ ରାୟ ଦେବାକୁ ଅପେକ୍ଷା କରିଛନ୍ତି ବଡ଼ଚଣାବାସୀ।