ଘର ତାଲା ଭାଙ୍ଗି ଲୁଟିନେଲ ୮୦ ହଜାର ଟଙ୍କା: ସପ୍ତାହେ ନ ପୁରୁଣୁ ସମାନ ଢଙ୍ଗରେ ୩ ଚୋରି

ପାଟଣା,୨।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଏବଂ ତୁରୁମୁଙ୍ଗା ଥାନା ଅଞ୍ଚଳରେ ସପ୍ତାହେ ନ ପୁରୁଣୁ ଘରେ କେହି ନ ଥିବା ବେଳେ ୩ଟି ଚୋରି ସମାନ ଢଙ୍ଗରେ ହୋଇଛି। ଫଳରେ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟେରା ଗ୍ୟାଙ୍ଗ ଗୋଟିଏ ପରେ ଗୋଟେ ଚୋରି କରିବାରେ ସଫଳ ହେଉଛନ୍ତି। କେନ୍ଦୁଝର ଜିଲା ପାଟଣା ବ୍ଲକ ବଡପାଟଣା ପଞ୍ଚାୟତ ପୁଟୁଳିଆ ଗ୍ରାମରେ ଭଡା ନେଇ ରହୁଥିବା ଜଣେ ବ୍ୟବସାୟୀଙ୍କ […] The post ଘର ତାଲା ଭାଙ୍ଗି ଲୁଟିନେଲ ୮୦ ହଜାର ଟଙ୍କା: ସପ୍ତାହେ ନ ପୁରୁଣୁ ସମାନ ଢଙ୍ଗରେ ୩ ଚୋରି appeared first on Dharitri Odia News.

ଘର ତାଲା ଭାଙ୍ଗି ଲୁଟିନେଲ ୮୦ ହଜାର ଟଙ୍କା: ସପ୍ତାହେ ନ ପୁରୁଣୁ ସମାନ ଢଙ୍ଗରେ ୩ ଚୋରି

ପାଟଣା,୨।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଏବଂ ତୁରୁମୁଙ୍ଗା ଥାନା ଅଞ୍ଚଳରେ ସପ୍ତାହେ ନ ପୁରୁଣୁ ଘରେ କେହି ନ ଥିବା ବେଳେ ୩ଟି ଚୋରି ସମାନ ଢଙ୍ଗରେ ହୋଇଛି। ଫଳରେ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟେରା ଗ୍ୟାଙ୍ଗ ଗୋଟିଏ ପରେ ଗୋଟେ ଚୋରି କରିବାରେ ସଫଳ ହେଉଛନ୍ତି। କେନ୍ଦୁଝର ଜିଲା ପାଟଣା ବ୍ଲକ ବଡପାଟଣା ପଞ୍ଚାୟତ ପୁଟୁଳିଆ ଗ୍ରାମରେ ଭଡା ନେଇ ରହୁଥିବା ଜଣେ ବ୍ୟବସାୟୀଙ୍କ ଘର ଗେଟ ତାଲା ଭାଙ୍ଗି କେତେକ ଦୁର୍ବୃତ୍ତ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ମଧ୍ୟପ୍ରଦେଶ ନିମଚ ଜିଲା ରଣ୍ଟଗୋ ଥାନା ଆଲୋରୀଘୱାଡ଼ା ଗ୍ରାମର ରାକେଶ କୁମାର ଚରଣ ପାଟଣା ଥାନା ପୁଟୁଳିଆ ଗ୍ରାମର ବିରବର ମହାନ୍ତଙ୍କ ଘର ଭଡା ନେଇ ୧୨ ବର୍ଷ ହେଲା ବ୍ୟବସାୟ କରୁଛନ୍ତି। ଶୁକ୍ରବାର ସକାଳେ ରାକେଶ ଘରକୁ ଆସି ଦେଖିଲା ବେଳକୁ ଘର ଗେଟ ତାଲା ଭଙ୍ଗା ହୋଇ ଖୋଲା ରହିଥିଲା। ଏପରିକି ସେ ଘର ଭିତରକୁ ଯାଇ ବ୍ୟାଗରେ ଟଙ୍କା ନ ଥିବା ଦେଖିବାକୁ ପାଇଥିଲେ। ସେତିକିବେଳେ ଘର ସମ୍ମୁଖରେ ଥିବା ଏକ ହୋଣ୍ଡା ସାଇନରେ ଜଣେ ଯୁବକ ଦ୍ରୁତ ଗତିରେ ପାଟଣା ବଜାର ଆଡ଼କୁ ଫେରାଇ ହୋଇଯାଇଥିଲେ। ତେବେ ଟଙ୍କା ବ୍ୟତିତ ଅନ୍ୟ କୌଣସି ସାମଗ୍ରୀ ଚୋରି ହୋଇ ନ ଥିବା ଜଣାପଡ଼ିଛି।

ସମାନ ଢଙ୍ଗରେ ଗତ ସୋମବାର ଏହି ଥାନା ପୀପିଳୀଆ ଗାଁର ଗହ୍ମା ମହାନ୍ତଙ୍କ ଆଲମିରା ଭାଙ୍ଗି ନଗଦ ୪୦ ହଜାର ଟଙ୍କା, ସୁନା ଗହଣା ଚୋରି ହୋଇଥିଲା। ସେହିପରି ତୁରୁମୁଙ୍ଗା ଥାନା ଡେଣୁଆ ଗ୍ରାମର ହୀରା ଲାଲ ମହାନ୍ତଙ୍କ ଘର ତାଲା ଭାଙ୍ଗି ୫୦ ହଜାର ଓ ସୁନା ଅଳଙ୍କାର ଦୁର୍ବୃତ୍ତମାନେ ଲୁଟି ନେଇଥିଲେ। ଏନେଇ ମଧ୍ୟ ଥାନାରେ ଅଭିଯୋଗ ହୋଇଛି।

ଅନ୍ୟପକ୍ଷେ ରାକେଶ ପାଟଣା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି। ଏପରିକି ଲୁଟେରାଙ୍କୁ ଧରିବା ନେଇ ଛାନ୍‌ଭିନ ଜାରି ରଖିଛି। ଏନେଇ ପାଟଣା ଥାନା ଅଧିକାରୀ ବିବତ୍ସ ପ୍ରଧାନଙ୍କୁ ପଚାରିବାରୁ ଏକ ଲୁଟେରା ଗ୍ୟାଙ୍ଗ ସମ୍ପର୍କରେ ପୋଲିସକୁ ସୂଚନା ମଳିଛି। ଖୁବ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।

The post ଘର ତାଲା ଭାଙ୍ଗି ଲୁଟିନେଲ ୮୦ ହଜାର ଟଙ୍କା: ସପ୍ତାହେ ନ ପୁରୁଣୁ ସମାନ ଢଙ୍ଗରେ ୩ ଚୋରି appeared first on Dharitri Odia News.