ଘର ଭଡ଼ାକୁ ନେଇ ମାଲିକ ଏବଂ ଯୁବତୀ ହାତାହାତି, କିଏ ପନିକି ଧରିଲା.. ତ ଆଉ କିଏ ଟାୟାରରେ ପିଟିଲା
ଭୁବନେଶ୍ବର ୦୪।୧୨ : ଘର ଭଡ଼ାକୁ ନେଇ ହାତାହାତି । ରାଜଧାନୀର ଖାରବେଳନଗରରେ ଘର ଭଡ଼ାକୁ ନେଇ ହାଇଡ୍ରାମା ଦେଖିବାକୁ ମିଳିଛି । ଘର ମାଲିକ ଏବଂ ଭଡ଼ାରେ ରହୁଥିବା ଯୁବତୀଙ୍କ ମଧ୍ୟରେ ମାର୍ପିଟ ହେଉଥିବାର ଦେଖିବାକୁ ମିଳିଛି । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଖବର ଅନୁଯାୟୀ, ଭୁବନେଶ୍ୱରର ଖାରବେଳନଗର ଅଞ୍ଚଳରେ ଜଣେ ଯୁବତୀ ଦୀର୍ଘଦିନ ହେବ ଭଡ଼ାରେ ରହୁଥିଲେ । ଘର ଛାଡିବାକୁ ପୂର୍ବରୁ ଯୁବତୀଙ୍କୁ ଘର ମାଲିକ କହିଥିଲେ । ହେଲେ ଯୁବତୀ ଜଣଙ୍କ କୌଣସି କାରଣରୁ ଘର ଛାଡିନଥିଲେ । ଶେଷରେ ମଙ୍ଗଳବାର ଦିନ ଘର ମାଲିକ ଏବଂ ଯୁବତୀଙ୍କ ମଧ୍ୟରେ ଘର ଭଡ଼ାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଆଉ ପାଟିତୁଣ୍ଡ ଏତେ ଜୋରରେ ବଢିଥିଲା ଯେ, ଉଭୟ ହାତାହାତି ଯାଏଁ କଥା ଯାଇଥିଲା । ଘର ମାଲିକ ଜଣକ ଟାୟାରରେ ପିଟିବା ସହ ଯୁବତୀଙ୍କୁ ଚୁଟି ଘୋଷାଡି ପିଟିଥିଲେ । ସେପଟେ ଯୁବତୀ ଜଣଙ୍କ ମଧ୍ୟ ପନିକି ଧରି ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ । ଶେଷରେ ଖାରବେଳନଗର ଥାନାରେ ଉଭୟ ଉଭୟଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି ।
ଭୁବନେଶ୍ବର ୦୪।୧୨ : ଘର ଭଡ଼ାକୁ ନେଇ ହାତାହାତି । ରାଜଧାନୀର ଖାରବେଳନଗରରେ ଘର ଭଡ଼ାକୁ ନେଇ ହାଇଡ୍ରାମା ଦେଖିବାକୁ ମିଳିଛି । ଘର ମାଲିକ ଏବଂ ଭଡ଼ାରେ ରହୁଥିବା ଯୁବତୀଙ୍କ ମଧ୍ୟରେ ମାର୍ପିଟ ହେଉଥିବାର ଦେଖିବାକୁ ମିଳିଛି । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଖବର ଅନୁଯାୟୀ, ଭୁବନେଶ୍ୱରର ଖାରବେଳନଗର ଅଞ୍ଚଳରେ ଜଣେ ଯୁବତୀ ଦୀର୍ଘଦିନ ହେବ ଭଡ଼ାରେ ରହୁଥିଲେ । ଘର ଛାଡିବାକୁ ପୂର୍ବରୁ ଯୁବତୀଙ୍କୁ ଘର ମାଲିକ କହିଥିଲେ । ହେଲେ ଯୁବତୀ ଜଣଙ୍କ କୌଣସି କାରଣରୁ ଘର ଛାଡିନଥିଲେ । ଶେଷରେ ମଙ୍ଗଳବାର ଦିନ ଘର ମାଲିକ ଏବଂ ଯୁବତୀଙ୍କ ମଧ୍ୟରେ ଘର ଭଡ଼ାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଆଉ ପାଟିତୁଣ୍ଡ ଏତେ ଜୋରରେ ବଢିଥିଲା ଯେ, ଉଭୟ ହାତାହାତି ଯାଏଁ କଥା ଯାଇଥିଲା । ଘର ମାଲିକ ଜଣକ ଟାୟାରରେ ପିଟିବା ସହ ଯୁବତୀଙ୍କୁ ଚୁଟି ଘୋଷାଡି ପିଟିଥିଲେ । ସେପଟେ ଯୁବତୀ ଜଣଙ୍କ ମଧ୍ୟ ପନିକି ଧରି ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ । ଶେଷରେ ଖାରବେଳନଗର ଥାନାରେ ଉଭୟ ଉଭୟଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି ।