ଘର ଭିତରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ
ଖଲ୍ଲିକୋଟ,୨୨ା୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ସିଙ୍ଗଡ଼ାପଲ୍ଲୀ ଗ୍ରାମରେ ଏକ ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ଖଲ୍ଲିକୋଟ ଥାନା ପୋଲିସ। ମୃତ ଯୁବକ ଜଣଙ୍କ ତାଳପଡ଼ା ଗ୍ରାମର ଦୀପକ ପାହାନ ବୋଲି ଜଣାପଡ଼ିଛି। ତେବେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଜଣା ପଡ଼ିନାହିଁ। ମିଳିଥିବା ସୂଚନାନୁଯାୟୀ, ଶୁକ୍ରବାର ରାତି ୧୧ଟାରେ ଖଲ୍ଲିକୋଟ ଥାନା ପୋଲିସ ଖବର ପାଇ […] The post ଘର ଭିତରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ appeared first on Dharitri Odia News.
ଖଲ୍ଲିକୋଟ,୨୨ା୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ସିଙ୍ଗଡ଼ାପଲ୍ଲୀ ଗ୍ରାମରେ ଏକ ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ଖଲ୍ଲିକୋଟ ଥାନା ପୋଲିସ। ମୃତ ଯୁବକ ଜଣଙ୍କ ତାଳପଡ଼ା ଗ୍ରାମର ଦୀପକ ପାହାନ ବୋଲି ଜଣାପଡ଼ିଛି। ତେବେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଜଣା ପଡ଼ିନାହିଁ।
ମିଳିଥିବା ସୂଚନାନୁଯାୟୀ, ଶୁକ୍ରବାର ରାତି ୧୧ଟାରେ ଖଲ୍ଲିକୋଟ ଥାନା ପୋଲିସ ଖବର ପାଇ ସିଙ୍ଗଡ଼ାପଲ୍ଲୀ ଗ୍ରାମରେ ପହଞ୍ଚି ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଥାନାରେ ଏକ ମାମଲା ରୁଜୁ କରି ପୋଲିସ ଶନିବାର ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି। ମୃତ୍ୟୁ ଖବର ଶୁଣି ପରିବାର ଓ ସମ୍ପର୍କୀୟ ମେଡିକାଲରେ ପହଞ୍ଚିବା ପରେ ମେଡିକାଲ ପରିସର ମଧ୍ୟରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନ୍ୟପଟେ ମୃତ ଦୀପକ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ି ନ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
The post ଘର ଭିତରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ appeared first on Dharitri Odia News.