ଘର ମାଲିକଙ୍କୁ ଛୁରାମାଡ଼ କରି ଲୁଟି ନେଲେ ଟଙ୍କା, ସୁନା ଅଳଙ୍କାର

ବୌଦ୍ଧ,୧।୬: ବୌଦ୍ଧ ଜିଲା ବାଉଁଶୁଣି ଥାନା ଅଧୀନ ବାଦିକଟା ଗ୍ରାମରେ ଏକ ବଡ଼ ଧରଣର ଲୁଟପାଟ ହୋଇଛି। ଦୁବୃର୍ତ୍ତମାନେ ଘର ମାଲିକଙ୍କୁ ଛୁରାମାଡ଼ କରି ଲକ୍ଷାଧିକ ଟଙ୍କା ଏବଂ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ବାଦିକଟା ଗ୍ରାମର ବାଳକୃଷ୍ଣ ମହାକୁଡଙ୍କ ପରିବା ଲୋକେ ଶୁକ୍ରବାର ରାତିରେ ଖାଇ ଶୋଇଥିଲେ। ସେତିକିବେଳେ କେତେଜଣ ଦୁବୃର୍ତ୍ତ ଘରେ ପସି ଘରୁ ଟଙ୍କା ସହ ସୁନା ଅଳଙ୍କାର ଧରି ଫେରାର ହୋଇଯିବାକୁ ଉଦ୍ୟମ କରୁଥିଲେ। […] The post ଘର ମାଲିକଙ୍କୁ ଛୁରାମାଡ଼ କରି ଲୁଟି ନେଲେ ଟଙ୍କା, ସୁନା ଅଳଙ୍କାର appeared first on Dharitri Odia News.

ଘର ମାଲିକଙ୍କୁ ଛୁରାମାଡ଼ କରି ଲୁଟି ନେଲେ ଟଙ୍କା, ସୁନା ଅଳଙ୍କାର

ବୌଦ୍ଧ,୧।୬: ବୌଦ୍ଧ ଜିଲା ବାଉଁଶୁଣି ଥାନା ଅଧୀନ ବାଦିକଟା ଗ୍ରାମରେ ଏକ ବଡ଼ ଧରଣର ଲୁଟପାଟ ହୋଇଛି। ଦୁବୃର୍ତ୍ତମାନେ ଘର ମାଲିକଙ୍କୁ ଛୁରାମାଡ଼ କରି ଲକ୍ଷାଧିକ ଟଙ୍କା ଏବଂ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ, ବାଦିକଟା ଗ୍ରାମର ବାଳକୃଷ୍ଣ ମହାକୁଡଙ୍କ ପରିବା ଲୋକେ ଶୁକ୍ରବାର ରାତିରେ ଖାଇ ଶୋଇଥିଲେ। ସେତିକିବେଳେ କେତେଜଣ ଦୁବୃର୍ତ୍ତ ଘରେ ପସି ଘରୁ ଟଙ୍କା ସହ ସୁନା ଅଳଙ୍କାର ଧରି ଫେରାର ହୋଇଯିବାକୁ ଉଦ୍ୟମ କରୁଥିଲେ। ସେତିକିବେଳେ ବାଳକୃଷ୍ଣଙ୍କ ନିଦ ଭାଙ୍ଗି ଯାଇଥିଲା। ସେ ଚୋର, ଚୋର ବୋଲି ପାଟି କରିଥିଲେ। ଫଳରେ ଲୁଟେରାମାନେ ତାଙ୍କୁ ଛୁରିରେ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।

ପରିବାର ଲୋକେ ଗୁରୁତର ଅବସ୍ଥାରେ ବାଳକୃଷ୍ଣଙ୍କୁ ଉଦ୍ଧାର କରି ପ୍ରଥମେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଏନେଇ ବାଳକୃଷ୍ଣଙ୍କୁ ପରିବାର ଲୋକେ ବାଉଁଶୁଣି ଥାନା ଏକ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

The post ଘର ମାଲିକଙ୍କୁ ଛୁରାମାଡ଼ କରି ଲୁଟି ନେଲେ ଟଙ୍କା, ସୁନା ଅଳଙ୍କାର appeared first on Dharitri Odia News.