ଘର ଲୋକଙ୍କୁ ଦେଖାଉଥିଲେ ବୋମା, ବିସ୍ଫୋରଣରେ ତିନି ଆହତ

ଖଲ୍ଲିକୋଟ: ବୋମା ଫୁଟି ଗୋଟିଏ ପରିବାରର ୩ ଆହତ ହୋଇଛନ୍ତି I ଅସାବଧାନତା ହେତୁ ହାତରେ ଧରିଥିବା ଖସିପଡ଼ିବାରୁ ଘଟିଛି ଏଭଳି ଅଘଟଣ। ଖଲ୍ଲିକୋଟ ଥାନା ହରିପୁର ଗ୍ରାମରେ ଘଟିଛି ଘଟଣା Iସୂଚନା ଅନୁଯାୟୀ, ଖଲ୍ଲିକୋଟ ହରିପୁର ଗାଁର ବାଲାଜୀ ଦାସ ପାଖରେ ରଖିଥିବା ଏକ ବୋମା ଘର ଲୋକଙ୍କୁ ଦେଖାଉଥିଲେ ଆଉ ଏହି ସମୟରେ ବୋମାଟି ତଳେ ପଡ଼ି ଫୁଟିଯାଇଥିଲା। ଫଳରେ ଏଥିରେ ବାଲାଜୀଙ୍କ ସମେତ ତାଙ୍କ ପତ୍ନୀ ଗୀତା ଦାସ ଏବଂ ୧୦ ବର୍ଷର ଝିଅ ପ୍ରଣତୀ ଆହତ ହୋଇଥିଲେ। ଆହତଙ୍କୁ ଖଲ୍ଲିକୋଟ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ବାଲାଜୀଙ୍କ ପାଖକୁ ବୋମା ଆଣିଥିବା ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ, ଘଟଣା ସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି I ବୋମା ଧରି ଆସିଥିବା ବ୍ୟକ୍ତି ବାଲାଜୀ ଦାସଙ୍କ ସମ୍ପର୍କୀୟ ହୋଇଥିବା ଜଣାପଡ଼ିଛି।

ଘର ଲୋକଙ୍କୁ ଦେଖାଉଥିଲେ ବୋମା, ବିସ୍ଫୋରଣରେ ତିନି ଆହତ

ଖଲ୍ଲିକୋଟ: ବୋମା ଫୁଟି ଗୋଟିଏ ପରିବାରର ୩ ଆହତ ହୋଇଛନ୍ତି I ଅସାବଧାନତା ହେତୁ ହାତରେ ଧରିଥିବା ଖସିପଡ଼ିବାରୁ ଘଟିଛି ଏଭଳି ଅଘଟଣ। ଖଲ୍ଲିକୋଟ ଥାନା ହରିପୁର ଗ୍ରାମରେ ଘଟିଛି ଘଟଣା I

ସୂଚନା ଅନୁଯାୟୀ, ଖଲ୍ଲିକୋଟ ହରିପୁର ଗାଁର ବାଲାଜୀ ଦାସ ପାଖରେ ରଖିଥିବା ଏକ ବୋମା ଘର ଲୋକଙ୍କୁ ଦେଖାଉଥିଲେ ଆଉ ଏହି ସମୟରେ ବୋମାଟି ତଳେ ପଡ଼ି ଫୁଟିଯାଇଥିଲା। ଫଳରେ ଏଥିରେ ବାଲାଜୀଙ୍କ ସମେତ ତାଙ୍କ ପତ୍ନୀ ଗୀତା ଦାସ ଏବଂ ୧୦ ବର୍ଷର ଝିଅ ପ୍ରଣତୀ ଆହତ ହୋଇଥିଲେ। ଆହତଙ୍କୁ ଖଲ୍ଲିକୋଟ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। 

ତେବେ ବାଲାଜୀଙ୍କ ପାଖକୁ ବୋମା ଆଣିଥିବା ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ, ଘଟଣା ସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି I ବୋମା ଧରି ଆସିଥିବା ବ୍ୟକ୍ତି ବାଲାଜୀ ଦାସଙ୍କ ସମ୍ପର୍କୀୟ ହୋଇଥିବା ଜଣାପଡ଼ିଛି।