ଘରକୁ ଘର ବୁଲି ଭୋଟ୍ ପାଇଁ ନିବେଦନ କରୁଛନ୍ତି ପ୍ରାର୍ଥୀ
ହାଟଡିହୀ,୧୮ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହୀ ବ୍ଲକର ପନ୍ଦାଡ଼ୋ ଏବଂ ଆନନ୍ଦପୁର ବ୍ଲକର ଶାଳବଣୀ ସହ ଆନନ୍ଦପୁର ମ୍ୟୁନିସିପାଲିଟିରେ ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ନିର୍ବାଚନୀ ପ୍ରଚାର ସହ ବୈଠକ ମଧ୍ୟ କରିଥିଲେ। ପନ୍ଦାଡ଼ୋଠାରେ ଆୟୋଜିତ ପ୍ରଚାରରେ ଅଭିମନ୍ୟୁଙ୍କ ସହ ଲୋକ ସଭା ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ସାମିଲ ହୋଇଥିଲେ। ଉଭୟ ପ୍ରାର୍ଥୀ ଦ୍ବୟ ଶହ ଶହ ସଂଖ୍ୟକ ମହିଳା ଏବଂ ପୁରୁଷ ସମର୍ଥକଙ୍କ ଚାଲି ଲୋକଙ୍କ ଘରକୁ ଯାଇଥିଲେ। […] The post ଘରକୁ ଘର ବୁଲି ଭୋଟ୍ ପାଇଁ ନିବେଦନ କରୁଛନ୍ତି ପ୍ରାର୍ଥୀ appeared first on Dharitri Odia News.
ହାଟଡିହୀ,୧୮ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହୀ ବ୍ଲକର ପନ୍ଦାଡ଼ୋ ଏବଂ ଆନନ୍ଦପୁର ବ୍ଲକର ଶାଳବଣୀ ସହ ଆନନ୍ଦପୁର ମ୍ୟୁନିସିପାଲିଟିରେ ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ନିର୍ବାଚନୀ ପ୍ରଚାର ସହ ବୈଠକ ମଧ୍ୟ କରିଥିଲେ। ପନ୍ଦାଡ଼ୋଠାରେ ଆୟୋଜିତ ପ୍ରଚାରରେ ଅଭିମନ୍ୟୁଙ୍କ ସହ ଲୋକ ସଭା ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ସାମିଲ ହୋଇଥିଲେ। ଉଭୟ ପ୍ରାର୍ଥୀ ଦ୍ବୟ ଶହ ଶହ ସଂଖ୍ୟକ ମହିଳା ଏବଂ ପୁରୁଷ ସମର୍ଥକଙ୍କ ଚାଲି ଲୋକଙ୍କ ଘରକୁ ଯାଇଥିଲେ। ଭୋଟରମାନଙ୍କୁ ଦୁଇଥର ଶଙ୍ଖଚିହ୍ନରେ ଭୋଟ୍ ଦେଇ ବିଜେଡିକୁ ବିଜୟୀ କରିବା ପାଇଁ କହିଥିଲେ। ଏଥିସହ ବହୁ ସଂଖ୍ୟାର ମହିଳା ଏବଂ ପୁରୁଷ କର୍ମୀ, ସମର୍ଥକଙ୍କୁ ନେଇ ଉକ୍ତ ପଞ୍ଚାୟତରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ସେହିପରି ଶାଳବଣୀ ପଞ୍ଚାୟତରେ ଅଭିମନ୍ୟୁ କର୍ମୀଙ୍କ ସହ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରିଥିଲେ। ଏକ ବୈଠକ ମଧ୍ୟ ଆୟୋଜିତ ହୋଇଥିଲା। ବହୁ ସଂଖ୍ୟାରେ ସମର୍ଥକ ଏବଂ କର୍ମୀ ଉପସ୍ଥିତ ଥିଲେ। ବିଜେଡିର ଭୋଟ୍ ପରିମାଣକୁ ବଢ଼ାଇବା ପାଇଁ ସମସ୍ତେ ମିଳିମିଶି ବିରୋଧୀଙ୍କୁ ମୁକାବିଲା କରିବା ବୋଲି ଅଭିମନ୍ୟୁ ଆହ୍ବାନ ଦେଇଥିଲେ। ସୁରେନ୍ଦ୍ର ଜେନା, କାମପାଳ ନାୟକ, ବାପି ରାମଙ୍କ ସମେତ ବହୁ ସଂଖ୍ୟାରେ ମହିଳା,ପୁରୁଷ ସମର୍ଥକ ଥିଲେ।
The post ଘରକୁ ଘର ବୁଲି ଭୋଟ୍ ପାଇଁ ନିବେଦନ କରୁଛନ୍ତି ପ୍ରାର୍ଥୀ appeared first on Dharitri Odia News.