ଘରକୁ ଘର ଯାଇ ନବୀନଙ୍କ ପାଇଁ ଆଶୀର୍ବାଦ ମାଗୁଛନ୍ତି କିଡ଼ନୀ ରୋଗୀ

ଭୁବନେଶ୍ୱର: କିଡ଼ନୀ ରୋଗରେ ପୀଡିତ ହୋଇ ବହୁ ଅସୁବିଧା ଭୋଗ କରୁଥିଲେ ସନ୍ତୋଷ । ଠିକ ଏତିକି ବେଳେ ସଂଜୀବନି ସାଜିଲା ବିଜୁ ସ୍ୱାସ୍ଥ୍ୟ କାର୍ଡ। ବିଜୁ କାର୍ଡ ଦ୍ଵାରା ରାୟପୁର ଯାଇ ସେଠାରେ ଉତ୍ତମ ଚିକିତ୍ସା ପାଇ ଏବେ କିଛି ମାତ୍ରାରେ ଠିକ ଅଛନ୍ତି। କଣ୍ଟାବାଞ୍ଜି ସହରର ସନ୍ତୋଷ ଦଣ୍ଡସେନା ଦୀର୍ଘ ବର୍ଷ ଧରି କିଡ଼ନୀ ରୋଗ ଶହ ପକ୍ଷଘାତରେ ପୀଡିତ ଥିଲେ ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ। ଯାହା କିଛି ସଂଚୟ କରି […]

ଘରକୁ ଘର ଯାଇ ନବୀନଙ୍କ ପାଇଁ ଆଶୀର୍ବାଦ ମାଗୁଛନ୍ତି କିଡ଼ନୀ ରୋଗୀ
kidney-patients-are-going-door-to-door-asking-for-votes-for-naveen

ଭୁବନେଶ୍ୱର: କିଡ଼ନୀ ରୋଗରେ ପୀଡିତ ହୋଇ ବହୁ ଅସୁବିଧା ଭୋଗ କରୁଥିଲେ ସନ୍ତୋଷ । ଠିକ ଏତିକି ବେଳେ ସଂଜୀବନି ସାଜିଲା ବିଜୁ ସ୍ୱାସ୍ଥ୍ୟ କାର୍ଡ। ବିଜୁ କାର୍ଡ ଦ୍ଵାରା ରାୟପୁର ଯାଇ ସେଠାରେ ଉତ୍ତମ ଚିକିତ୍ସା ପାଇ ଏବେ କିଛି ମାତ୍ରାରେ ଠିକ ଅଛନ୍ତି। କଣ୍ଟାବାଞ୍ଜି ସହରର ସନ୍ତୋଷ ଦଣ୍ଡସେନା ଦୀର୍ଘ ବର୍ଷ ଧରି କିଡ଼ନୀ ରୋଗ ଶହ ପକ୍ଷଘାତରେ ପୀଡିତ ଥିଲେ ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ। ଯାହା କିଛି ସଂଚୟ କରି ରଖିଥିଲେ ସବୁ ଚିକିତ୍ସାରେ ଶେଷ ହୋଇଯାଇଥିଲା। ଭାଗ୍ୟକୁ ଆଦରି ବସିଥିଲେ ଟଙ୍କା ନଥିବାରୁ ଚିକିତ୍ସା ହୋଇପାରୁନଥିଲା। ଏହି ସମୟରେ ସନ୍ତୋଷଙ୍କ ପାଇଁ ବରଦାନ ସାଜିଥିଲା ବିଜୁ ସ୍ୱାସ୍ଥ୍ୟ କାର୍ଡ ।

ତେଣୁ ସେ ଓ ତାଙ୍କ ସ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ଶହ ୪୦ଡିଗ୍ରୀ ଖରାରେ ଘର ଘରକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭୋଟ ଦେବା ପାଇଁ କହୁଛନ୍ତି। ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ବିଧାୟକ ପ୍ରାଥୀ ଭାବେ ନିର୍ବାଚନ ଲଢୁଛନ୍ତି। ମୁଖ୍ୟମନ୍ତ୍ରୀ ମୋ ପାଇଁ ଏତିକି କରିଛନ୍ତି ତାଙ୍କ ପାଇଁ ମୁଁ କିଛି କରି ପାରିବି ନାହିଁ । ହେଲେ ଘରକୁ ଘର ଯାଇ ଭୋଟ ଭିକ୍ଷା କରୁଛି ତାଙ୍କୁ ଭୋଟ ଦେବା ପାଇଁ ଲୋକଙ୍କୁ ବୁଝାଉଛି ବୋଲି କହିଛନ୍ତି ସନ୍ତୋଷ ଦଣ୍ଡସେନା।