ଘରକୁ ଫେରୁଛନ୍ତି ନିର୍ଯାତନା ଶିକାର ହେଉଥିବା ୫ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା,୩ା୩ (ମକାରୁ ବେମାଲ): ହାଇଦ୍ରାବାଦ ଯାଇ ନିର୍ଯାତନା ଶିକାର ହେଉଥିବା ନୂଆପଡ଼ା ଜିଲାର ୫ ଦାଦନ ଶ୍ରମିକ ଜିଲା ଶ୍ରମ କାର୍ଯ୍ୟାଳୟ ହସ୍ତକ୍ଷେପରେ ଉଦ୍ଧାର ହୋଇ ଘରକୁ ଫେରୁଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଖଡିଆଳ ଥାନା ଲାଞ୍ଜି ପଞ୍ଚାୟତ ମନ୍ତ୍ରୀତରାଇ ଗାଁର ଭୋପେନ୍ଦ୍ର ମାଝି (୩୨), ସ୍ତ୍ରୀ ଭଜନ୍ତି ମାଝି (୨୮), ଭାଇ ଉଗ୍ରେସନ ମାଝି (୨୫)ଙ୍କ ସହ ୨ବର୍ଷର ଏକ ଶିଶୁପୁତ୍ର ଏବଂ କୋମନା ଥାନା କୁରେଶ୍ୱର ଗାଁର ବଂଶୀ ହଂସ (୩୬), ତାଙ୍କ ସ୍ତ୍ରୀ […] The post ଘରକୁ ଫେରୁଛନ୍ତି ନିର୍ଯାତନା ଶିକାର ହେଉଥିବା ୫ ଦାଦନ ଶ୍ରମିକ ଉଦ୍ଧାର appeared first on Dharitri Odia News.

ଘରକୁ ଫେରୁଛନ୍ତି ନିର୍ଯାତନା ଶିକାର ହେଉଥିବା ୫ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା,୩ା୩ (ମକାରୁ ବେମାଲ): ହାଇଦ୍ରାବାଦ ଯାଇ ନିର୍ଯାତନା ଶିକାର ହେଉଥିବା ନୂଆପଡ଼ା ଜିଲାର ୫ ଦାଦନ ଶ୍ରମିକ ଜିଲା ଶ୍ରମ କାର୍ଯ୍ୟାଳୟ ହସ୍ତକ୍ଷେପରେ ଉଦ୍ଧାର ହୋଇ ଘରକୁ ଫେରୁଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଖଡିଆଳ ଥାନା ଲାଞ୍ଜି ପଞ୍ଚାୟତ ମନ୍ତ୍ରୀତରାଇ ଗାଁର ଭୋପେନ୍ଦ୍ର ମାଝି (୩୨), ସ୍ତ୍ରୀ ଭଜନ୍ତି ମାଝି (୨୮), ଭାଇ ଉଗ୍ରେସନ ମାଝି (୨୫)ଙ୍କ ସହ ୨ବର୍ଷର ଏକ ଶିଶୁପୁତ୍ର ଏବଂ କୋମନା ଥାନା କୁରେଶ୍ୱର ଗାଁର ବଂଶୀ ହଂସ (୩୬), ତାଙ୍କ ସ୍ତ୍ରୀ ଦୂର ହଂସ (୨୫) ୧୦ ବର୍ଷର ପୁତ୍ରକୁ ଧରି ୨୦୨୪ ସେପ୍ଟେମ୍ବରରେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ଦାଦନ ସର୍ଦ୍ଦାରଙ୍କ ମଧ୍ୟମରେ ସେମାନେ ସେଠାକାର କର୍ଣ୍ଣୋଲ ଜିଲା ଏମ୍‌ ରୋଡ ଏସ୍‌ବିଆଇ ଇଟା ଭାଟିରେ କିଛି ମାସ କାମ କରିଥିଲେ। ପରେ ଇଟାଭାଟି ମାଲିକ ଦିନ ରାତି ଖଟାଇବା ସହ ନିର୍ଯାତନା ଦେଇଥିଲେ। ମୁହଁ ଖୋଲିଲେ ମାଡ଼ ମରାଯାଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଖାଇବା ଖର୍ଚ୍ଚ ମଧ୍ୟ ଠିକ୍‌ ରୂପେ ଦେଉ ନ ଥିବାରୁ ସେମାନେ ପେଟ ପୁରା ଖାଇପାରୁ ନ ଥିଲେ। ଏ ନେଇ ସେମାନଙ୍କ ପରିବାର ପକ୍ଷରୁ ଜିଲା ଅତିରକ୍ତ ଶ୍ରମ ଅଧିକାରୀ ମନୋରଞ୍ଜନ ନାଏକଙ୍କୁ ଲିଖିତ ଅଭିଯୋଗ କରିଥିଲେ। ନାଏକଙ୍କ ହସ୍ତକ୍ଷେପରେ ଶ୍ରମିକମାନେ ଉଦ୍ଧାର ହୋଇ ବସ୍‌ ଯୋଗେ ନୂଆପଡ଼ା ଆସୁଛନ୍ତି। ମଙ୍ଗଳବାର ଅପରାହ୍ନରେ ସେମାନେ ଘରେ ପହଞ୍ଚତ୍ବେ ବୋଲି ଜଣାପଡିଛି।

The post ଘରକୁ ଫେରୁଛନ୍ତି ନିର୍ଯାତନା ଶିକାର ହେଉଥିବା ୫ ଦାଦନ ଶ୍ରମିକ ଉଦ୍ଧାର appeared first on Dharitri Odia News.