ଘରକୁ ଫେରୁଥିଲେ, ବଜ୍ରାଘାତରେ ଜୀବନ ଗଲା

ଘରକୁ ଫେରିବା ବେଳେ ବଜ୍ରାଘାତର ଶିକାର ହୋଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ

ଘରକୁ ଫେରୁଥିଲେ, ବଜ୍ରାଘାତରେ ଜୀବନ ଗଲା

ମାଲକାନଗିରି ଜିଲ୍ଳା କୋରୁକୋଣ୍ଡା ବ୍ଲକ ଗଙ୍ଗାପଡ଼ା ଗାଁରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ସାବ୍ରି ମାଝୀ।

ସାବ୍ରି ସକାଳେ ଜଙ୍ଗଲକୁ କୌଣସି କାମରେ ଯାଇଥିଲେ। ସେ ଜଙ୍ଗଲରୁ ଘରକୁ ଫେରିବା ବେଳେ ବିଜୁଳି, ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ଆଉ ବଜ୍ରାଘାତର ଶିକାର ହୋଇଥିଲେ ସାବ୍ରି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ବର୍ଷା ଛାଡ଼ିବା ପରେ ସ୍ଥାନୀୟ ଲୋକେ ଖବର ପାଇଥିଲେ। ସେମାନେ ଘଟଣା ସଂପର୍କରେ ଗୁମା ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।