ଘରଦ୍ବାର ନାହିଁ କି ପରିବାର ନାହିଁ, ଏହି ଆଦିବାସୀ ବୃଦ୍ଧାଙ୍କୁ ଦରକାର ସାହାରା

ରାୟଗଡା : ମୋର ଘର ଦ୍ବାର ବୋଲି କିଛି ନାହିଁ । ମୋର ପରିବାରରେ ମଧ୍ୟ କୋହି ନାହାନ୍ତି । ଝିଅମାନେ ବାହା ହୋଇ ଚାଲିଗଲେ । ମୋତେ ଘର ଟିକେ ମିଳିଥିଲେ ଭଲ ହୁଅନ୍ତା । ମୁଁ ଅନୁରୋଧ କରୁଛି ମୋତେ ଖଣ୍ଡିଏ ଘର ଯୋଗାଇ ଦିଅ…. ଏହି ଘରଟିକୁ ଦେଖନ୍ତୁ । କେଉଁ ମୁହୁର୍ତ୍ତରେ ଭାଙ୍ଗି ମୁଣ୍ଡରେ ପଡ଼ିବ ତାହା କାହାକୁ ଜଣା ନାହିଁ । ବୟସ ପାଖାପାଖି ୭୪ ବର୍ଷ ବୟସ । […] The post ଘରଦ୍ବାର ନାହିଁ କି ପରିବାର ନାହିଁ, ଏହି ଆଦିବାସୀ ବୃଦ୍ଧାଙ୍କୁ ଦରକାର ସାହାରା appeared first on KNews Odisha.

ଘରଦ୍ବାର ନାହିଁ କି ପରିବାର ନାହିଁ, ଏହି ଆଦିବାସୀ ବୃଦ୍ଧାଙ୍କୁ ଦରକାର ସାହାରା

ରାୟଗଡା : ମୋର ଘର ଦ୍ବାର ବୋଲି କିଛି ନାହିଁ । ମୋର ପରିବାରରେ ମଧ୍ୟ କୋହି ନାହାନ୍ତି । ଝିଅମାନେ ବାହା ହୋଇ ଚାଲିଗଲେ । ମୋତେ ଘର ଟିକେ ମିଳିଥିଲେ ଭଲ ହୁଅନ୍ତା । ମୁଁ ଅନୁରୋଧ କରୁଛି ମୋତେ ଖଣ୍ଡିଏ ଘର ଯୋଗାଇ ଦିଅ….

ଏହି ଘରଟିକୁ ଦେଖନ୍ତୁ । କେଉଁ ମୁହୁର୍ତ୍ତରେ ଭାଙ୍ଗି ମୁଣ୍ଡରେ ପଡ଼ିବ ତାହା କାହାକୁ ଜଣା ନାହିଁ । ବୟସ ପାଖାପାଖି ୭୪ ବର୍ଷ ବୟସ । ଦେହ ହାତ ଥର ଥର ହେଉଛି । ଏହି ବୟସ୍କ ମହିଳାଙ୍କ ପାଇଁ ଏହି ଭଙ୍ଗା ଦଦରା ଘର ହିଁ ଏକମାତ୍ର ସାହାଭରସା । ଏ ହେଉଛନ୍ତି ରାୟଗଡା ଜିଲ୍ଲା କନ୍ଧକୁଣ୍ଡମ ଗାଁର ୭୪ ବର୍ଷ ବୟସର ଶାନ୍ତା କାଡ୍ରାକା । ତାଙ୍କୁ ଆହା ବୋଲି କହିବାକୁ ଏ ସଂସାରରେ କେହି ନାହାନ୍ତି । ପୁଅ, ସ୍ବାମୀ ଗତ ଦୁଇଦଶନ୍ଧି ତଳେ ଆରପାରିକୁ ଚାଲିଯିବା ପରେ ଏକ ବେସାହାରା ହୋଇ ଏକାକୀ ହୋଇଯାଇଛନ୍ତି । ବର୍ଷା ଦିନରେ ଘର ଭାଙ୍ଗିଯିବା ଭୟରେ ପର ଘରେ ସେ ଆଶ୍ରୟ ନିଅନ୍ତି । ଏଭଳି ଅଭାବନୀୟ ଦୃଶ୍ୟ ରାୟଗଡା ଜିଲ୍ଲାର ସଦର ବ୍ଳକର କନ୍ଧକୁଣ୍ଡମ ଗାଁରେ ଦେଖିବାକୁ ମିଳିଛି ।

ରାୟଗଡା ଜିଲ୍ଲା ସଦର ମହକୁମା ଠାରୁ ୨୦ କିଲୋମିଟର ଦୂରରେ ଡାଙ୍ଗଲୋଡି ପଞ୍ଚାୟତର କନ୍ଧକୁଣ୍ଡମ ଗାଁ । କେଉଁ ପୁରାତନ କାଳରୁ ଏଠାରେ ୧୯୬ ଆଦିବାସୀ ପରିବାର ବସବାସ କରୁଛନ୍ତି । ଶାନ୍ତା କାଡ୍ରାକାର ଅବସ୍ଥା ନେଇ ସମସ୍ତ ପ୍ଞ୍ଚାୟତ ସ୍ତରୀୟ ନିର୍ବାଚିତ ପ୍ରତିନିଧି ଅବଗତ ଅଛନ୍ତି । ହେଲେ ତାଙ୍କୁ ସହାୟତାର ହାତ ବଢେଇବା ପାଇଁ କେହି ଜଣେ ଦିନେ ବି ଦିନେ ଆଗେଇ ଆସିନାହାନ୍ତି । ରାଜ୍ୟ ସରକାରଙ୍କ ତରଫରୁ ୫କେଜି ପିଡିଏସ୍ ଚାଉଳ ସହିତ ବାର୍ଧକ୍ୟ ଭତ୍ତା ମଧ୍ୟ ପ୍ରଦାନ କରାଯାଉଛି । ଏହି ଦୁର୍ଗମ ସୀମାନ୍ତ ଅଞ୍ଚଳରେ ଆମ ପ୍ରତିନିଧି ପହଞ୍ଚି ଶାନ୍ତା କାଡ୍ରାକାଙ୍କ ସ୍ଥିତିକୁ ଲୋକଲୋଚନକୁ ଆଣିଛନ୍ତି ।

The post ଘରଦ୍ବାର ନାହିଁ କି ପରିବାର ନାହିଁ, ଏହି ଆଦିବାସୀ ବୃଦ୍ଧାଙ୍କୁ ଦରକାର ସାହାରା appeared first on KNews Odisha.