ଘରୁ ମିଳିଲା ନାବାଳିକାର ମୃତଦେହ, ୧୫ ଦିନ ତଳେ ମନ୍ଦିରରେ ପଡିଥିଲା ହାତଗଣ୍ଠି
ବାଙ୍କୀ ୨୦/୦୩: ନାବାଳିକାକୁ ପ୍ରଥମେ ପ୍ରେମ କଲା । ପରେ ୧୫ ଦିନ ଘରେ ରଖିବା ପରେ ମନ୍ଦିରରେ ବାହାହେଲା । ଏବେ ନାବାଳିକାର ମୃତଦେହ ପୁରୁଷ ବନ୍ଧୁ ଘରୁ ଉଦ୍ଧାର । ଏମିତି ଘଟଣା ଦେଖିବାକୁ ମିଳିଛି ବାଙ୍କି ଥାନା ଅନ୍ତର୍ଗତ ସୁଳିଆପଦା ଗ୍ରାମରେ । ସୂଚନା ଥାଉକି, ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ଗ୍ରାମର ମାମା ଗୋଛି ଯାହାଙ୍କ ବୟସ ମାତ୍ର ୧୫ । ସେ ସୁଳିଆପଦାର ସାଗର ଭୋଇଙ୍କ ସହ ଘର ଛାଡ଼ି ଚାଲି ଯାଇଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କର ମନ୍ଦିରରେ ବିବାହ ହୋଇଥିଲା । ଏହି ସବୁ ଘଟଣା ଘଟିବାର ମାତ୍ର ୧୫ ଦିନ ମଧ୍ୟରେ ନାବାଳିକାର ମୃତ ଦେହ ସାଗରଙ୍କ ଘରେ ଫ୍ୟାନରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏନେଇ ମାମାଙ୍କ ପରିବାର ପକ୍ଷରୁ ବାଙ୍କୀ ଥାନାରେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ନେଇ ଏତଲା ଦିଆଯାଇଛି । ବାଙ୍କୀ ସାଗରଙ୍କ ଘରେ ପହଞ୍ଚି ଶବକୁ ଜବତ କରିବା ସହ ଜୈନିକ ଯୁବକ ସାଗର ଭୋଇକୁ ଅଟକ ରଖି ୧୦୮/୨୫ ନମ୍ବରରେ ମାମଲା ରୁଜୁ କରିଛି । ମୃତ ନାବାଳିକାର ଶବ ବ୍ୟବଛେଦ ପାଇଁ ଉପଖଣ୍ଡ ଚିକିତ୍ସାଳୟରେ ପୋଲିସ ଉପସ୍ଥିତରେ ଭର୍ତ୍ତି କରାଯାଇଛି । ନାବାଳିକା ହତ୍ୟା ଅଭିଯୋଗକୁ ନେଇ ପୋଲିସ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହେବ ବୋଲି ବାଙ୍କୀ ଉପଖଣ୍ଡ ପୋଲିସ ଅଧିକାରୀ କହିଛନ୍ତି ।
ବାଙ୍କୀ ୨୦/୦୩: ନାବାଳିକାକୁ ପ୍ରଥମେ ପ୍ରେମ କଲା । ପରେ ୧୫ ଦିନ ଘରେ ରଖିବା ପରେ ମନ୍ଦିରରେ ବାହାହେଲା । ଏବେ ନାବାଳିକାର ମୃତଦେହ ପୁରୁଷ ବନ୍ଧୁ ଘରୁ ଉଦ୍ଧାର । ଏମିତି ଘଟଣା ଦେଖିବାକୁ ମିଳିଛି ବାଙ୍କି ଥାନା ଅନ୍ତର୍ଗତ ସୁଳିଆପଦା ଗ୍ରାମରେ । ସୂଚନା ଥାଉକି, ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ଗ୍ରାମର ମାମା ଗୋଛି ଯାହାଙ୍କ ବୟସ ମାତ୍ର ୧୫ । ସେ ସୁଳିଆପଦାର ସାଗର ଭୋଇଙ୍କ ସହ ଘର ଛାଡ଼ି ଚାଲି ଯାଇଥିଲେ ।
ପରବର୍ତ୍ତୀ ସମୟରେ ସେମାନଙ୍କର ମନ୍ଦିରରେ ବିବାହ ହୋଇଥିଲା । ଏହି ସବୁ ଘଟଣା ଘଟିବାର ମାତ୍ର ୧୫ ଦିନ ମଧ୍ୟରେ ନାବାଳିକାର ମୃତ ଦେହ ସାଗରଙ୍କ ଘରେ ଫ୍ୟାନରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏନେଇ ମାମାଙ୍କ ପରିବାର ପକ୍ଷରୁ ବାଙ୍କୀ ଥାନାରେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ନେଇ ଏତଲା ଦିଆଯାଇଛି । ବାଙ୍କୀ ସାଗରଙ୍କ ଘରେ ପହଞ୍ଚି ଶବକୁ ଜବତ କରିବା ସହ ଜୈନିକ ଯୁବକ ସାଗର ଭୋଇକୁ ଅଟକ ରଖି ୧୦୮/୨୫ ନମ୍ବରରେ ମାମଲା ରୁଜୁ କରିଛି ।
ମୃତ ନାବାଳିକାର ଶବ ବ୍ୟବଛେଦ ପାଇଁ ଉପଖଣ୍ଡ ଚିକିତ୍ସାଳୟରେ ପୋଲିସ ଉପସ୍ଥିତରେ ଭର୍ତ୍ତି କରାଯାଇଛି । ନାବାଳିକା ହତ୍ୟା ଅଭିଯୋଗକୁ ନେଇ ପୋଲିସ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହେବ ବୋଲି ବାଙ୍କୀ ଉପଖଣ୍ଡ ପୋଲିସ ଅଧିକାରୀ କହିଛନ୍ତି ।