ଘରୁ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
ଚିକିଟି,୧ା୪(ପ୍ରକାଶ ଚନ୍ଦ୍ର ସାହୁ)-କେ ନୂଆଗାଁ ଥାନା ନୂଆପଡା ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଉଛି। ଚାନ୍ଦପୁର ପଞ୍ଚାୟତ ଡଭାର ଗ୍ରାମର ରଞ୍ଜିତା ପଣ୍ଡାଙ୍କ ଘରୁ ସୋମବାର ମଧ୍ୟ ରାତ୍ରିରେ ଚୋରି ହୋଇଛି। ରଞ୍ଜିତା ଏକାକୀ ଶୋଇଥିବା ବେଳେ କେତେଜଣ ଦୁର୍ବୃତ୍ତ ବାରିପଟ ଗ୍ରିଲ ଭାଙ୍ଗି ଘରେ ପଶି ଆଲମିରାରୁ ୬ ଭରିର ସୁନାଗହଣା, ୨୦ ଭରି ରୁପା, ୩୦ ହଜାର ଟଙ୍କା ଲୁଟି ନେଇଥିବା ନୂଆପଡା ଫାଣ୍ଡିରେ ଅଭିଯୋଗ ହୋଇଛି। ମଙ୍ଗଳବାର ଫାଣ୍ଡି […] The post ଘରୁ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ appeared first on Dharitri Odia News.
ଚିକିଟି,୧ା୪(ପ୍ରକାଶ ଚନ୍ଦ୍ର ସାହୁ)-କେ ନୂଆଗାଁ ଥାନା ନୂଆପଡା ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଉଛି। ଚାନ୍ଦପୁର ପଞ୍ଚାୟତ ଡଭାର ଗ୍ରାମର ରଞ୍ଜିତା ପଣ୍ଡାଙ୍କ ଘରୁ ସୋମବାର ମଧ୍ୟ ରାତ୍ରିରେ ଚୋରି ହୋଇଛି। ରଞ୍ଜିତା ଏକାକୀ ଶୋଇଥିବା ବେଳେ କେତେଜଣ ଦୁର୍ବୃତ୍ତ ବାରିପଟ ଗ୍ରିଲ ଭାଙ୍ଗି ଘରେ ପଶି ଆଲମିରାରୁ ୬ ଭରିର ସୁନାଗହଣା, ୨୦ ଭରି ରୁପା, ୩୦ ହଜାର ଟଙ୍କା ଲୁଟି ନେଇଥିବା ନୂଆପଡା ଫାଣ୍ଡିରେ ଅଭିଯୋଗ ହୋଇଛି। ମଙ୍ଗଳବାର ଫାଣ୍ଡି ଅଧିକାରୀ ଜଗବନ୍ଧୁ ବାର୍ଲା ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଚୋରମାନେ ସାଧାରଣତଃ ଘରଗୁଡିକୁ ଟାର୍ଗେଟ କରି ଲୁଟ୍ କରୁଛନ୍ତି। ଏହା ପୂର୍ବରୁ ଜୁଲାଇ ୧୯ ତାରିଖରେ ଦକ୍ଷଉଣୀ ଗ୍ରାମର ସୁଲତା ପଟ୍ଟନାୟକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାରୂପା ଗହଣା ଚୋରି ହୋଇଥିଲା। ଏ ସମ୍ପର୍କରେ ଫାଣ୍ଡି ଅଧିକାରୀ ବାର୍ଲାଙ୍କ ସହ ଯୋଗାଯୋଗ କରିବାରୁ ଜନ ସଚେତନତା ଅଭାବରୁ ଚୋରି ହେଉଥିବା ବେଳେ ଏବ ଆବଶ୍ୟକ ପୋଲିସ କର୍ମଚାରୀ ନ ଥିବାରୁ ସମସ୍ୟା ହେଉଛି। ତଥାପି ସ୍ବଳ୍ପ କର୍ମଚାରୀଙ୍କୁ ଧରି ପାଟ୍ରୋଲିଂ କରାଯାଉଥିବା କହିଛନ୍ତି।
The post ଘରୁ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ appeared first on Dharitri Odia News.