ଘରେ କରନ୍ତୁ ଚଟପଟି ଆଳୁ-୬୫, ଖାଇବାକୁ ଭାରି ଟେଷ୍ଟି

ଆଳୁର ଏହି ନୂଆ ଆଇଟମ୍‌କୁ ଥରେ ଘରେ ପ୍ରସ୍ତୁତ କରି ଖାଆନ୍ତୁ। ଖୁବ୍‌ କମ୍‌ ସମୟରେ ପ୍ରସ୍ତୁତ ହେଉଥିବା ଏହି ଡିସ୍‌ ଖାଇବାକୁ ଭାରି ଚଟପଟି।

ଘରେ କରନ୍ତୁ ଚଟପଟି ଆଳୁ-୬୫, ଖାଇବାକୁ ଭାରି ଟେଷ୍ଟି

ଆବଶ୍ୟକ ସାମଗ୍ରୀ: ଆଳୁ, କର୍ଣ୍ଣଫ୍ଲୋର,ମଇଦା, ଲୁଣ, ହଳଦି, ଲଙ୍କା ଗୁଣ୍ଡ, ଅଦାରସୁଣ ପେଷ୍ଟ, ଭୃସଙ୍ଗ ପତ୍ର ଓ ଧନିଆପତ୍ର, ରିଫାଇନ୍‌,  ଦହି, ଚାଟ୍‌ ମସଲା, ଜୀରା ଗୁଣ୍ଡ, ଶୁଖିଲା ଲଙ୍କା,ରସୁଣ, କଞ୍ଚାଲଙ୍କା ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କିଛି ଆଳୁର ଚୋପା ଛଡ଼ାଇ ତାହାକୁ କୋରି ଦିଅନ୍ତୁ। ଏହାପରେ ସେଥିରେ ଅବଶ୍ୟକ ମୁତାବକ କର୍ଣ୍ଣଫ୍ଲୋର, ମଇଦା, ଲୁଣ, ହଳଦି, ଲଙ୍କା ଗୁଣ୍ଡ, ଅଦାରସୁଣ ପେଷ୍ଟ, ଭୃସଙ୍ଗ ପତ୍ର ଓ ଧନିଆପତ୍ର ପକାନ୍ତୁ । ଏହାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେଏହାକୁ ଛୋଟ ଛୋଟ ବଲ୍‌ ଆକାରରେ ପ୍ରସ୍ତୁତ କରନ୍ତୁ।

ଏକ ପାତ୍ରରେ ତେଲ ଗରମ କରି ଆଳୁ ବଲ୍‌କୁ ଛାଣି ଦିଅନ୍ତୁ। ଏହାକୁ ଏକ ପାତ୍ରକୁ ବାହାର କରି ଦିଅନ୍ତୁ।  ଏହାପରେ ଏକ ଛୋଟ ପାତ୍ରରେ କିଛି ଦହିରେ ଅଳ୍ପ କର୍ଣ୍ଣଫ୍ଲୋର ମିଶାନ୍ତୁ। ଏହାକୁ ଭଲ ଭାବେ ଫେଣ୍ଟିବା ପରେ ସେଥିରେ ଲୁଣ, ଲଙ୍କା, ଚାଟ୍‌ ମସଲା, ଜୀରା ଗୁଣ୍ଡ ମିଶାଇ ଦିଅନ୍ତୁ।

ଅନ୍ୟ ଏକ ପ୍ୟାନ୍‌ରେ ତେଲ ଗରମ କରି ସେଥିରେ ଶୁଖିଲା ଲଙ୍କା, ଭୃସଙ୍ଗ ପତ୍ର ପକାନ୍ତୁ। ଏହା ଫୁଟିବା ପରେ ଟିକିଟିକି କାଟିଥିବା ରସୁଣ, କଞ୍ଚାଲଙ୍କା ପକାନ୍ତୁ। ଏହାପରେ ସେଥିରେ ଦହି ମିଶ୍ରଣ ପକାନ୍ତୁ। ଏହା ଫୁଟିଲେ ସେଥିରେ ଛଣା ହୋଇଥିବା ଆଳୁ ବଲବ୍‌କୁ ପକାଇ ଦିଅନ୍ତୁ। ଏବେ ଗ୍ୟାସ୍‌ ବନ୍ଦ କରି ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ଚଟପଟା ଆଳୁ-୬୫ । ଗରମାଗରମ ରୁଟି କିମ୍ବା ନାନ୍‌ ସହ ଏହାର ମଜା ନିଅନ୍ତୁ।