ଘରେ କେହି ନ ଥିବା ବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ
ପାରଳାଖେମୁଣ୍ଡି,୭।୪,(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗାରାବନ୍ଧ ଥାନା ଅଞ୍ଚଳରୁ ବଡ ଧରଣର ଚୋରି ହୋଇଛି। ଗାରାବନ୍ଧ କୁମୁଟି ସାହିର ଟି.ପ୍ରଦୀପ ସପରିବାର ତିରୁପତି ଦର୍ଶନ ପାଇଁ ଗତ ଶୁକ୍ରବାର ଯାଇଥିଲେ। ସେଠାରେ ସେ ଦର୍ଶନ ସାରି ରବିବାର ଘରକୁ ଫେରିଥିଲେ। ହେଲେ ଘରେ ପହଞ୍ଚିବା ପରେ ତାଙ୍କ ଘରର କବାଟ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ସେ ଭିତରକୁ ଯାଇ ଦେଖିଲା ବେଳକୁ ତାଙ୍କ ଆଲମାରୀ ଭାଙ୍ଗି ସେଥିରେ ଥିବା ୩୯ଭରି ଓଜନର ସୁନା […] The post ଘରେ କେହି ନ ଥିବା ବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ appeared first on Dharitri Odia News.
ପାରଳାଖେମୁଣ୍ଡି,୭।୪,(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗାରାବନ୍ଧ ଥାନା ଅଞ୍ଚଳରୁ ବଡ ଧରଣର ଚୋରି ହୋଇଛି। ଗାରାବନ୍ଧ କୁମୁଟି ସାହିର ଟି.ପ୍ରଦୀପ ସପରିବାର ତିରୁପତି ଦର୍ଶନ ପାଇଁ ଗତ ଶୁକ୍ରବାର ଯାଇଥିଲେ। ସେଠାରେ ସେ ଦର୍ଶନ ସାରି ରବିବାର ଘରକୁ ଫେରିଥିଲେ। ହେଲେ ଘରେ ପହଞ୍ଚିବା ପରେ ତାଙ୍କ ଘରର କବାଟ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ସେ ଭିତରକୁ ଯାଇ ଦେଖିଲା ବେଳକୁ ତାଙ୍କ ଆଲମାରୀ ଭାଙ୍ଗି ସେଥିରେ ଥିବା ୩୯ଭରି ଓଜନର ସୁନା ଏବଂ ୮୦ହଜାର ଟଙ୍କା କେହି ଲୁଟି ନେଇଥିବା ବେଳେ ଘର ସାରା ଲଙ୍କା ଗୁଣ୍ଡ ଫିଙ୍ଗି ଚାଲିଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ଗାରାବନ୍ଧ ଥାନାରେ ଟି.ପ୍ରଦୀପ ଅଭିଯୋଗ କରିବା ପରେ ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।
The post ଘରେ କେହି ନ ଥିବା ବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ appeared first on Dharitri Odia News.