ଘରେ କେହି ନ ଥିବାବେଳେ ଲୁଟୁଥିଲେ ଲୁଟେରା, ହଠାତ୍ ଗୃହକର୍ତ୍ତା ପହଞ୍ଚିଯିବାରୁ…
ଜଳେଶ୍ୱର,୧୨ା୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ଅଧିନସ୍ଥ ମ୍ୟୁନିସିପାଲିଟିରେ ଘରେ କେହି ନ ଥିବାବେଳେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଏହି ସମୟରେ ଗୃହକର୍ତ୍ତା ପହଞ୍ଚିଯିବାରୁ ଜଣେ ଲୁଟେରା ତାଙ୍କୁ ଆକ୍ରମଣ କରିଛନ୍ତି। ଅନ୍ନପୂର୍ଣ୍ଣା ରାଇସ୍ ମିଲର ହିମାଂଶୁ ଶେଖର ଦାସ (ତପନ)ଙ୍କ ଘରେ ବୁଧବାର ରାତି ୧୧ଟା ୩୦ରେ ଘରେ କେହିନଥିବା ବେଳେ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ ହୋଇଯାଇଛି। ଘଟଣାରୁ ପ୍ରକାଶ ଯେ, ହିମାଂଶୁ ତାଙ୍କ ଘର ତାଲା ପ୍ରକାଇ ପରିବାର […] The post ଘରେ କେହି ନ ଥିବାବେଳେ ଲୁଟୁଥିଲେ ଲୁଟେରା, ହଠାତ୍ ଗୃହକର୍ତ୍ତା ପହଞ୍ଚିଯିବାରୁ… appeared first on Dharitri Odia News.
ଜଳେଶ୍ୱର,୧୨ା୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ଅଧିନସ୍ଥ ମ୍ୟୁନିସିପାଲିଟିରେ ଘରେ କେହି ନ ଥିବାବେଳେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଏହି ସମୟରେ ଗୃହକର୍ତ୍ତା ପହଞ୍ଚିଯିବାରୁ ଜଣେ ଲୁଟେରା ତାଙ୍କୁ ଆକ୍ରମଣ କରିଛନ୍ତି। ଅନ୍ନପୂର୍ଣ୍ଣା ରାଇସ୍ ମିଲର ହିମାଂଶୁ ଶେଖର ଦାସ (ତପନ)ଙ୍କ ଘରେ ବୁଧବାର ରାତି ୧୧ଟା ୩୦ରେ ଘରେ କେହିନଥିବା ବେଳେ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ ହୋଇଯାଇଛି।
ଘଟଣାରୁ ପ୍ରକାଶ ଯେ, ହିମାଂଶୁ ତାଙ୍କ ଘର ତାଲା ପ୍ରକାଇ ପରିବାର ସହିତ ଏକ ଉତ୍ସବରେ ଯୋଗଦେବା ପାଇଁ ଭଦ୍ରକ ପାଇଥିଲେ। ସେଠାରୁ ୧୧ଟା ୪୫ରେ କାର୍ରେ ଘରକୁ ଫେରିଥିଲେ। କାର୍ଟି ଘର ସାମ୍ନାରେ ରଖିବା ପରେ ଦେଖିଲେ ଯେ, ଗେଟ ଓ କବାଟ ମେଲାଅଛି। ସେ ସଙ୍ଗେ ସଙ୍ଗେ ଘର ଭିତରକୁ ପଶିବା କ୍ଷଣି ଦେଖିଲେ ୪ରୁ ୫ ଜଣ ବାଉଣ୍ଡାରୀ ଡେଇଁ ପଳାଇଗଲେ ଓ ଜଣେ ଘର କବାଟ କ’ଣରେ ଛିଡାହୋଇଥିଲେ। ସମ୍ପୁକ୍ତ ଲୁଟେରାକୁ କାବୁ କଲା ବେଳେ ଦୀର୍ଘ ଅଧଘଣ୍ଟା ଧରି ସଂଘର୍ଷ ହୋଇଥିଲା। ଏଥିରେ ଲୁଟେରା ଜଣକ ଏକ ଭୁଜାଲିରେ ତାଙ୍କ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲେ। ହିମାଂଶୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବି ଛାଡ଼ି ନ ଥିଲେ। ପରେ ଜଣେ ପଡ଼ୋଶୀ ପହଞ୍ଚିବାରୁ ଉଭୟ ମିଶି ଲୁଟେରା ଜଣଙ୍କୁ କାବୁ କରିଥିଲେ। ଲୁଟେରା ମାନେ ଘର ମଧ୍ୟକୁ ପଶି ଗଡ୍ରେଜ ଭାଙ୍ଗି ଏକ ସୁନାଚେନ ମୁଦି, କାନଫୁଲ ଓ ୨୨ ହଜାର ଟଙ୍କା ଲୁଟି ନେଇଥିବାର ଜଣାପଡ଼ିଛି। ଲୁଟେରା ଜଣଙ୍କ ଜଗତସିଂପୁର ଅଞ୍ଚଳର ହୋଇଥିବାବେଳେ ଅନ୍ୟଜଣକୁ ସୋର ଓଭରବ୍ରିଜ୍ରୁ କାବୁ କରି ତଦନ୍ତ ଚଳାଇଛି। ଗୃହକର୍ତ୍ତା ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ସାହାସକୁ ସାଧାରଣରେ ପ୍ରଶଂସା କରାଯାଇଛି। ସୋରରେ ବାରମ୍ବାର ଲୁଟ୍ ନେଇ ଆତଙ୍କ ଖେଳିଯାଇଛି।
The post ଘରେ କେହି ନ ଥିବାବେଳେ ଲୁଟୁଥିଲେ ଲୁଟେରା, ହଠାତ୍ ଗୃହକର୍ତ୍ତା ପହଞ୍ଚିଯିବାରୁ… appeared first on Dharitri Odia News.