ଘରେ କେହି ନ ଥିବାର ସୁଯୋଗ ନେଇ ଦୋକାନ-ଘରୁ ଚୋରି କରି ନେଇଥିଲେ, ୪ ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ
ଗୋପାଳପୁର,୨୯।୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ରୋଡ୍ ଥିବା ତାଲା ବନ୍ଦ ଘରୁ ଓ ଦୋକାନରୁ ସୁନା ଅଳଙ୍କାର ଚୋରି ମାମଲାରେ ବୁଧବାର ରାତିରେ ଗୋଳନ୍ଥରା ଥାନା ପୋଲିସ ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ମାନେ ହେଲେ ଦିଗପହଣ୍ଡି ଥାନା ଅଧୀନ ଭିଷ୍ମଗିରି ଗ୍ରାମର ବିକାଶ ବିଷୋୟୀ (୨୩), ସିଲୁ ନାୟକ(୨୧), ପାଟପୁର ଅଞ୍ଚଳର କାଳିଆ ବେହେରା(୨୧), କବିସୂର୍ଯ୍ୟନଗର ଥାନା ଅଧିନ ବିରିସିଂ ଶରତ କୁମାର […] The post ଘରେ କେହି ନ ଥିବାର ସୁଯୋଗ ନେଇ ଦୋକାନ-ଘରୁ ଚୋରି କରି ନେଇଥିଲେ, ୪ ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ appeared first on Dharitri Odia News.
ଗୋପାଳପୁର,୨୯।୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ରୋଡ୍ ଥିବା ତାଲା ବନ୍ଦ ଘରୁ ଓ ଦୋକାନରୁ ସୁନା ଅଳଙ୍କାର ଚୋରି ମାମଲାରେ ବୁଧବାର ରାତିରେ ଗୋଳନ୍ଥରା ଥାନା ପୋଲିସ ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ମାନେ ହେଲେ ଦିଗପହଣ୍ଡି ଥାନା ଅଧୀନ ଭିଷ୍ମଗିରି ଗ୍ରାମର ବିକାଶ ବିଷୋୟୀ (୨୩), ସିଲୁ ନାୟକ(୨୧), ପାଟପୁର ଅଞ୍ଚଳର କାଳିଆ ବେହେରା(୨୧), କବିସୂର୍ଯ୍ୟନଗର ଥାନା ଅଧିନ ବିରିସିଂ ଶରତ କୁମାର ନାୟକ (୩୨) ବୋଲି ପୋଲିସ ସୂଚନା ଦେଇଛି ।
ଅଭିଯୁକ୍ତ ମାନଙ୍କଠାରୁ ୪ ଟି ମୋବାଇଲ ଫୋନ,୧ ଲକ୍ଷ ୪୦ ହଜାର ଟଙ୍କା, ବାଲିପଡା ଏସବିଆଇ ଓ ଦିଗପହଣ୍ଡିରେ ଥିବା ଏକ ବେସରକାରୀ ଫାଇନାନ୍ସ କମ୍ପାନୀରେ ଜମା କରାଯାଇଥିବା ୫୬ ଗ୍ରାମ ସୁନା ଅଳଙ୍କାର କାଗଜ ପତ୍ର ,ଚୋରି କରିବା ପାଇଁ ବ୍ୟବହୃତ ସାମଗ୍ରୀ ସହ ବ୍ୟାଟେରୀ, ଇନଭେଣ୍ଟର, ବିଭିନ୍ନ ଘରୁ ଚୋରୀ ହୋଇଥିବା ସୁନା ଅଳଙ୍କାର ମେସିନ ପ୍ରମୁଖ ଜବତ କରିଛି।
ସୂଚନାଯୋଗ୍ୟ ଏହି ଥାନା ଅଧିନସ୍ଥ ରାଳବ ମୁଖ୍ୟରାସ୍ତାରେ ସୂର୍ଯ୍ୟ ନାରାୟଣ ଆଚାରୀରେ ଗୋଟିଏ ଦୋକାନ ସହ ଘର କରି ରହୁଥିଲେ। କୋଣସି କାର୍ଯ୍ୟ ନେଇ ପରିବାରଲୋକେ ବାହାରକୁ ଯାଇଥିଲେ l ଏହାର ସୁଯୋଗ ନେଇ ଗତ ଡ଼ିସେମ୍ବର ୧୮ତାରିଖ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କ ଘର ଓ ଦୋକାନ ଚାବି ଭାଙ୍ଗି ସୁନା, ରୂପା ଅଳଙ୍କାର ସହ ବିଭିନ୍ନ ସାମଗ୍ରୀ ଚୋରି କରିଥିଲେ। ଆଲମିରାରେ ଥିବା ୩ କିଲୋ ରୂପା ଅଳଙ୍କାର, ପ୍ରାୟ ୩୭୦ ଗ୍ରାମ ସୁନା ଅଳଙ୍କାର ଆଦି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଥାନା କେଶ ନଂ ୫୭୧/୨୪ ପ୍ରକାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ଅଭିଯୁକ୍ତ ମାନଙ୍କୁ ଚି଼ହ୍ନଟ କରିବା ପରେ ଗୋଳନ୍ଥରା ଥାନା ପୋଲିସର ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିକାଶ, ସିଲୁ, କାଳିଆ ଓ ଶରତଙ୍କୁ କାବୁ କରିଥିଲେ l ବୁଧବାର ରାତି ଚାରି ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି l ଲୁଟେରା ଗ୍ୟାଙ୍ଗଙ୍କ ନାମରେ ଗୋଳନ୍ଥରା ଥାନାରେ ୯ ଟି ମାମଲା, ବିଏନ୍ପୁର ଥାନାରେ ୨ ଟି, ଟାଉନ ଥାନା, ଚମାଖଣ୍ଡି ଥାନା, ଗୋଷାଣୀ ନୂଆଗାଁ ଥାନାରେ ଗୋଟିଏ ଲେଖାଏ ମାମଲାରେ, ଗୋପାଳପୁର ଥାନାରେ ୬ ଟି ମାମଲା ରହିଥିବା ପୋଲିସ ତଦନ୍ତ ଜାଣିବାକୁ ପାଇଛି l ପରେ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ କହିଛି l
The post ଘରେ କେହି ନ ଥିବାର ସୁଯୋଗ ନେଇ ଦୋକାନ-ଘରୁ ଚୋରି କରି ନେଇଥିଲେ, ୪ ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ appeared first on Dharitri Odia News.