ଘରେ ଗଙ୍ଗାଜଳ ରଖୁଥିଲେ ଜାଣିରଖନ୍ତୁ ଏସବୁ ନିୟମ…ଜୀବନରୁ ଦୂର ହେବ ଦୁଃଖକଷ୍ଟ, ଖୁସିରେ ବିତିବ ଦିନ
ହିନ୍ଦୁ ଧର୍ମରେ ଗଙ୍ଗାଜଳର ବିଶେଷ ମହତ୍ୱ ରହିଛି। ପ୍ରାଚୀନ କାଳଳୁ ଗଙ୍ଗା ନଦୀକୁ ମା’ଙ୍କ ଭଳି ବିବେଚନା କରାଯାଏ। ଏପରିକି ଏହାର ଜଳକୁ ଅମୃତ ବୋଲି କୁହାଯାଏ। ମା’ ଗଙ୍ଗାଙ୍କୁ ‘ମୋକ୍ଷ ଦାୟିନୀ’ ବୋଲି କୁହାଯାଉଥିବାରୁ ମୃତ୍ୟୁ ପରେ ମୃତକଙ୍କ ପାଟିରେ ଗଙ୍ଗାଜଳ ଦେବାର ପରମ୍ପରା ରହିଛି। ଏହାର ପାଣି ଏତେ ପବିତ୍ର ଯେ, ଏହା କେବେ ବି ଖରାପ ହୋଇ ନ ଥାଏ କିମ୍ବା ଏଥିରେ କ୍ଷତିକାରକ ଜୀବାଣୁ ବଞ୍ଚିପାରି ନ ଥାନ୍ତି। ମାନ୍ୟତା ଅନୁଯାୟୀ […] The post ଘରେ ଗଙ୍ଗାଜଳ ରଖୁଥିଲେ ଜାଣିରଖନ୍ତୁ ଏସବୁ ନିୟମ…ଜୀବନରୁ ଦୂର ହେବ ଦୁଃଖକଷ୍ଟ, ଖୁସିରେ ବିତିବ ଦିନ appeared first on Dharitri Odia News.
ହିନ୍ଦୁ ଧର୍ମରେ ଗଙ୍ଗାଜଳର ବିଶେଷ ମହତ୍ୱ ରହିଛି। ପ୍ରାଚୀନ କାଳଳୁ ଗଙ୍ଗା ନଦୀକୁ ମା’ଙ୍କ ଭଳି ବିବେଚନା କରାଯାଏ। ଏପରିକି ଏହାର ଜଳକୁ ଅମୃତ ବୋଲି କୁହାଯାଏ। ମା’ ଗଙ୍ଗାଙ୍କୁ ‘ମୋକ୍ଷ ଦାୟିନୀ’ ବୋଲି କୁହାଯାଉଥିବାରୁ ମୃତ୍ୟୁ ପରେ ମୃତକଙ୍କ ପାଟିରେ ଗଙ୍ଗାଜଳ ଦେବାର ପରମ୍ପରା ରହିଛି। ଏହାର ପାଣି ଏତେ ପବିତ୍ର ଯେ, ଏହା କେବେ ବି ଖରାପ ହୋଇ ନ ଥାଏ କିମ୍ବା ଏଥିରେ କ୍ଷତିକାରକ ଜୀବାଣୁ ବଞ୍ଚିପାରି ନ ଥାନ୍ତି।
ମାନ୍ୟତା ଅନୁଯାୟୀ ଗଙ୍ଗାଜଳରେ ସ୍ନାନ କରିବା ଦ୍ୱାରା ମନୁଷ୍ୟର ସମସ୍ତ ପାପ ଧୋଇ ହୋଇଯାଏ। ଅନେକ ପର୍ବରେ ଲକ୍ଷ ଲକ୍ଷ ଭକ୍ତ ଗଙ୍ଗା ନଦୀରେ ଗାଧୋଇବାକୁ ଆସନ୍ତି। ପୂଜାପାଠରେ ଏହାର ବ୍ୟବହାର ମଧ୍ୟ କରାଯାଏ। ପ୍ରାୟ ସମସ୍ତ ହିନ୍ଦୁ ଲୋକ ନିଜ ଘରେ କିମ୍ବା ମନ୍ଦିରରେ ଗଙ୍ଗାଜଳକୁ ରଖିଥାନ୍ତି। ହେଲେ ଏହାକୁ ରଖିବା ଲାଗି କିଛି ନିୟମ ରହିଛି। ସେତେବେଳେ ହିଁ ଏହାକୁ ରଖିବା ଲାଭଦାୟକ ହୋଇଥାଏ।
ଗଙ୍ଗା ଜଳ ରଖୁଥିବା ପାତ୍ର:
ଅଧିକାଂଶ ଲୋକ ପ୍ଲାଷ୍ଟିକ ବୋତଲରେ ଗଙ୍ଗା ପାଣି ନେଇ ଘରକୁ ଆସିଥାନ୍ତି କିମ୍ବା ଏହାକୁ ଏହିପରି ଘରେ ରଖିଥାନ୍ତି, ଯାହାକି ଭୁଲ ବୋଲି ଧରାଯାଏ। ଗଙ୍ଗା ଜଳ ଅତ୍ୟନ୍ତ ପବିତ୍ର, ତେଣୁ ଏହାକୁ ରଖିବା ପାଇଁ ପାତ୍ର ମଧ୍ୟ ପବିତ୍ର ହେବା ଉଚିତ। ଗଙ୍ଗା ଜଳକୁ ଏକ ରୂପା, ତମ୍ବା, ପିତ୍ତଳ କିମ୍ବା ମାଟି ପାତ୍ରରେ ରଖିବା ଉପଯୁକ୍ତ ।
ଗଙ୍ଗା ଜଳ ରଖିବା ସ୍ଥାନ:
ବିଶ୍ୱାସ ଅନୁଯାୟୀ ଗଙ୍ଗା ଜଳକୁ ଏକ ପରିଷ୍କାର ଏବଂ ଅନ୍ଧକାର ସ୍ଥାନରେ ରଖିବା ଉଚିତ। ଗଙ୍ଗା ଜଳ ରଖିବା ପାଇଁ କେବଳ ଏକ ଅନ୍ଧକାର ଏବଂ ପରିଷ୍କାର ସ୍ଥାନ ଶୁଭ ବୋଲି ବିବେଚନା କରାଯାଏ। ଗଙ୍ଗା ଜଳକୁ ଖରା ପଡ଼ୁଥିବା କିମ୍ବା ଖୋଲା ସ୍ଥାନରେ ରଖିବା ଉଚିତ ନୁହେଁ । ଗଙ୍ଗା ଜଳକୁ ରୋଷେଇ ଘର କିମ୍ବା ବାଥରୁମ୍ ପାଖରେ ରଖିବା ଉଚିତ ନୁହେଁ ।
ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ:
ପୂଜା ସ୍ଥାନ ନିକଟରେ ଗଙ୍ଗା ଜଳ ରଖିବା ଶୁଭ ବୋଲି ବିବେଚନା କରାଯାଏ। ଯେଉଁଠାରେ ଆପଣ ଗଙ୍ଗା ଜଳ ରଖନ୍ତି, ସେହି ସ୍ଥାନର ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ବଚ୍ଛତା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।
ଯେଉଁଠାରେ ଗଙ୍ଗା ଜଳ ରଖାଯାଏ ସେହି ସ୍ଥାନରେ ଏହି କାମ କର ନାହିଁ :
ଯେଉଁଠାରେ ଗଙ୍ଗା ଜଳ ରଖାଯାଏ, ତାହା ସମ୍ପୂର୍ଣ୍ଣ ଶୁଦ୍ଧ ହେବା ଉଚିତ। ଯଦି ଗଙ୍ଗା ଜଳକୁ କୌଣସି କୋଠରୀରେ ରଖାଯାଇଛି, ତେବେ ଭୁଲରେ ମଧ୍ୟ ସେଠାରେ ମାଂସାହାରୀ ଖାଦ୍ୟ କିମ୍ବା ମଦ୍ୟପାନ କରିବା ଉଚିତ ନୁହେଁ।
The post ଘରେ ଗଙ୍ଗାଜଳ ରଖୁଥିଲେ ଜାଣିରଖନ୍ତୁ ଏସବୁ ନିୟମ…ଜୀବନରୁ ଦୂର ହେବ ଦୁଃଖକଷ୍ଟ, ଖୁସିରେ ବିତିବ ଦିନ appeared first on Dharitri Odia News.