ଘରେ ତିଆରି କରନ୍ତୁ ଗୋଆ ପ୍ରସିଦ୍ଧ ବାଥ୍‌ କେକ୍‌

ଆଜି ଆମେ ଘରେ ପ୍ରସ୍ତୁତ କରିବା ଗୋଆ ପ୍ରସିଦ୍ଧ ବାତ୍‌ କେକ୍‌ । ଏହା ଖାଇବାକୁ ଯେତେ ସୁଆଦିଆ ପ୍ରସ୍ତୁତ କରିବା ବି ସେତେ ସହଜ ।

ଘରେ ତିଆରି କରନ୍ତୁ ଗୋଆ ପ୍ରସିଦ୍ଧ ବାଥ୍‌ କେକ୍‌

ଆଜି ଆମେ ଘରେ ପ୍ରସ୍ତୁତ କରିବା ଗୋଆ ପ୍ରସିଦ୍ଧ ବାଥ୍‌ କେକ୍‌ । ଏହା ଖାଇବାକୁ ଯେତେ ସୁଆଦିଆ ପ୍ରସ୍ତୁତ କରିବା ବି ସେତେ ସହଜ । ଆଜି ଆସନ୍ତା ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ।

ଆବଶ୍ୟକ ସାମଗ୍ରୀ: ନଡ଼ିଆ, ଗୁଜରାତି, ସୁଜି, ଦହି, ଚିନି, କ୍ଷିର, କଣ୍ଡେନସ୍‌ଡ ମିଲ୍କ ଓ ବଟର, ବେକିଂ ପାଉଡର, ବେକିଂ ସୋଡ଼ା, ଭାନିଲା ଏସେନ୍ସ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ନଡ଼ିଆକୁ କୋରି ସେଥିରେ କିଛି ଗୁଜରାତି ଛେଚି ପକାନ୍ତୁ। ଏହାକୁ ଏକ ପାତ୍ରରେ ବାହାର କରି ସେଥିରେ ଆବଶ୍ୟକ ଅନୁଯାୟୀ ସୁଜି, ଦହି, ଚିନି, କ୍ଷିର ପକାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ଏହାକୁ ୧୫ ମିନିଟ୍‌ ପାଇଁ ଘୋଡ଼ାଇ ଛାଡ଼ି ଦିଅନ୍ତୁ।

ଏବେ ସେଥିରେ କଣ୍ଡେନସ୍‌ଡ ମିଲ୍କ ଓ ବଟର ପକାଇ ଭଲ ଭାବେ ଫେଣ୍ଟନ୍ତୁ। ଏଥିସହ ବେକିଂ ପାଉଡର, ବେକିଂ ସୋଡ଼ା, ଭାନିଲା ଏସେନ୍ସ ପକାଇ ହାଲକା ଭାବେ ଗୋଳାଇ ଦିଅନ୍ତୁ।

ପରେ ଏହାକୁ ମାଇକ୍ରୋଓଭାନ ଟ୍ରେକୁ ବାହାର କରି ଦିଅନ୍ତୁ। ତାହା ଉପରେ ଡ୍ରାଏ ଫ୍ରୁଟସ୍‌ ସଜାଇ ଏହାକୁ ବେକ୍‌ କରି ଦିଅନ୍ତୁ । ବେକ୍‌ ହୋଇଯିବା ପରେ ତାହାକୁ ବାହାରକୁ ଆଣି ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଏହାପରେ କାଟି କି ପ୍ଲେଟରେ ସର୍ଭ କରନ୍ତୁ।