ଘରେ ପଡିଛି ବୃଦ୍ଧାଙ୍କ ମୃତଦେହ, ହତ୍ୟା ସନ୍ଦେହରେ ପୋଲିସର ଛାନ୍‌ଭିନ୍‌

କେନ୍ଦ୍ରାପଡା ୨୯/୫: ସନ୍ଦେହଜନକ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ ।କେହି ଗଳାକାଟି ହତ୍ୟା କରିଥିବା ସନ୍ଦେହ । ତଦନ୍ତ କରୁଛି ପୋଲିସ । କେନ୍ଦ୍ରାପଡା ନିକିରାଇ ଥାନା ଘାଗରା ଗାଁରେ ଘର ଭିତରୁ ୭୨ ବର୍ଷୀୟା ଶାନ୍ତିଲତା ପରିଡାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗଳାରେ ଗଭୀର କ୍ଷତ ଚିହ୍ନ ଥିବାରୁ କେହି ଗଳାକାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏକମାତ୍ର ବିବାହିତା ଝିଅର ମୃତ୍ୟୁ ପରେ ଶାନ୍ତିଲତା ଘରେ ଏକୁଟିଆ ରହୁଥିଲେ । ବୁଧବାର ସକାଳୁ ଶାନ୍ତିଲତାଙ୍କ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଗାଁ ଲୋକ । ଅଭିଯୋଗ ଆଧାରରେ ତଦନ୍ତ କରୁଛି ପୋଲିସ । You Can Read:ଅନ୍‌ଲାଇନ୍‌ ଗେମ୍‌ ହେଲା କାଳ ! କାଜୁ ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ

ଘରେ ପଡିଛି ବୃଦ୍ଧାଙ୍କ ମୃତଦେହ, ହତ୍ୟା ସନ୍ଦେହରେ ପୋଲିସର ଛାନ୍‌ଭିନ୍‌

କେନ୍ଦ୍ରାପଡା ୨୯/୫: ସନ୍ଦେହଜନକ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ ।କେହି ଗଳାକାଟି ହତ୍ୟା କରିଥିବା ସନ୍ଦେହ । ତଦନ୍ତ କରୁଛି ପୋଲିସ । କେନ୍ଦ୍ରାପଡା ନିକିରାଇ ଥାନା ଘାଗରା ଗାଁରେ ଘର ଭିତରୁ ୭୨ ବର୍ଷୀୟା ଶାନ୍ତିଲତା ପରିଡାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗଳାରେ ଗଭୀର କ୍ଷତ ଚିହ୍ନ ଥିବାରୁ କେହି ଗଳାକାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

 ଏକମାତ୍ର ବିବାହିତା ଝିଅର ମୃତ୍ୟୁ ପରେ ଶାନ୍ତିଲତା ଘରେ ଏକୁଟିଆ ରହୁଥିଲେ । ବୁଧବାର ସକାଳୁ ଶାନ୍ତିଲତାଙ୍କ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଗାଁ ଲୋକ । ଅଭିଯୋଗ ଆଧାରରେ ତଦନ୍ତ କରୁଛି ପୋଲିସ । 

You Can Read:

ଅନ୍‌ଲାଇନ୍‌ ଗେମ୍‌ ହେଲା କାଳ ! କାଜୁ ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ