ଘରେ ପଶି ଯୁବକଙ୍କୁ ହାଣି ଲୁଟିନେଲେ…
ବାଲେଶ୍ବର,୨୪।୩: ବାଲେଶ୍ବର ଜିଲା ସିମୁଳିଆ ଥାନା ବାଟି ପଞ୍ଚାୟତ ବଣଗଢ଼ିଆ ଗାଁରେ ଏକ ବଡ଼ ଧରଣର ଲୁଟ୍ ହୋଇଛି। ଗାଁର ଆନନ୍ଦ ବେହେରାଙ୍କ ଘରେ ୫ଜଣ ଦୁର୍ବୃତ୍ତ ପଶି ଘରୁ ଲକ୍ଷାଧିକ ଟଙ୍କା ସହ ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସୁନାଗହଣା ଲୁଟି ନେଇଛନ୍ତି। ଏପରିକି ତାଙ୍କ ସାନ ପୁଅଙ୍କୁ ଦୁର୍ବୃତ୍ତମାନେ ଭୁଜାଲିରେ ହାଣି ଗୁରୁତର କରିଛନ୍ତି। ରବିବାର ବିଳମ୍ବିତ ରାତିରେ ୫ଜଣ ଦୁର୍ବୃତ୍ତ ଘର କବାଟ ଭାଙ୍ଗି ଭିତରକୁ ପଶିଥିଲେ। ସେତିକିବେଳେ ପରିବାର ଲୋକେ ଉଠି […] The post ଘରେ ପଶି ଯୁବକଙ୍କୁ ହାଣି ଲୁଟିନେଲେ… appeared first on Dharitri Odia News.
ବାଲେଶ୍ବର,୨୪।୩: ବାଲେଶ୍ବର ଜିଲା ସିମୁଳିଆ ଥାନା ବାଟି ପଞ୍ଚାୟତ ବଣଗଢ଼ିଆ ଗାଁରେ ଏକ ବଡ଼ ଧରଣର ଲୁଟ୍ ହୋଇଛି। ଗାଁର ଆନନ୍ଦ ବେହେରାଙ୍କ ଘରେ ୫ଜଣ ଦୁର୍ବୃତ୍ତ ପଶି ଘରୁ ଲକ୍ଷାଧିକ ଟଙ୍କା ସହ ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସୁନାଗହଣା ଲୁଟି ନେଇଛନ୍ତି। ଏପରିକି ତାଙ୍କ ସାନ ପୁଅଙ୍କୁ ଦୁର୍ବୃତ୍ତମାନେ ଭୁଜାଲିରେ ହାଣି ଗୁରୁତର କରିଛନ୍ତି।
ରବିବାର ବିଳମ୍ବିତ ରାତିରେ ୫ଜଣ ଦୁର୍ବୃତ୍ତ ଘର କବାଟ ଭାଙ୍ଗି ଭିତରକୁ ପଶିଥିଲେ। ସେତିକିବେଳେ ପରିବାର ଲୋକେ ଉଠି ପଡିବାରୁ ଦୁର୍ବୃତ୍ତମାନେ ପରିବାର ଲୋକଙ୍କୁ ମାଡ଼ ମାରି ଲକ୍ଷାଧିକ ଟଙ୍କା ସହ ୧୨ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଥିଲେ। ଏପରିକି ଆନନ୍ଦଙ୍କ ସାନ ପୁଅ ରତିକାନ୍ତଙ୍କୁ ଦୁର୍ବୃତ୍ତମାନେ ଭୁଜାଲି ଓ ଲୁହା ରଡ଼ର ଆକ୍ରମଣ କରିବା ଯୋଗୁ ସେ ଗୁରୁତର ଆହତ ହୋଇଥିଲେ ।
ପରିବାର ଲୋକେ ତାଙ୍କୁ ସିମୁଳିଆ ଡାକ୍ତରଖାନାକୁ ନେଇଥିଲେ। ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସେହିପରି ସିମୁଳିଆ ବଜାରରେ ଥିବା ସମୀର ମୋବାଇଲ ଦୋକାନରୁ ଚୋରି ଉଦ୍ୟମ କରୁଥିବା ବେଳେ ସିସିଟିଭିରୁ ଦୋକାନ ମାଲିକ ସମୀର ଏହା ଜାଣି ପୋଲିସକୁ ଖବର ଦେଇଥିଲେ। ପୋଲିସ ଦୋକାନରେ ପହଞ୍ଚି ୪ ଜଣ ଯୁବକ ସମେତ ଜଣେ ନାବାଳକକୁ ଅଟକ ରଖି ପଚରାଉଚରା କରୁଛି।
The post ଘରେ ପଶି ଯୁବକଙ୍କୁ ହାଣି ଲୁଟିନେଲେ… appeared first on Dharitri Odia News.