ଘରେ ପଶି ଲୁଟିଲେ ଦୁର୍ବୃତ୍ତ, ତାଡିନେଲେ ସିସିଟିଭି
ଭଦ୍ରକ:୭/୪ ଘରେ ପଶି ଲୁଟିଲେ । ଗଲାବେଳେ ସାଂଗରେ ନେଇଗଲେ ସିସିଟିଭି କ୍ୟାମେରା ସହ ହାର୍ଡ ଡିସ୍କ । ଭଦ୍ରକ ସହରାଞ୍ଚଳ ଥାନା ମୋଟେଇ ଛକ ନିକଟରୁ ଡକାୟତି ହୋଇଛି । ଷ୍ଟୁଡିଓ ମାଲିକ ମିଥୁନ ଦାସଙ୍କ ଘରୁ ଲୁଟ୍ ହୋଇଛି ।ମିଥୁନ ପରିବାର ଲୋକଙ୍କ ସହ ସଂପର୍କୀୟଙ୍କ ଘରକୁ ଯାଇଥିବାର ସୁଯୋଗ ନେଇ ଗ୍ରୀଲ ଭାଙ୍ଗି ଘରେ ପଶିଥିଲେ ଦୁର୍ବୃତ୍ତ । ପ୍ରାୟ ୪ ଲକ୍ଷ ଟଙ୍କାର କ୍ୟାମେରା ନେବା ସହ ଆଲମୀରା ଭାଙ୍ଗି ସୁନା ଗହଣା ମଧ୍ୟ ଲୁଟି ନେଇଯାଇଛନ୍ତି । ଚୋରି ପରେ ପ୍ରମାଣ ନଷ୍ଟ କରିବାକୁ ଘରେ ଲାଗିଥିବା ସିସିଟିଭି ହାର୍ଡଡିସ୍କ ମଧ୍ୟ ନେଇଯାଇଛନ୍ତି । ଘରକୁ ଫେରି ମିଥୁନ ଚୋରି ହୋଇଥିବାର ଦେଖି ଥାନାରେ ଅଭିଯୋଗ କରିଛନ୍ତି । ଲୁଟେରାଙ୍କୁ ଧରିବାକୁ ପୋଲିସ ଛାନଭିନ ଆରମ୍ଭ କରିଛି ।
ଭଦ୍ରକ:୭/୪ ଘରେ ପଶି ଲୁଟିଲେ । ଗଲାବେଳେ ସାଂଗରେ ନେଇଗଲେ ସିସିଟିଭି କ୍ୟାମେରା ସହ ହାର୍ଡ ଡିସ୍କ । ଭଦ୍ରକ ସହରାଞ୍ଚଳ ଥାନା ମୋଟେଇ ଛକ ନିକଟରୁ ଡକାୟତି ହୋଇଛି । ଷ୍ଟୁଡିଓ ମାଲିକ ମିଥୁନ ଦାସଙ୍କ ଘରୁ ଲୁଟ୍ ହୋଇଛି ।
ମିଥୁନ ପରିବାର ଲୋକଙ୍କ ସହ ସଂପର୍କୀୟଙ୍କ ଘରକୁ ଯାଇଥିବାର ସୁଯୋଗ ନେଇ ଗ୍ରୀଲ ଭାଙ୍ଗି ଘରେ ପଶିଥିଲେ ଦୁର୍ବୃତ୍ତ । ପ୍ରାୟ ୪ ଲକ୍ଷ ଟଙ୍କାର କ୍ୟାମେରା ନେବା ସହ ଆଲମୀରା ଭାଙ୍ଗି ସୁନା ଗହଣା ମଧ୍ୟ ଲୁଟି ନେଇଯାଇଛନ୍ତି । ଚୋରି ପରେ ପ୍ରମାଣ ନଷ୍ଟ କରିବାକୁ ଘରେ ଲାଗିଥିବା ସିସିଟିଭି ହାର୍ଡଡିସ୍କ ମଧ୍ୟ ନେଇଯାଇଛନ୍ତି । ଘରକୁ ଫେରି ମିଥୁନ ଚୋରି ହୋଇଥିବାର ଦେଖି ଥାନାରେ ଅଭିଯୋଗ କରିଛନ୍ତି । ଲୁଟେରାଙ୍କୁ ଧରିବାକୁ ପୋଲିସ ଛାନଭିନ ଆରମ୍ଭ କରିଛି ।